LIVE TV
LIVE TV

ବିଧାନସଭା ଶୀତ ଅଧିବେଶନ, ସ୍ୱାସ୍ଥ୍ୟ ସମସ୍ୟା ନେଇ ସ୍ଵାସ୍ଥ୍ୟମନ୍ତ୍ରୀ ଓ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ମୁହାଁମୁହିଁ

NEWS7
sunrisers-hyderabad-win-by-8-wicket-agasint-punjab-kings-

ଭୁବନେଶ୍ଵର ୦୧।୧୨ : ବିଧାନସଭା ଶୀତ ଅଧିବେଶନ । ୪ର୍ଥ ଦିନରେ ସ୍ଵାସ୍ଥ୍ୟମନ୍ତ୍ରୀ ଓ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି । ନିଜ ନିଜ ଲୋକସେବା କ୍ଷେତ୍ରର ସ୍ଵାସ୍ଥ୍ୟ ସମସ୍ୟାକୁ ନେଇ ଦୁଇ ନେତା ମୁହାଁମୁହିଁ ହୋଇଛନ୍ତି ।

ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ ଗୃହରେ ଅଭିଯୋଗ କରିଥିଲେ ଯେ, ସୋନପୁରରେ ସିଏଚସି ନିର୍ମାଣ ଶୈଳୀରେ ଦେଶର ଦ୍ଵିତୀୟ ସ୍ଥାନରେ ରହିଛି। କିନ୍ତୁ ଡାକ୍ତର ନାହାନ୍ତି। ମନ୍ତ୍ରୀ ତାଙ୍କ ଏରିଆକୁ ଭଲ ଡାକ୍ତର ବଦଳି କରି ନେଇ ଯାଉଛନ୍ତି। ଅନେକ ରୋଗୀ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି।

ଯାହାର ଜବାବରେ ସ୍ଵାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, ବିଜେଡି ସରକାର ୨୪ ବର୍ଷ ଧରି କ୍ଷମତାରେ ଥିବା ବେଳେ ବିଜେପି ଉତ୍ତରାଧିକାରୀ ସୂତ୍ରରେ ପାଇଛି। ପୂର୍ବ ସରକାରଙ୍କ ବିଧାୟକ ନିଜେ ସ୍ବାସ୍ଥ୍ୟ ମନ୍ତ୍ରୀ ଥିଲେ। ଦେଢ଼ ବର୍ଷ ଭିତରେ ସ୍ପେସିଆଲିଷ୍ଟ ଡାକ୍ତର ତିଆରି ହୋଇ ପାରିବେ ନାହିଁ। ବର୍ତ୍ତମାନ ସୁଦ୍ଧା ୫ ହଜାର ୧୯୫ ମେଡିକାଲ ଅଫିସର ଓ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ହୋଇଛନ୍ତି। କିନ୍ତୁ ସ୍ପେସିଆଲିଷ୍ଟ ଡାକ୍ତର ଅଭାବ ରହିଛି। ଆଗମୀ ଦିନରେ ପଦବୀ ପୂରଣ କରାଯିବ।