ଭୁବନେଶ୍ବର ୮।୮: ସମ୍ ପକ୍ଷରୁ ବୋନ୍ ଆଣ୍ଡ୍ ଜଏଣ୍ଟ ଡେ’ ପାଳିତ । ‘OLD IS GOLD, CARE FOR THE ELDERLY’ ଥିମ୍ରେ ଆଇଏମ୍ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ୍ ଅର୍ଥୋପେଡିକ ବିଭାଗ ପକ୍ଷରୁ ଅର୍ଥୋପେଡିକ ସପ୍ତାହ ପାଳିତ ହୋଇଯାଇଛି । ଅଗଷ୍ଟ ୩ରୁ ୧୦ ତାରିଖ ଯାଏଁ ପାଳିତ ହେବ ଏହି ସପ୍ତାହ । ଆଣ୍ଠୁଗଣ୍ଠିର ଯତ୍ନ ନେବା ସହ ସୁସ୍ଥ ଜୀବନ ପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ସମ୍ ହସ୍ପିଟାଲ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।
ଏ ନେଇ ଶୁକ୍ରବାର ଭୁବନେଶ୍ବର ସମ୍ ହସ୍ପିଟାଲ୍ ପରିସରରୁ ଏକ ସଚେତନତା ରାଲି ବାହାରିଥିଲା । ଏହ ସଚେତନତା ରାଲିରେ ‘ଷ୍ଟ୍ରଙ୍ଗ୍ ବୋନ୍ ଷ୍ଟ୍ରଙ୍ଗ୍ ଲାଇଫ’ର ଆହ୍ବାନ ଦିଆଯାଇଥିଲା । ସମ୍ ହସ୍ପିଟାଲରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ଥିବାବେଳେ ଆଣ୍ଠୁଗଣ୍ଠି ଜନିତ କୌଣସି ସମସ୍ୟା ଅନୁଭୂତ ହେଲେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ପାଇଁ ଚିକିତ୍ସକ ଆହ୍ବାନ ଦେଇଥିଲେ । ଏହି ଅବସରରେ ବିଭାଗୀୟ ବରିଷ୍ଠ ଅଧିକାରୀ, ଡାକ୍ତର, ପ୍ରଫେସର ସମେତ ମେଡିକାଲ କର୍ତ୍ତୃପକ୍ଷ ରାଲିରେ ସାମିଲ ହୋଇଥିଲେ ।
You Can Read:
ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଜରୁରୀ ବୈଠକ ଡ଼ାକିଲେ ମୁଖ୍ୟମନ୍ତ୍ରୀ, ଉପସ୍ଥିତ ରହିବେ ଗୃହ ସଚିବ ଓ ପୋଲିସ ଡିଜି