କଟକରେ ଲେଜର ଲାଇଟ୍ ବ୍ୟବହାର ନିଷିଦ୍ଧ, ବିକଟାଳ ଶବ୍ଦ କରୁଥିବା ଡିଜେ ବନ୍ଦ ନିର୍ଦ୍ଦେଶ

NEWS7
sunita-williams-return-further-delayed-from-space-as-nasa-postpones

କଟକ ୧୨।୨: କଟକ କମିଶନରେଟ୍ ପୋଲିସ ଅଞ୍ଚଳରେ ଲେଜର ଲାଇଟ୍ ବ୍ୟବହାରକୁ ନିଷିଦ୍ଧ କରିଛନ୍ତି ହାଇକୋର୍ଟ । ବିକଟାଳ ଶବ୍ଦ କରୁଥିବା ଡିଜେ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ରାତି ୧୦ଟା ପରେ ଯେପରି କୌଣସି ବାଜା ବାଜିବ ନାହିଁ, ବାଣ ଫୁଟିବ ନାହିଁ ଏବଂ ରୋଷଣୀ ନହେବ, ସେ ଦିଗରେ ପୋଲିସ ତୀକ୍ଷ୍ଣ ନଜର ରଖିବାକୁ କୋର୍ଟ କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ଭଡ଼ାଘରେ ଚାଲିଥିବା ସେକ୍ସ ରାକେଟ୍ରେ ପର୍ଦ୍ଦାଫାଶ, କିଙ୍ଗ୍ପିନ୍ ସହ ଧରାପଡ଼ିଲେ ୪ ଗ୍ରାହକ

ଯଦି କୌଣସି ସ୍ଥାନରେ ଏସବୁର ଉଲଂଘନ ହେଉଥିବ, ତେବେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ହୋଇଛି । କଟକ ସହର ସମସ୍ୟା ସଂକ୍ରାନ୍ତୀୟ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଗୁରୁବାର କିଛି ଏହିଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଶୁଣାଣି ସମୟରେ କଟକ ଡିସିପି ଆଭାସୀ ଜରିଆରେ କୋର୍ଟରେ ଉପସ୍ଥିତ ରହି ନିଜର ପକ୍ଷ ରଖିଛନ୍ତି ।