LIVE TV

ଚେତେଶ୍ୱର ପୂଜାରାଙ୍କ କ୍ୟାରିୟର ବଞ୍ଚାଇଥିଲେ କିଙ୍ଗ ଖାନ୍, ଖେଳାଳିଙ୍କ ପତ୍ନୀ କଲେ ବଡ଼ ଖୁଲାସା....

NEWS7
sunny-deol-gadar-2-story-leaked-starring-ameesha-patel

ନୂଆଦିଲ୍ଲୀ ୦୮/୧୧: ଚେତେଶ୍ୱର ପୂଜାରା । ରାହୁଲ ଦ୍ରାବିଡଙ୍କ ପରେ ସେ ଥିଲେ ଭାରତୀୟ ଟେଷ୍ଟ କ୍ରିକେଟର ଦ୍ୱିତୀୟ ଓ୍ୱାଲ୍ । ତାଙ୍କୁ କାନ୍ଥ ବା ଚଟାଣର ଆଖ୍ୟା ମିଳିଥିଲା । ଭାରତର ଟେଷ୍ଟ ଦଳର ସେ ଥିଲେ ପ୍ରମୁଖ ଅଂଶ । ରାହୁଲ ଦ୍ରାବିଡଙ୍କ ବିଦାୟ ପରେ, ସେ ନମ୍ବର ୩ ସ୍ଥାନ ଗ୍ରହଣ କରିଥିଲେ । ତଥାପି, ବିପଦରେ ପଡିଥିଲା ତାଙ୍କ କ୍ୟାରିୟର । ବଞ୍ଚାଇବାକୁ ଆଗେଇ ଆସିଥିଲେ ଜଣେ ଅଭିନେତା । ଦେବଦୂତ ସାଜି କ୍ୟାରିୟର ଡଙ୍ଗା ବୁଡିବାରୁ ବଞ୍ଚାଇଦେଇଥିଲେ । ଏନେଇ ଖୁଲାସା କରିଛନ୍ତି ପୂଜାରାଙ୍କ ପତ୍ନୀ । ତେବେ କିଏ ସେହି ଅଭିନେତା । କାହିଁକି ବଢାଇଥିଲେ ସହଯୋଗ ହାତ ଆସନ୍ତୁ ଜାଣିବା ।  

ଆଇପିଏଲରେ ଅଧିକ ସମୟ ତିଷ୍ଠି ପାରିନଥିଲେ ପୂଜାରା । କେବଳ କିଛି ମ୍ୟାଚ୍ ଖେଳିଥିଲେ। ଯେତେବେଳେ ଲିଗ୍ ଆରମ୍ଭ ହୋଇଥିଲା । ପୂଜାରା ମଧ୍ୟ ନିଜ ପାଇଁ ଏକ ନାମ କମାଉଥିଲେ । ତାଙ୍କୁ ଶାହରୁଖ ଖାନଙ୍କ ମାଲିକାନାରେ ଥିବା ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସ କିଣିଥିଲା । ତା’ପରେ, ସେ ଏକ ଆଘାତର ଶିକାର ହୋଇଥିଲେ ଯାହା ତାଙ୍କ କ୍ୟାରିଅର ପ୍ରତି ବିପଦ ସୃଷ୍ଟି କରିଥିଲା । କିନ୍ତୁ ଶାହରୁଖ ଖାନଙ୍କ ଦଳ ପୂଜାରାଙ୍କୁ ନୂତନ ମାଇଲଖୁଣ୍ଟ ଦେଇଥିଲା । ପୂଜାରାଙ୍କ ପତ୍ନୀ ପୂଜା ତାଙ୍କ ପୁସ୍ତକରେ ଏମିତି କିଛି ଖୁଲାସା କରିଛନ୍ତି ।

୨୦୦୯ରେ ପୂଜାରାଙ୍କ ସହ ହୋଇଥିଲା ଏମିତି କିଛି । ସେତେବେଳେ ପୂଜାରା ଟିମ୍ ଇଣ୍ଡିଆରେ ଯୋଗ ଦେଇ ନଥିଲେ । ଘରୋଇ କ୍ରିକେଟ୍ ଖେଳୁଥିଲେ । ସେ କୋଲକାତା ପାଇଁ ତାଙ୍କର IPL ଡେବ୍ୟୁ କରିବାକୁ ପ୍ରସ୍ତୁତ ଥିଲେ । କୋଲକାତା ତାଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଅଭ୍ୟାସ ସମୟରେ ପୂଜାରା ନିୟମିତ କ୍ୟାଚ୍ ନେବା ସମୟରେ ଏକ ବିପଦପୂର୍ଣ୍ଣ ଆଣ୍ଠୁ ଆଘାତର ଶିକାର ହୋଇଥିଲେ। 

ପୂଜାରାଙ୍କ ପତ୍ନୀ ପୂଜା ପୁସ୍ତକରେ ଲେଖିଛନ୍ତି, "ଭାଗ୍ୟ ତାଙ୍କୁ ଏପରି ଏକ କ୍ୟାଚ୍ ଧରିବାକୁ ବାଧ୍ୟ କରିଥିଲା । ​​ଯାହା ବଦଳାଇ ଦେଇଥିଲା ତାଙ୍କ ଜୀବନଶୈଳୀ । କାରଣ ଖେଳିବା ବେଳେ  ଲିଗାମେଣ୍ଟରେ ଆଘାତ ପାଇଥିଲେ ସେ । ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । କ୍ରିକେଟରୁ ସେ ସାମୟିକ ବିରତି ନେଇଥିଲେ । ଏପରିକି କୋଲକାତା ପାଇଁ ଗୋଟିଏ ବି ମ୍ୟାଚ୍ ନ ଖେଳି ମଧ୍ୟ।

ପୂଜା ବ୍ୟାଖ୍ୟା କରିଛନ୍ତି ଯେ ଏହି ସମୟରେ ଆଗେଇ ଆସିଥିଲେ ବଲିଉଡ୍ ଅଭିନେତା ଶାହରୁଖ ଖାନ୍ । ଶାହାରୁଖଙ୍କ ଟିମ୍ ସଂଗେ ସଂଗେ ପରିଚାଳନା ଦାୟିତ୍ୱ ନେଇଥିଲା। ଫ୍ରାଞ୍ଚାଇଜ୍ ତାଙ୍କ ଆଘାତ ପାଇଁ ସମସ୍ତ ଖର୍ଚ୍ଚ ବହନ କରିବାକୁ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକାର କେପ୍ ଟାଉନରେ ପୂଜାରାଙ୍କ ଅସ୍ତ୍ରୋପଚାରର ବ୍ୟବସ୍ଥା କରିଥିଲା । ପୂଜାରାଙ୍କ ବାପା ଚିନ୍ତିତ ଥିଲେ। ତାଙ୍କ ପାଖରେ ପାସପୋର୍ଟ ନଥିଲା । ସେ ଚାହୁଁଥିଲେ ଯେ ତାଙ୍କ ପୁଅ ରାଜକୋଟକୁ ଆସୁ ଯେଉଁଠାରେ ତାଙ୍କ ବନ୍ଧୁମାନେ ରହୁଥିଲେ । ଶାହରୁଖ ଖାନ ସେଠାରେ ତାଙ୍କ ସହିତ କଥା ହୋଇଥିଲେ । ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଦକ୍ଷିଣ ଆଫ୍ରିକା ପୂଜାରାଙ୍କ ପାଇଁ ସର୍ବୋତ୍ତମ ସ୍ଥାନ।

ପୁସ୍ତକରେ ପୂଜାରାଙ୍କ ବାପାଙ୍କ କଥା ଉଦ୍ଧୃତ କରାଯାଇଛି, "ଶାହରୁଖ ମୋତେ କହିଥିଲେ ଯେ ଚେତେଶ୍ୱରଙ୍କର ଭବିଷ୍ୟତ ଉଜ୍ଜ୍ୱଳ । ତାଙ୍କର ସର୍ବୋତ୍ତମ ଚିକିତ୍ସା ହେବା ଉଚିତ। ଯେତେବେଳେ ସେ ଜାଣିଲେ ଯେ ମୁଁ ଚିନ୍ତିତ, ସେ ମୋତେ କହିଲେ ଯେ ଯଦି ମୁଁ ସେଠାକୁ ଯିବାକୁ ଚାହେଁ, ତେବେ ମୁଁ ମୋ ପରିବାରର ଜଣେ ସଦସ୍ୟଙ୍କୁ ସାଙ୍ଗରେ ନେଇପାରିବି। କୋଲକାତା ସହଜରେ ପାସପୋର୍ଟ, ଭିସା ଏବଂ ଅନ୍ୟ ସବୁକିଛି ନେଇ ପୂଜାରାଙ୍କ ପାଖକୁ ପଠାଇ ଦେଇଥିଲା।"