ସୁପ୍ରିମକୋର୍ଟଙ୍କ ସ୍କାନରରେ ଦିଲ୍ଲୀର ସୁପରକେଟ୍ ପ୍ରକଳ୍ପ; ପାରମ୍ଭିକ ଯାଞ୍ଚ ପାଇଁ ସିବିଆଇକୁ ନିର୍ଦ୍ଦେଶ

Published By : Prameya-News7 Bureau | April 29, 2025 IST

ନୂଆଦିଲ୍ଲୀ:  ଖାଦ୍ୟ, ବସ୍ତ୍ର ପରି ମଣିଷର ମୌଳିକ ସୁବିଧାରେ ବାସଗୃହ ନିହାତି ଜରୁରୀ । ଘରେ ଖଣ୍ଡେ କିଣିବାକୁ ସମସ୍ତେ ଚାହାଁନ୍ତି । ସେ ବି ଯଦି ଦିଲ୍ଲୀ-ଏନସିଆର୍ ମିଳିବ ତାହାଲେ ଖୁସି ଦୁଇଗୁଣା । ହେଲେ ଘର ଟିଏ କିଣିବାକୁ ମଣିଷକୁ ଅନେକ ପରିଶ୍ରମ କରିବାକୁ ପଡ଼େ, ଯିଏ କିଣିଛି ସେ ହିଁ ଜାଣିଛି । ଘର ରେଜିଷ୍ଟ୍ରାସନ ପର୍ଯ୍ୟନ୍ତ ଅନେକ ସମସ୍ୟା ଦେଇ ମଣିଷ ଗତି କରିଥାଏ । ତେବେ ଏହାରି ଭିତରେ ସୁପ୍ରିମକୋର୍ଟ ଏନସିଆରରେ ଥିବା ସୁପରଟେକ୍ ପ୍ରକଳ୍ପକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ପ୍ରକଳ୍ପ ବିରୋଧରେ ପାରମ୍ଭିକ ଯାଞ୍ଚ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । 

ସୂଚନା ଅନୁଯାୟୀ, ସୋମବାର ନ୍ୟାୟମୂର୍ତ୍ତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଏନ କୋଟିଶ୍ବର ସିଂହଙ୍କ ଦୁଇ ଜଣିଆ ଖଣ୍ଡପୀଠ ସିବିଆଇ ଦ୍ବାରା ଦାୟର ହୋଇଥିବା ଆବେଦନର ଶୁଣାଣି କରିଛନ୍ତି । ଏଥିରେ ଅଦାଲତ ଉତ୍ତର ପ୍ରଦେଶ ଓ ହରିୟଣାର ଡିଜିପିକୁ ଯାଞ୍ଚ ପାଇଁ ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କମିଟି ସଦସ୍ୟ ତଥା ଡିଏପସି, ଇନିସପେକ୍ଟର, କନଷ୍ଟବଳଙ୍କ ସୂଚୀ ଦେବାକୁ ସିବିଆଇକୁ କହିଛନ୍ତି ।

ସୁପ୍ରିମକୋର୍ଟ ଆରବିଆଇକୁ ଦେଲେ ନିର୍ଦ୍ଦେଶ:

ସର୍ବୋଚ୍ଚ ଅଦାଲତ ମାମଲାର ଶୁଣାଣି ବେଳେ ଏସଆଇଟିକୁ ସହଯୋଗ କରିବାକୁ ଗ୍ରେଟର ନୋଏଡା ପ୍ରାଧିକରଣ, ନୋଏଡା ପ୍ରାଧିକରଣର ସିଇଓ, ଆବାସ ଓ ସହରୀ ମନ୍ତ୍ରାଳୟର ସଚିବ, ଭାରତୀୟ ଚାର୍ଟର୍ଡ ଆକାଉଣ୍ଟ ସଂସ୍ଥା ଏବଂ ଆରବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ଅଧିସୂଚୀତ କରିବାକୁ କହିଛନ୍ତି । ସର୍ବୋଚ୍ଚ ଅଦାଲତ ଏହି ମାମଲାରେ ପୂର୍ବରୁ କହିଥିଲେ, ହଜାରରୁ ଅଧିକ ଘର କ୍ରେତା ସବସିଡ୍ ଯୋଜନାରୁ ପ୍ରଭାବିତ ହୋଇଛନ୍ତି । ଯେଉଁଠି ବ୍ୟାଙ୍କ୍ ନିର୍ଦ୍ଧାରିତ ସମୟ ଭିତରେ ପ୍ରକଳ୍ପକୁ ପୂରା ନକରି ବିଲ୍ଡରଙ୍କୁ ଆବାସ ଋଣ ରାଶିର ୬୦ରୁ ୭୦ ପ୍ରତିଶତ ପ୍ରଦାନ କରିଛି ।

ସୁପରଟେକ୍ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିକୁ ପର୍ଦ୍ଦାଫାଶ କରିବାକୁ ସୁପ୍ରିମକୋର୍ଟ ପୂର୍ବରୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ । ଯୋଜନାରେ ବିଲ୍ଡର-ବ୍ୟାଙ୍କର ମଧୁଚନ୍ଦ୍ରିକା ସହିତ ଦୁର୍ନୀତିରେ ଆଉ କିଏ କିଏ ସାମିଲ୍ ଅଛନ୍ତି ପୂରା ମୂଳ ପର୍ଯ୍ୟନ୍ତ ଯାଇ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ କହିଥିଲେ । 

ସୁପ୍ରିମକୋର୍ଟ ଏନସିଆର ଅଞ୍ଚଳ ବିଶେଷକରି ନୋଏଡା, ଗ୍ରେଟର ନୋଏଡା ଏବଂ ଗୁରୁଗ୍ରାମର ବିଭିନ୍ନ ଗୃହ ପ୍ରକଳ୍ପରେ ସବସିଡି ଯୋଜନା ଅଧୀନରେ ଫ୍ଲାଟ୍ ବୁକ୍ କରିଥିବା ଅନେକ କ୍ରେତାଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରିଛନ୍ତି । ଏହି ଆବେଦନରେ ଅଭିଯୋଗ ହୋଇଛି ଯେ କ୍ରେତାଙ୍କୁ ଫ୍ଲାଟ୍ ନମିଳିଥିଲେ ମଧ୍ୟ ବ୍ୟାଙ୍କଗୁଡ଼ିକ ସେମାନଙ୍କୁ ଇଏମଆଇ ଦେବାକୁ ବାଧ୍ୟ କରୁଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.