କୋଟିଆକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ, ମନ୍ତ୍ରୀ ଯାଇ ସରକାରୀ କାର୍ଯ୍ୟ ତଦାରଖ କରିବେ

Published By : Prameya-News7 Bureau | July 21, 2025 IST

କଟକ ୨୧।୦୭ : କୋଟିଆକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ । ଏଥର କେବଳ ଅଧିକାରୀ ନୁହେଁ ନିଜେ ମନ୍ତ୍ରୀ ଯିବେ କୋଟିଆ ।ସୋମବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ନିଜ ନିଜ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ ନେଇ କୋଟିଆ ଯିବେ ମନ୍ତ୍ରୀ । କୋରାପୁଟରେ ଆନ୍ଧ୍ରପ୍ରଦେଶର ପ୍ରଭାବ କମିଛି । ପ୍ରଶାସନ ତୀକ୍ଷଣ ନଜର ରଖିଛି । ଗୁଡାଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେହିପରି ଖୁଵ ଶୀଘ୍ର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରାର ବଡ କାର୍ଯ୍ୟକ୍ରମ ନେଇ କୋଟିଆ ଯାଉଛନ୍ତି । ଯୋଗାଣ ମନ୍ତ୍ରୀ ମଧ୍ୟ କୋଟିଆ ଯାଇ ରାସନ କାର୍ଡ ବାଣ୍ଟିବେ। ଏବେ ଗଜପତି ଜିଲ୍ଲାର ନିର୍ଦ୍ଦିଷ୍ଟ ଗାଁକୁ ଆନ୍ଧ୍ର ଅଧିକାରୀ ଆସିଥିଲେ ।ଯାହାକୁ ସେଠାର ଲୋକମାନେ ପ୍ରତ୍ୟାଖାନ କଲେ ।ସେ ଜାଗା ଯିବା ପାଇଁ  ମୁଁ ଜିଲ୍ଲାପାଳ ସହ କଥା ହେଇଛି । ସେହି ସ୍ଥାନରେ ଏକ ପୋଲିସ ଆଉଟ ପୋଷ୍ଟ କରାଯିବ । ଯାହା ଅନୁପ୍ରବେଶକାରୀଙ୍କୁ ଜଗିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.