ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ୍ ୨୦୨୫ର ୬୮ତମ ଲିଗ୍ ମ୍ୟାଚ୍ ସନରାଇଜର ହାଇଦ୍ରାବାଦ କୋଲକାତାକୁ ୧୧୦ ରନ୍ର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଯଦିଓ ଉଭୟ ଦଳ ପ୍ଲେଅଫ୍ ଦୌଡ଼ରୁ ବାହାର ସାରିଛନ୍ତି ତେବେ ଶେଷ ମ୍ୟାଚ୍ ବି କୋଲକାତା ହାରି ଯାଇଛି। ଫଳରେ ଉଭୟ ଦଳର ଆଇପିଏଲ ଅଭିଯାନ ରବିବାର ଶେଷ ହୋଇଛି।
ଆଜିର ମ୍ୟାଚ୍ରେ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୭୮ ରନ୍ କରିଥିଲା। ଜବାବରେ କୋଲକାତା ୧୮.୪ ଓଭରରେ ମାତ୍ର ୧୬୮ ରନ୍ ହିଁ କରି ଅଲ୍ ଆଉଟ୍ ହୋଇଯାଇଥିଲା। କୋଲକାତା ପକ୍ଷରୁ ସୁନୀଲ ନାରାୟଣ ୩୧, ମନୀଷ ପାଣ୍ଡେ ୩୭ ଓ ହର୍ଷିତ ରାମା ୩୪ ରନ୍ କରିଥିଲେ। ବାକି ଦଳର ଅନ୍ୟା ବ୍ୟାଟରଙ୍କର ଆଜି ଫ୍ଲପ୍ ଶୋ ଦେଖିବାକୁ ମିଳିଥିଲା। ଡିକକ୍ ଓ ରିଙ୍କୁ ସିଂହ ୯ ରନ୍ ଲେଖାଏ କରି ଆଉଟ ହୋଇଥିଲେ। ଫଳରେ ଦଳ ଶେଷ ମ୍ୟାଚ୍ରେ ପରାଜିତ ହୋଇ ଘରକୁ ଫେରିଛି।
ସେପଟେ ହାଇଦ୍ରାବାଦ ପକ୍ଷରୁ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରାଯାଇଥିଲା। ହାଇଦ୍ରାବାଦର ଜୟଦେବ ଉନାଦକଡ଼,ଇଶାନ ମାଲିଙ୍ଗା ଓ ହର୍ଷ ଦୁବେ ୩ ଟି ଲେଖାଏ ୱିକେଟ୍ ନେଇ କୋଲକାତାକୁ ଧରାସାୟୀ କରିଦେଇଥିଲେ।