ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ମହାନତା, ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ପଠାଇଲେ ଡାକ୍ତରଖାନା

Published By : Prameya-News7 Bureau | June 30, 2025 IST

ଭଦ୍ରକ: ଦୁର୍ଘଟଣାର ଶିକାର ହୋଇ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ହସ୍ପିଟାଲ ପଠାଇଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସୂଚନା ଅନୁଯାୟୀ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋମବାର ନିଜ ନିର୍ବାଚନ ମଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିଲେ। ଏହି ସମୟରେ ଭଦ୍ରକ ଆରଡ଼ି ରାସ୍ତାର ପାଳସାହି ନିକଟରେ ଜନୈକ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ପଡ଼ିଥିବା ତାଙ୍କ ନଜରକୁ ଆସିଥିଲା। 

ଏହା ପରେ ସେ ସେଠାରେ ଅଟକି ଘଟଣା ବୁଝିବା ସହ ଗୁରୁତର ବ୍ୟକ୍ତି ୧୦୮ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିବା ଜାଣିବାକୁ ପାଇଥିଲେ।ମାତ୍ର ଆମ୍ବୁଲାନ୍ସକୁ ଅପେକ୍ଷା ନକରି ମନ୍ତ୍ରୀ ନିଜ ଗାଡ଼ିରେ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲକୁ ପଠାଇଥିଲେ। ଆଉ ନିଜେ ଅନ୍ୟ ଗାଡ଼ିରେ କାର୍ଯ୍ୟକ୍ରମସ୍ଥଳକୁ ଯାଇଥିଲେ। ସେପଟେ ମନ୍ତ୍ରୀ ଏପରି କାର୍ଯ୍ୟକୁ ସବୁ ମହଲରେ ଏବେ ଖୁବ୍ ପ୍ରଶଂସା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.