ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନି ପତଞ୍ଜଳି ଆୟେୁର୍ବେଦକୁ ମଙ୍ଗଳବାର କଡ଼ା ଭର୍ତ୍ସନା କରିଛନ୍ତି। ଏଲୋପାଥିକ ଔଷଧକୁ ନେଇ ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ଉପରେ କମ୍ପାନିକୁ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ ।
ବିଚାରପତି ଅହସାନଦ୍ଦୀନ ଅମାନୁଲ୍ଲାହ ଏବଂ ବିଚାରପତି ପ୍ରଶାନ୍ତ କୁମାର ମିଶ୍ରାଙ୍କ ପୀଠ ପତଞ୍ଜଳିକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ପତଞ୍ଜଳି ଏହାର ବିଭ୍ରାନ୍ତିକର ବିଜ୍ଞାପନକୁ ପ୍ରସାରଣ ଜାରି ରଖୁଛି ତେବେ ଏକ କୋଟିର ଜରିମାନା ଲାଗାଯିବ। ଏହା ସହ ଭବିଷ୍ୟତରେ ମଧ୍ୟ ଭଳି ବିଜ୍ଞାପନ ପ୍ରକାଶ କରିବାରୁ ବିରତ ରହିବାକୁ କହିଛନ୍ତି। ଆହୁରି ମଧ୍ୟ ଏଭଳି ଭାବରେ ଗଣମାଧ୍ୟମରେ ଏଭଳି ବୟାନ ରଖିବାଠାରୁ ମଧ୍ୟ ଦୂରେଇ ରହିବାକୁ କହିଛନ୍ତି ଏବଂ ପ୍ରସଙ୍ଗକୁ ଏଲୋପାଥୀ ବନାମ ଆୟୁର୍ବେଦ ନକରିବାକୁ ପରାମର୍ଶ ଦେଇଛନ୍ତି।
ଆହୁରି ପଢ଼ନ୍ତୁ: ପୁଣି ବଢ଼ିଲା ବାଇଜୁସ୍ ପାଇଁ ଅଡ଼ୁଆ, ୯୦୦୦ କୋଟିର ଘୋଟାଲା ସାମ୍ନାକୁ ଆଣିଲା ଇଡି
ଭାରତୀୟ ମେଡିକାଲ ଆସୋସିଏସନ ତରଫରୁ ରୁଜୁ ଯାଚିକା ଉପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ଯାଚିକାରେ କୁହାଯାଇଥିଲା ଯେ, ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନରେ ଏଲୋପାଥୀ ଔଷଧକୁ ନିନ୍ଦା କରାଯାଉଛି । ସଂଗଠନ ପତଞ୍ଜଳି ଉପରେ ଆଇନ୍ର ଉଲ୍ଲଘଂନ କରିଥିବା ଅଭିଯୋଗ ମଧ୍ୟ ଲଗାଇଥିଲା। ତେବେ ଏହି ମାମଲାର ଆଗମୀ ଶୁଣାଣି ୨୦୨୪ ଫେବ୍ରୁଆରୀରେ ହେବ।
ଉଲ୍ଲେଖଯୋଗ୍ୟଳ ପତଞ୍ଜଳି ଆୟୁର୍ବେଦ ଦାବି କରିଥିଲା ଯେ, ଏହାର କୋରୋନିଲ ଏବଂ ସ୍ବାସାରୀରେ କରୋନାର ଚିକିତ୍ସା କରାଯାଇପାରିବ। ଏହି ଦାବି ପରେ କମ୍ପାନିକୁ ଆୟୁଷ ମନ୍ତ୍ରାଳୟ ତାଗିଦ୍ କରିଥିଲେ ଏବଂ ଏହାର ପ୍ରଚାର ଉପରେ ତୁରନ୍ତ ରୋକ୍ ଲଗାଇବାକୁ କହିଥିଲେ।
ଆହୁରି ପଢ଼ନ୍ତୁ: ଆମ୍ୱେ ଇଣ୍ଡିଆ ବିରୋଧରେ ଇଡି ଚାର୍ଜ ସିଟ୍, ୪ ହଜାର କୋଟି ଠକେଇ ନେଇ ମାମଲା