Live Live
LIVE

ମଧ୍ୟପ୍ରାଚ୍ୟ ଅଶାନ୍ତି ବ୍ୟାପିଲା, ଚୁଲା ଅଛି ଗ୍ୟାସ୍ ନାହିଁ, କେମିତି ହେବ ଶବଦାହ?

NEWS7
sunday-is-villain-of-team-india-fans-fear-before-final-match

ଭୁବନେଶ୍ୱର ୧୧/୦୩: ସାରା ବିଶ୍ୱକୁ ବ୍ୟାପିଛି ମଧ୍ୟପ୍ରାଚ୍ୟ ଅଶାନ୍ତି । ପଲ୍ଲୀରୁ ଦିଲ୍ଲୀ ଜାଳେଣି ଗ୍ୟାସ ସଂକଟ । ଲାଗିଛି ଲମ୍ୱା ଲାଇନ୍ । ହୋଟେଲର୍ ବି ଝୁଲାଲାଣି ତାଲା । କାରଣ ସବୁଠି ରନ୍ଧନ ଗ୍ୟାସର ଅଭାବ । ଏହାର ପ୍ରଭାବ ପଡିଛି ଭୁବନେଶ୍ୱର ସତ୍ୟ ନଗରରେ ଥିବା ଶ୍ମଶାନରେ । ଘାରିଛି ଶବ ଦାହ ଚିନ୍ତା । ଗ୍ୟାସ ନଥିବାରୁ ବନ୍ଦ ହୋଇଛି ସତ୍କାର ।

ଗ୍ୟାସ ଶବଦାହ ଗୃହରେ ୫ ଦିନ ହେଲା କମର୍ସିଆଲ ଗ୍ୟାସ ନଥିବାରୁ ଗ୍ୟାସରେ ଶବ ଦାହ ବନ୍ଦ ରହିଛି । Bmc ଅଧୀନରେ ଚାରିଟି ଗ୍ୟାସ ଚୁଲା ଥିବା ଶ୍ମଶାନ ରହିଛି। ୩ରେ ଗେଲ ଗ୍ୟାସ ସଂଯୋଗୀକରଣ ରହିଛି । କିନ୍ତୁ ସତ୍ୟନଗର ଶ୍ମଶାନରେ ଗେଲ ଗ୍ୟାସ ସଂଯୋଗୀକରଣ ହେଉନି । ଏଠି କମର୍ସିଆଲ ଗ୍ୟାସରେ ଶବ ଦାହ କରାଯାଏ । ସପ୍ତାହକୁ ୧୪ ଟି ଗ୍ୟାସ ଚୂଲା ଦରକାର ପଡେ । ସବୁବେଳେ ଗ୍ୟାସ ମହଜୁଦ ଥାଏ । ୫ ତାରିଖରୁ BMCକୁ ଗ୍ୟାସ ଦେଉଥିବା ଏଜେନ୍ସି supply ଦେଉନାହିଁ ।

ସରକାରଙ୍କ ଦୃଷ୍ଟିଗୋଚର କରିବା ପରେ ଆଜି ହିଁ ଏହାର ସମାଧାନ କରିଦେବେ । Gailକୁ ମଧ୍ୟ ଚିଠି ଲେଖା ସାରିଲାଣି ଖୁବଶୀଘ୍ର ଏଠାରେ ଗ୍ୟାସ ଲାଇନ କନେକସନ ସତ୍ୟନଗର ଶ୍ମଶାନରେ ହୋଇଯିବ । ଆଜିଠୁ ଗ୍ୟାସ ସପ୍ଲାଇ କରିଦିଆଯିବ ବୋଲି ମେୟାର କହିଛନ୍ତି । ଆଉ ସପ୍ଲାଇ ହେଲେ ପୂର୍ବ ଭଳି ସ୍ଵାଭାବିକ ଭାବରେ ସତ୍ୟନଗର ସ୍ମଶାନରେ ଗ୍ୟାସ ଚୁଲାରେ ଶବ ଦାହ କରାଯିବା ।

also read...

ଓ୍ୱାର ଭିତରେ ସିଲିଣ୍ଡର ପାଇଁ ଯୁଦ୍ଧ, କେଉଁଠି ଗ୍ୟାସ୍ ମିଳୁନି ତ ଆଉ କେଉଁଠି ଲମ୍ବା ଲାଇନ୍