T20 world cup: ଯୁଦ୍ଧ ଯୋଗୁ ଆକାଶପଥ ବନ୍ଦ; ଭାରତରେ ଫସିଲେ ଜିମ୍ବାୱେ ଖେଳାଳି

NEWS7
supreme-court-order-to-return-money-invested-in-mayawati-statue

ନୂଆଦିଲ୍ଲୀଟି-୨୦ ବିଶ୍ୱକପ୍ ୨୦୨୬ ରେସରୁ ବାହାରି ସାରିଥିବା ଜିମ୍ବାୱେ ରବିବାର ଦକ୍ଷିଣ ଆଫ୍ରିକା ସହ ଆଜି ବିଶ୍ୱକପ୍‌ ୨୦୨୬ର ଅନ୍ତିମ ମ୍ୟାଚ୍ ଖେଳିଥିଲା। ଦଳ ମ୍ୟାଚ୍ ଖେଳି ସାରିବା ପରେ ଟେନସନରେ ପଡ଼ିଯାଇଛି। କାରଣ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଥିବାରୁ ଆକାଶପଥ ବନ୍ଦ ରହିଛି। ଏହି କାରଣରୁ ଖେଳାଳି ମ୍ୟାଚ୍ ଦେଖିବାକୁ ଆସିଥିବା ଫ୍ୟାନମାନେ ଏବେ ଭାରତରେ ଫସି ରହିଛନ୍ତି।

ସେପଟେ ଦକ୍ଷିଣ ଆଫ୍ରିକା ସହିତ ହୋଇଥିବା ମୁକାବିଲାରେ ଜିମ୍ବାୱେ ପରାସ୍ତ ହୋଇଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ଏହା ସପ୍ତମ ବିଜୟ। ଜିମ୍ବାୱେ ଅଧିନାୟକ ସିକନ୍ଦର ରଜା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୭ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା। ଜବାବରେ,ଦକ୍ଷିଣ ଆଫ୍ରିକା ୧୮ତମ ଓଭରରେ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଛି।

ଦକ୍ଷିଣ ଆଫ୍ରିକା ଏବେ ଗ୍ରୁପ୍ ୧ର ଶୀର୍ଷରେ ରହିଛି। ଦକ୍ଷିଣ ଆଫ୍ରିକା ଲଗାତାର ୭ଟି ମ୍ୟାଚ୍ ଜିତିଛି,ଗ୍ରୁପ୍ ପର୍ଯ୍ୟାୟରେ ୪ଟି ଏବଂ ସୁପର ୮ରେ ୩ଟି ଜିତିଛି।ଏବେଟିମ୍ ମାର୍ଚ୍ଚ ୪ ତାରିଖରେ କୋଲକାତାରେଖେଳାଯିବାକୁ ଥିବାସେମିଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ସହିତ ମୁକାବିଲା କରିବ।