ସମ୍ଭଲ ଶାହି ଜାମା ମସଜିଦ ବିବାଦ; ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

Published By : Prameya-News7 Bureau | January 10, 2025 IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସମ୍ଭଲ ଶାହି ଜାମା ମସଜିଦ ବିବାଦରେ ସୁପ୍ରିମକୋର୍ଟଙ୍କ ଆକ୍ସନ । ଷ୍ଟାଟସ ଅପଡେଟ୍ ନେଇ ଯୋଗୀ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ । ଜାମା ମସଜିଦ ପରିଚାଳନା କମିଟିର ଆବେଦନ ଉପରେ ଏହି ନୋଟିସ୍ ଜାରି ହୋଇଛି  । କୂଅରେ ହେଉଥିବା ପୂଜାର୍ଚ୍ଚନା ଉପରେ ରୋକ୍ ମଧ୍ୟ ଲାଗିଛି । ଏହି ଆବେଦନରେ ପରିଚାଳନା କମିଟି, ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲା । 

ସିଜେଆଇ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ପ୍ରଶାସନକୁ ପୌରପାଳିକାର ନୋଟିସ ଉପରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ସାଧାରଣ କୂଅକୁ ଭଗବାନ ହରି ମନ୍ଦିର ଭାବରେ ବର୍ଣ୍ଣନା କରିଥିଲା ଏବଂ ଏଥିରେ ପୂଜା କରିବାକୁ ଅନୁମତି ଦେଇଥିଲା । ଏବେ ସୁପ୍ରିମକୋର୍ଟ କୂଅର ପୂଜାଚର୍ଚ୍ଚା ଉପରେ ରୋକ୍ ଲଗାଇଛନ୍ତି । ହେଲେ କୂଅର ସାଧାରଣ ବ୍ୟବହାର ପାଇଁ ଅନୁମତି ରହିଛି । 

ସୂଚନା ଅନୁଯାୟୀ, ସମ୍ଭଲ ଶାହି ଜାମା ମସଜିଦ୍ ପରିଚାଳନା କମିଟି ଟ୍ରାଏଲ୍ କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଟ୍ରାଏଲ୍ କୋର୍ଟ ୧୯ ନଭେମ୍ବର ୨୦୨୪ରେ ମସଜିଦର ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମସଜିଦ କମିଟି ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ହାଜର ହୋଇ ଚ୍ୟାଲେଞ୍ଜ ଆବେଦନ ଦାୟର କରିଥିଲେ । ମସଜିଦ କମିଟି ପକ୍ଷରୁ ଆଇନଜୀବୀ ଜୈନ କୋର୍ଟକୁ କହିଥିଲେ ଯେ, କୂଅଟି ମସଜିଦ ବାହାରେ ଅବସ୍ଥିତ । ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି, ଯଦି କୂଅ ମସଜିଦ ବାହାରୁ ବ୍ୟବହାର କରାଯାଉଛି ତେବେ ଏଥିରେ କୌଣସି ଆପତ୍ତି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.