LIVE TV
LIVE TV

ଦ. ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ଦଳକୁ ଫେରିଲେ ପାଣ୍ଡ୍ୟା-ଗିଲ୍

NEWS7
sunil-chhetri-will-come-out-of-retirement-at-the-age-of-40-

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଚୟନକର୍ତ୍ତା ଦଳ ଘୋଷଣା କରିଛନ୍ତି। ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଶୁଭମନ ଗିଲ୍ ଫିଟ୍ ହେବା ପରେ ତାଙ୍କୁ ମଧ୍ୟ ଦଳରେ ଚୟନ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ଖେଳିଥିବା ସମସ୍ତ ଖେଳାଳି ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପାଇଁ ନିଜର ସ୍ଥାନ ବଜାୟ ରଖିଛନ୍ତି। ପୂର୍ବରୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ନିଜର ଦଳ ଘୋଷଣା କରି ସାରିଛି।

ଶୁଭମନ ଗିଲ୍ ପୂର୍ବବତ୍ତ ନିଜର ଉପଅଧିନାୟକ ଦାୟିତ୍ଵ ସମ୍ଭାଳିବେ। ଗିଲ୍ କୋଲକାତାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଆହତ ହୋଇଥିଲେ। ଏହା ପରେ ଦ୍ଵିତୀୟ ଟେଷ୍ଟ ସହ ଦିନିକିଆ ସିରିଜରୁ ବାଦ୍ ପଡ଼ିଥିଲେ ଗିଲ୍। ଏବେ ବିସିସିଆଇର ସେଣ୍ଟର ଅଫ ଏକ୍ସିଲେନ୍ସରୁ ମିଳିବାକୁ ଥିବା ଫିଟନେସ୍ କ୍ଲିୟରାନ୍ସ ଉପରେ ସବୁ ନିର୍ଭର କରେ ଯେ ଗିଲ୍ ସିରିଜର କେଉଁ ମ୍ୟାଚ୍ ଖେଳିବେ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଭାରତୀୟ ଦଳକୁ ଦୀର୍ଘ ଅଢେଇ ମାସ ପରେ ଦଳକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଏସିଆ କପରେ ଆହତ ହୋଇଥିଲେ ପାଣ୍ଡ୍ୟା। ଏହି କାରଣରୁ ସେ ଟିମ୍ ଇଣ୍ଡିଆରୁ ବାହାରେ ଥିଲେ।  ଏବେ ପଡ଼ିଆକୁ ଫେରି ହାର୍ଦ୍ଦିକ ପାଣ୍ଡ୍ୟା ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ପଞ୍ଜାବ ବପକ୍ଷରେ ୪୨ ବଲରୁ ୭୭ ରନ କରି ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି। ​​​​​​​

ଦକ୍ଷିଣ ଆଫ୍ରିକା ଟି-୨୦ ପାଇଁ ଘୋଷିତ ଭାରତୀୟ ଦଳ

ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଶୁଭମନ ଗିଲ୍(ଉପ ଅଧିନାୟକ), ଅଭିଷେକ ଶର୍ମା, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା(ଓ୍ଵିକେଟ୍ କିପର), ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ହର୍ଷିତ ରାଣା, ଓ୍ଵାଶିଂଟନ ସୁନ୍ଦର।

​​​​​​​News updating...