ବୋମା ଖାଇ ଗୁରୁତର ହାତୀ ମୃତ, ଚିକିତ୍ସା ପାଇଁ ନେବାବେଳେ ମୃତ୍ୟୁ ହୋଇଥିବା ସୂଚନା

NEWS7
sukesh-chandrashekhar-sent-a-letterto-the-finance-minister

ଅନୁଗୁଳ ୧୬/୦୧: ଅସୁସ୍ଥ ହାତୀର ମୁତ୍ୟୁ ହୋଇଥିବା ସୂଚନା । କପିଳାସ ଟ୍ରାଞ୍ଜିଟ କ୍ୟାମ୍ପ ଯିବାବେଳେ ତାର ମୁତ୍ୟୁ ହୋଇଛି। ସାତକୋଶିଆ ରୁ କପିଳାଶ ଆଣୁଥିବା ବେଳେ ବାଟରେ ହାତୀର ମୃତ୍ୟୁ । ହାତୀଟି ଖାଦ୍ୟରେ ବୋମା ଚୋବାଇ ପାଟିରେ ଥିଲା ଗୁରୁତର କ୍ଷତ । ମୃତ ହାତୀ ମାଈ ହାତୀ ଓ ବୟସ ୪ବର୍ଷ । ଗତ ରାତିରେ ସ୍ୱତନ୍ତ୍ର ଟ୍ରକ ଯୋଗେ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରକୁ ଆସୁଥିଲା । କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ କରାଯିବ ଶବ ବ୍ୟବଚ୍ଛେଦ

ବୋମାଖାଇ ଆହତ ହୋଇଥିଲା ଅଣ୍ଡିରାହାତୀ । ଗୁରୁବାର ରାତିରେ ଅନୁଗଳରୁ କପିଳାସ ସ୍ଥାନାନ୍ତର ହୋଇଥିଲା ହାତୀ। ରେସ୍କ୍ୟୁ ପାଇଁ ସ୍ବତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ଐରାବତରେ ହାତୀଟିକୁ ଢେଙ୍କାନାଳ କପିଳାସ ଜୁ’ କୁ ନିଆଯାଇଥିଲା । ଅନୁଗୁଳ ବନ୍ତଳା ବନାଞ୍ଚଳ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରେ ଅସୁସ୍ଥ ଦନ୍ତାକୁ ବନ ବିଭାଗ ରାତିରେ କପିଳାସକୁ ଅଧିକ ଚିକିତ୍ସା ପାଇଁ ପଠାଇଥିଲା । ହେଲେ ସେଇ ହାତୀଟିର ଏବେ ମୃତ୍ୟୁ ହୋଇଛି ।

ସୂଚନା ଥାଉକି, ହାତୀଟି ବୋମା ଖାଇ ଆହତ ହୋଇଥିଲା । ତାର ମୁହଁ ଏବଂ ପାଟିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ହାତୀଟିକୁ କପିଳାସ,ସାତକୋଶିଆ ଆଉ ଅନୁଗୁଳର ପଶୁ ଚିକିତ୍ସକ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ କପିଳାସ ପଠାଯାଇଛି । ତାକୁ ଏକ କ୍ରେନ ସହାଯ୍ୟରେ ଉଠାଇ ଏକ ସ୍ଵତନ୍ତ୍ର ଗାଡ଼ିରେ କପିଳାସ ହାତୀ ରେସକ୍ୟୁ ସେଣ୍ଟରକୁ ପଠାଯାଇଛି ବୋଲି କହିଛନ୍ତି ଅନୁଗୁଳ ଡିଏଫଓ ।

ତେବେ ହାତୀଟି ୬ କିମ୍ବା ୭ ଦିନ ତଳୁ ଆହତ ଥିବା ସୂଚନା ଦେଇଛନ୍ତି। ହାତୀଟି କିଛିଦିନ ପୂର୍ବରୁ ଢେଙ୍କାନାଳ ହିନ୍ଦୋଳ ଅଞ୍ଚଳରୁ ଅନୁଗୋଳ ବନ୍ତଳା ଅଞ୍ଚଳକୁ ଆସିଥିଲା । ତେବେ ଏହାର ତଦନ୍ତ ଚାଲିଛି । ଯିଏ ଦୋଷୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅନୁଗୋଳ ଡିଏଫଓ ।