scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆମ୍‌ୱେ​‌ ଇଣ୍ଡିଆ ବିରୋଧରେ ଇଡି ଚାର୍ଜ ସିଟ୍‌, ୪ ହଜାର କୋଟି ଠକେଇ ନେଇ ମାମଲା

20/11/2023 at 10:32 PM

ନୂଆଦିଲ୍ଲୀ: ଆମ୍‌ଓ୍ବେ ଇଣ୍ଡିଆ ଏଣ୍ଟରପ୍ରାଇଜ ପ୍ରାଇଭେଟ ଲିମିଟେଡ ବିରୋଧରେ ମାମଲା ରୁଜୁ କରିଛି ଇଡି । ଏଜେନ୍ସୀ ଆମଓ୍ବେ ଇଣ୍ଡିଆ ଏଣ୍ଟରପ୍ରାଇଜ ଲିମିଟେଡ ବିରୋଧରେ ହାଇଦ୍ରାବାଦ ସ୍ଥିତ ସ୍ବତନ୍ତ୍ର ପିଏମଏଲଏ ଅଦାଲତରେ ସୋମବାର ଚାର୍ଜସିଟ୍‌ ଦାଖଲ କରିଛି। ଏଜେନ୍ସି ଏକ ବୟାନରେ କହିଛି ଯେ, ଅଦାଲତ ଆବେଦନକାରୀ ପକ୍ଷଙ୍କ ଚାର୍ଜସିଟ୍ ଉପରେ ଆଲୋଚନା କରିଛନ୍ତି।

ଅଭିଯୋଗ ହୋଇଛି ଭାରତରେ ମଲ୍ଟି ଲେବୁଲ ମାର୍କେଟିଙ୍ଗ (MLM) ଜରିଆରେ ବ୍ୟବସାୟ କରୁଥିବା କମ୍ପାନି ଆମଓ୍ବେ ଇଣ୍ଡିଆ ୪,୦୫୦ କୋଟି ଟଙ୍କା ଭୁଲ ଭାବରେ ଆୟ କରି ଏହାର ଏକ ବଡ଼ ଅଂଶ ଦେଶରୁ ବାହାରକୁ ପଠାଯାଇଛି।

ଆହୁରି ପଢ଼ନ୍ତୁ: ଆପ୍‌ ସାଂସଦ ସଞ୍ଜୟ ସିଂଙ୍କ ଆବେଦନ ଉପରେ ଇଡିକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌, ଡିସେମ୍ବରରେ ହେବ ଶୁଣାଣି

ଇଡି ତରଫରୁ ରୁଜୁ ହୋଇଥିବା ଏବଂ ମନିଲଣ୍ଡ୍ରିଂ ମାମଲା ଆମଓ୍ବେ ଏବଂ ଏହାର ନିର୍ଦ୍ଦେଶକଙ୍କ ବିରୋଧରେ ତେଲେଙ୍ଗାନା ପୋଲିସ୍‌ ତରଫରୁ ରୁଜୁ କରାଯାଇଥିବା ମାମଲା ସହ ଜଡ଼ିତ। ଇଡି ଅଭିଯୋଗ ଆଣିଛି ଯେ କମ୍ପାନି ମାଲ୍‌ ବିକ୍ରି ଆଢ଼ୁଆଳରେ ଭୁଲ ଉପାୟରେ ଅର୍ଥ ପରିଚାଳିତ କରିଛି। ଲୋକଙ୍କୁ ବଡ଼ ଆକାରରେ କମିସନ ମିଳିବା ଏବଂ ପ୍ରୋତ୍ସାହନ ରାଶିର ଲୋଭ ଦେଖାଇ ଠକାମି ହୋଇଛି।

ଅନ୍ୟ ପଟେ କମ୍ପାନି କହିଛି ନିୟମ ପାଳନ କରୁଛି। ଆମଓ୍ବେର ଜଣେ ପ୍ରବକ୍ତା କହିଛନ୍ତି ଇଡି ତରଫରୁ ରୁଜୁ ଚାର୍ଜସିଟ୍‌ ୨୦୧୧ର ଯାଞ୍ଚ ସହ ଜଡ଼ିତ। ଆଉ ସେବେଠାରୁ ଆମେ ଏଥିରେ ସହଯୋଗ କରୁଛୁ ଏବଂ ବିଭିନ୍ନ ସମୟରେ ମଗାଯାଇଥିବା ସବୁ ସୂଚନାକୁ ଏଜେନ୍ସି ସହ ଶେୟାର କରାଯାଇଛି।

ଆହୁରି ପଢ଼ନ୍ତୁ: ଚାକିରି ବଦଳରେ ଜମି ଦୁର୍ନୀତି ମାମଲା, ରେଲଓ୍ବେର ୫୦ କର୍ମଚାରୀଙ୍କୁ ପଚରାଉଚରା କରିବ ଇଡି

ଇଡି କହିଛି ଆମଓ୍ବେ ଠକାମି କରି କମିଶନ ଭାବରେ ସମୁଦାୟ ୪,୦୫୦ କୋଟି ଟଙ୍କା ଆୟ କରିଛି। ଏଥିରୁ ୨,୮୫୯ କୋଟି ଟଙ୍କା ଦେଶ ବାହାରେ ଥିବା ଖାତାକୁ ପଠାଇଥିଲା। ଏହି ଅର୍ଥ ଲାଭ, ରୟାଲିଟି ଏବଂ ଅନ୍ୟ ଖର୍ଚ୍ଚ ନାଁରେ ଦେଶ ବାହାରକୁ ପଠାଯାଇଛି।

   Related Posts