ମୁମ୍ବାଇ: ଅଜୟ ଦେବଗନଙ୍କ ଫିଲ୍ମ ‘ରେଡ୍ ୨’ ସିନେମାଘରେ ଧମାଲ ମଚାଉଛି। ଚଳିତ ବର୍ଷ ବହୁ ପ୍ରତୀକ୍ଷିତ ସିକ୍ଵେଲ ଫିଲ୍ମ ମଧ୍ୟରୁ ଗୋଟିଏ ଥିଲା ରେଡ୍ ୨। ଆଉ ଫିଲ୍ମଟି ଦର୍ଶକଙ୍କୁ ନିରାଶ କରିନି। ରିଲିଜ୍ ପରେ ଫିଲ୍ମକୁ ଭରପୂର ଭଲ ପାଇବା ମିଳିଛି। ରେଡ୍ ୨ ଚଳିତ ବର୍ଷ ଦ୍ଵିତୀୟ ହିଟ୍ ଫିଲ୍ମ ସାବ୍ୟସ୍ତ ହୋଇଛି। ଏହା ପୂର୍ବରୁ ଭିକି କୌଶଲଙ୍କ ଛାବା ପ୍ରଥମେ ଏହି ସଫଳତା ହାସଲ କରିଥିଲା।
ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ ମତରେ ମେ ୧ରେ ରିଲିଜ୍ ହୋଇଥିବା ଫିଲ୍ମ ରେଡ୍ ୨ ପ୍ରଥମ ଦିନ ବକ୍ସ ଅଫିସରେ ୧୯.୭୧ କୋଟି ଟଙ୍କା ରୋଜଗାର କରିଥିଲା। ଦ୍ଵିତୀୟ ଦିନରେ ଫିଲ୍ମ ୧୩.୦୫ କୋଟି, ତୃତୀୟ ଦିନରେ ୧୮.୫୫ କୋଟି ଓ ଚତୁର୍ଥ ଦିନରେ ୨୨.୫୨ କୋଟି ଟଙ୍କାର ଦମଦାର ବକ୍ସ ଅଫିସ କଲେକ୍ସନ କରିଥିଲା। ଆଉ ପଞ୍ଚମ ଦିନର ପ୍ରାରମ୍ଭିକ ସୂଚନା ଆସି ଯାଇଛି।
Also read: ସିନେମା ଉପରେ ଟ୍ରମ୍ପଙ୍କ ଟାରିଫ୍ ଷ୍ଟ୍ରାଇକ୍, ଆମେରିକା ବାହାରେ ନିର୍ମିତ ଫିଲ୍ମ ଉପରେ ୧୦୦% ଟିକସ ଲାଗୁ
ସାକନିଲ୍କର ରିପୋର୍ଟ ଅନୁଯାୟୀ, ‘ରେଡ୍ ୨’ ପଞ୍ଚମ ଦିନରେ ସନ୍ଧ୍ୟା ୮ଟା ସୁଦ୍ଧା ୩.୯୭ କୋଟି ଟଙ୍କା ବ୍ୟବସାୟ କରି ସାରିଛି। ଭାରତୀୟ ବକ୍ସ ଅଫିସରେ ଫିଲ୍ମ ମୋଟ୍ ୭୫.୨୨ କୋଟି ଟଙ୍କାର କାରବାର କରି ସାରିଛି। ଏଥିସହ ଫିଲ୍ମ ବକ୍ସ ଅଫିସ୍ରେ ସୁପରହିଟ୍ ମାନ୍ୟତା ପାଇ ସାରିଛି। ‘ରେଡ୍ ୨’ ୪୮ କୋଟି ବଜେଟ୍ରେ ନିର୍ମାଣ ହୋଇଛି। ଫିଲ୍ମ ୩ ଦିନରେ ନିଜର ଖର୍ଚ୍ଚ ଉଠାଇ ସାରିଛି। ଓ୍ଵାର୍ଲ୍ଡଓ୍ଵାଇଡ ବକ୍ସ ଅଫିସରେ ଫିଲ୍ମ ୮୪.୭୫ କୋଟି ଟଙ୍କା ଆୟ କରି ସାରିଛି।
ବଲିଉଡର ସମ୍ମାନ ରଖିଲେ ‘ଛାବା’ ଓ ‘ରେଡ୍ ୨’
ଏହା ପୂର୍ବରୁ ଚଳିତ ବର୍ଷ ଅନେକ ଫିଲ୍ମ ରିଲିଜ୍ ହୋଇଛି। କିନ୍ତୁ ‘ଛାବା’ ଓ ‘ରେଡ୍ ୨’ ବ୍ୟତୀତ କୌଣସି ବି ଫିଲ୍ମ ସୁପରହିଟ୍ କାଟାଗୋରୀରେ ସାମିଲ ହୋଇ ପାରି ନାହିଁ। ଆଜାଦ, ଇମରଜେନ୍ସି, ସ୍କାଇଫୋର୍ସ, ମେରେ ହଜବ୍ୟାଣ୍ଡ କି ବିବି, ଜାଟ୍ଠୁ ନେଇ ସିକନ୍ଦର ପର୍ଯ୍ୟନ୍ତ ବକ୍ସ ଅଫିସରେ ଫ୍ଲପ କିମ୍ବା ଏଭାରେଜ ରହିଚି। ତେଣୁ ବଲିଉଡର ସ୍ଥିତି ଦୟନୀୟ ହେବାରେ ଲାଗିଥିଲା। ମାତ୍ର ଫେବୃଆରୀରେ ରିଲିଜ୍ ଭିକି କୌଶଳଙ୍କ ଫିଲ୍ମ ଛାବା ବକ୍ସ ଅଫିସରେ ଧୂଆଁଧାର ବ୍ୟବସାୟ କରିଥିଲା। ଫିଲ୍ମ ୬୦୧.୫୭ କୋଟି ଟଙ୍କା ଆୟ କରି ବ୍ଲକବଷ୍ଟର ହିଟ୍ ସାବ୍ୟସ୍ତ ହୋଇଥିଲା।