୨ କିର୍ତ୍ତି ଚକ୍ର ଓ ୧୦ ସୌର୍ଯ୍ୟ ଚକ୍ର ସହ ଅନେକ ଜବାନଙ୍କ ଲାଗି ବୀରତା ଓ ବିଶିଷ୍ଟ ସେବା ମେଡାଲ ଘୋଷଣା କଲେ ରାଷ୍ଟ୍ରପତି

NEWS7
suprem-court-orders-on-delhi-ncr-migrant-labors

ନୂଆଦିଲ୍ଲୀ ୨୫।୧: ଗଣତନ୍ତ୍ର ଦିବସ ପୂର୍ବସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ସେନାର ଦୁଃସାହାସୀ ଅଧିକାରୀ, ଜୁନିୟର କମିସନଡ ଅଧିକାରୀ ଓ ଜବାନଙ୍କୁ ସେମାନଙ୍କ ବୀରତା ଓ ବିଶିଷ୍ଟ ସେବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ପୁରସ୍କାରକୁ ମଞ୍ଜୁରୀ ଦେଇଛନ୍ତି। ଏହି ସମ୍ମାନ ବିଭିନ୍ନ ସୈନ୍ୟ ଅଭିଯାନରେ ଜବାନମାନେ ପ୍ରଦର୍ଶନ କରିଥିବା ଅଦମ୍ୟ ସାହସ, ନେତୃତ୍ୱ ଓ ଉତ୍କୃଷ୍ଟ ସେବା ନିମନ୍ତେ ଦିଆଯାଇଛି। ଏହି ପୁରସ୍କାର ଦେଶରେ ସୁରକ୍ଷା ଓ ଶାନ୍ତି କାୟମ ରଖିବା ପାଇଁ ସୈନିକଙ୍କ ଯୋଗଦାନକୁ ସମ୍ମାନୀତ କରେ।

ଏଥିରେ ରାଷ୍ଟ୍ରପତି ୨ କିର୍ତ୍ତି ଚକ୍ର ଓ ୧୦ ସୌର୍ଯ୍ୟ ଚକ୍ରକୁ ମଞ୍ଜୁରୀ ଦେଇଛନ୍ତି। ଗୋଟିଏ ସୌର୍ଯ୍ୟ ଚକ୍ର ମରଣୋପରାନ୍ତ ପ୍ରଦାନ କରାଯିବାକୁ ଥିବା ବେଲେ ବୀରତା ନିମନ୍ତେ ଗୋଟିଏ ଓ ୪୪ ସେନା ମେଡାଲ ଦିଆଯାଇଛି। ଏଥିରେ ୫ ଜଣଙ୍କୁ ମରଣୋପରାନ୍ତ ସମ୍ମାନୀତ କରାଯିବ। ଏହି ପୁରସ୍କାର ମୁଖ୍ୟ ରୂପେ ଆତଙ୍କବାଦୀ ରୋଧୀ ଅଭଯାନ, ସୀମା ପାଟ୍ରୋଲିଂ, ଉଗ୍ରବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ବିପଦପୂର୍ଣ୍ଣ ଅପରେସନରେ ଦୁଃସାହସ ପ୍ରଦର୍ଶନ ନିମନ୍ତେ ଦିଆଯିବ।

ରାଷ୍ଟ୍ରପତି ବିଶିଷ୍ଟ ସେବା ନିମନ୍ତେ ୧୯ ପରମ ବିଶିଷ୍ଟ ସେବା ମେଡାଲ, ୪ ଉତ୍ତମ ଯୁଦ୍ଧ ସେବା ମେଡାଲ, ୩୫ ଅତି ବିଶିଷ୍ଟ ସେବା ମେଡାଲ, ୭ ଯୁଦ୍ଧ ସେବା ମେଡା, ସେନା ମେଡାଲ (ବିଶିଷ୍ଟ ) ୨ଥର, ୪୩ ସେନା ମେଡାଲ ବିଶିଷ୍ଟ ଓ ୮୫ ବିଶିଷ୍ଟ ସେବା ମେଡାଲ ମଞ୍ଜୁର କରିଛନ୍ତି। ଏହା ଛଡା ଅପରେସନ ରକ୍ଷକ, ଅପରେସନ ସ୍ନୋ ଲିଓପାର୍ଡ, ଅପରେସନ ହିଫାଜତ, ଅପରେସନ ଅର୍କିଡ ଓ ଅପରେସନ ମେଘଦୂତ ଭଳି ବିଭିନ୍ନ ଅଭିଯାନରେ ଉଦ୍ଧାର କାର୍ଯ୍ୟ ଓ ହତାହତ ଉଦ୍ଧାରରେ ଯୋଗଦାନ ନିମନ୍ତେ ୮୧ଟି ମିସନ-ଇନ-ଡେସ୍ପାଚ୍ ଦିଆଯାଇଛି। ଏଥିରେ ୧-ଆସାମ ରାଇଫଲର ମେଜର ଅର୍ଶଦୀପ ସିଂହ ଓ ପାରା ସ୍ପେଶାଲ ଫୋର୍ସେସର ନାୟବ ସୁବେଦାର ଦୋଲେଶ୍ୱର ସୁବବା ଙ୍କୁ କିର୍ତ୍ତି ଚକ୍ର ପୁରସ୍କାରରେ ସମ୍ବର୍ଦ୍ଧିତ କରାଯିବ।