LIVE TV

ଆସନ୍ତାକାଲି ଆସୁଛନ୍ତି ରାଷ୍ଟ୍ରପତି, ପ୍ରଥମ ଥର ବିଧାନସଭାକୁ କରିବେ ସମ୍ବୋଧିତ

NEWS7
swayam-sahayak-gosthis-25-ladies-are-fraud-victims-in-jeypore

ଭୁବନେଶ୍ଵର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୁରୁବାର ଓଡିଶା ବିଧାନସଭାର ଐତିହାସିକ ଦିନ। ପ୍ରଥମ ଥର ପାଇଁ ବିଧାନସଭାକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣିବା ପାଇଁ ବିଧାୟକ ମାନେ ଅପେକ୍ଷା କରିଛନ୍ତି । କଣ ସମ୍ବୋଧନ କରିବେ ରାଷ୍ଟ୍ରପତି । ତାକୁ ନେଇ ସମସ୍ତଙ୍କ ଅପକ୍ଷୋ ରହିଛି ।

ଏଥିପାଇଁ ସରକାରଙ୍କୁ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ।ଅପରାହ୍ଣ ୪ଟା ୩୦ମିନିଟରେ ବିଧାନସଭାରେ ରାଷ୍ଟ୍ରପତି ପହଞ୍ଚିବା ପରେ ପ୍ରଥମେ ବିଧାୟକମାନଙ୍କୁ ନେଇ ଫଟୋ ସେସନ କରାଯିବ । ଏହାପରେ ବିଧାନସଭାର ସଦସ୍ୟଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣିବା ପାଇଁ ବିଧାୟକ ମାନେ ଅପେକ୍ଷା କରିଛନ୍ତି । କଣ ସମ୍ବୋଧନ କରିବେ ରାଷ୍ଟ୍ରପତି । ବିକିଶିତ ଭାରତ ଓ ବିକଶିତ ଓଡିଶା ପ୍ରସଙ୍ଗ ଅଭିଭାଷଣରେ ସ୍ଥାନ ପାଇପାରେ । ନିଜର ଅଭିଜ୍ଞତାକୁ ବିଧାୟକଙ୍କୁ ଅବଗତ କରାଇପାରନ୍ତି । ଲୋକଙ୍କ ସମସ୍ୟା କିଭଳି ଠିକ ଢଙ୍ଗରେ ବିଧାନସଭାରେ ଉପସ୍ଥାପନ କରାଯିବ ସନେଇ ଟିପ୍ସ ଦେଇପାରନ୍ତି ମହାମହିମ ।

ସେପଟେ ରାଷ୍ଟ୍ରପତିଙ୍କ ପାଇଁ ସମସ୍ତ ପ୍ରସୁତି ସରିଛି ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେହିପରି ବିରୋଧୀ ଦଳ ଉପନେତା ପ୍ରଶନ୍ନ ଆଚାର୍ଯା କହିଛନ୍ତି ରାଷ୍ଟ୍ରପତି ବିଧାନସଭାକୁ ଆସିବେ ଏହା ବଡ଼ ଆନନ୍ଦର କଥା। ଆମେ ତାକୁ ହୃଦୟରୁ ସ୍ୱାଗତ କରୁଛୁ। ରାଷ୍ଟ୍ରପତି ଏହି ଗୃହରେ ସଦସ୍ୟ ଥିଲେ। ଆମ ପାଇଁ ଏହା ସୃତି ହୋଇ ରହିବ ବୋଲି କହିଛନ୍ତି। ସେହିପରି କଂଗ୍ରେସ ମଧ୍ୟ ସ୍ବାଗତ କରିଛି । ଏହାସହିତ ରାଷ୍ଟ୍ରପତିଙ୍କୁ ରାଜ୍ୟର ସ୍ବାର୍ଥ ସମ୍ମଳିତ ପ୍ରସଙ୍ଗରେ ଦାବୀ ପତ୍ର ମଧ୍ୟ ପ୍ରଦାନ କରିବ ।

୨୦୦୦ରୁ ୨୦୦୯ ପର୍ଯନ୍ତ ଓଡିଶା ବିଧାନସଭାର ସଦସ୍ୟ ରହିଥିଲେ ରାଷ୍ଟ୍ରପତି । ୨୦୦୦ରୁ ୨୦୦୪ ପର୍ଯନ୍ତ ପରିବହନ ମନ୍ତ୍ରୀ ଭାବରେ ଦାୟିତ୍ବ ତୁଲାଇଥିଲେ ଦ୍ରୋପଦୀ ମୁର୍ମୁ ।ସେତେବେଳେ ସଦସ୍ୟ ଭାବରେ ଆସୁଥିଲେ ଏବେ ଦେଶର ସର୍ବୋଚ୍ଚ ପଦରେ ବସିବା ପରେ ପୁଣି ସେହି ସ୍ଥାନକୁ ଫେରୁଛନ୍ତି । ପୁରୁଣା ସ୍ମୃତି ଉଜ୍ଜୀବିତ ହେବ । ବିଧାନସଭାରେ ଅଭିଭାଷଣ ରଖିବା ପରେ ୧୧ ନମ୍ବର ରୁମକୁ ଆସି ସମୟ ବିତାଇବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ତେଣୁ ବିଧାନସଭାରୁ ସ୍ମୃତି ସାଉଁଟିବା ବେଳେ ଏହି ଚାମ୍ବରରେ କିଛି ସମୟ ବିତେଇବେ ରାଷ୍ଟ୍ରପତି। ସେଥିପାଇଁ ବିଧାନସଭା ସମେତ ଏହି ଚାମ୍ବରକୁ ବି ସଜାଯାଇଛି। ରାଷ୍ଟ୍ରପତି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ବିମାନ ବନ୍ଦରରୁ ବିଧାନସଭା ପର୍ଯନ୍ତ କାରକେଡ ରିହରସେଲ କରାଯାଇଥିଲା ।