ପୁଣି ଦୂରଦର୍ଶନକୁ ଫେରିବେ ପ୍ରସିଦ୍ଧ ଆଙ୍କର ସୁଧୀର ଚୌଧୁରୀ, ଛୋଟ ପରଦାରେ ଚମକିବ DD

Published By : Prameya-News7 Bureau | March 12, 2025 IST

ନୂଆଦିଲ୍ଲୀ ୧୨।୩: ସରକାରୀ ନ୍ୟୁଜ୍ ଚ୍ୟାନେଲ ଦୂରଦର୍ଶନ (ଡିଡି)କୁ ପୁଣି ଥରେ ଲୋକପ୍ରିୟ କରିବା ପାଇଁ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଯୁଗର ପ୍ରସିଦ୍ଧ ଆଙ୍କର ସୁଧୀର ଚୌଧୁରୀଙ୍କୁ ଡିଡି ଅନୁବନ୍ଧିତ କରିଛି। ଏବେ ଡିଡି ତାର ପୁରୁଣା ଲୋକପ୍ରିୟତା ହାସଲ କରୁ ସରକାରୀ ଗଣମାଧ୍ୟମ କମ୍ପାନୀ ‘ପ୍ରସାର ଭାରତୀ’ ଚାହୁଁଛି। ଏଣୁ ଚୌଧୁରୀଙ୍କ ସହିତ ଏଥିପାଇଁ ପାଖାପାଖି ୧୪ କୋଟିରୁ ଅଧିକ ଟଙ୍କାର ରାଜିନାମା ସ୍ୱାକ୍ଷର କରାଯାଇଥିବାର ଜଣାପଡିଛି। 

ସୂତ୍ର ଅନୁସାରେ ସୁଧୀର ଚୌଧୁରୀଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିମନ୍ତେ ବିପୁଳ ଅର୍ଥ ବିନିମୟରେ ସ୍ୱାକ୍ଷର କରାଯାଇଛି। ଦେଶରେ ଘରୋଇ ନ୍ୟୁଜ୍ ଚ୍ୟାନେଲମାନଙ୍କ ଉପସ୍ଥିତିରେ ‘ଫ୍ରି ଟୁ ଏୟାର’ ଡିଡି ଚ୍ୟାନେଲସ୍ ଏବେ ଲୋକଙ୍କ ନିକଟକୁ ପହଞ୍ଚି ପାରୁ ନାହିଁ। ଏଥିରେ ସୁଧୀର ଚୌଧୁରୀ, ଯିଏ ଏହି କ୍ଷେତ୍ରରେ ଏକ ପ୍ରତିଷ୍ଠିତ ନାମ ତାଙ୍କୁ ଡିଡି ‘ଗୋଲ୍ଡେନ ପିରିୟଡ’ ଫେରାଇ ଆଣିବା ପାଇଁ ଗୁରୁଦାୟିତ୍ୱ ପ୍ରଦାନ କରିଛି। ଏହି ରାଜିନାମା ସ୍ୱାକ୍ଷର ହୋଇସାରିଥିବା ବେଳେ ସୁଧୀର ଚୌଧୁରୀ ଖୁବ୍ ଶୀଘ୍ର ଡିଡିରେ ଯୋଗ ଦେଉଥିବା ଜଣାପଡିଛି। 

ଦୀର୍ଘ ଦଶନ୍ଧୀ ଧରି ଦୂରଦର୍ଶନ ବିଶ୍ୱସନୀୟ ଓ ପ୍ରଭାବଶାଳୀ ଖବର ପ୍ରସାରଣର ପର୍ଯ୍ୟାୟ ପାଲଟିଥିଲା। ଦେଶରେ ଘରୋଇ ନ୍ୟୁଜ୍ ଚ୍ୟାନେଲମାନଙ୍କ ଅଭ୍ୟୁଦୟ ପୂର୍ବରୁ ଭାରତୀୟ ଟେଲିଭିଜନ ସମାଚାର ସଂସ୍କୃତିକୁ ଦୂରଦର୍ଶନ ଆକାର ଦେଇଥିଲା। ତେବେ ଗତବର୍ଷମାନଙ୍କରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଖବର ପ୍ରସାରଣରେ ଡିଡିର ଉପସ୍ଥିତି ହ୍ରାସ ହୋଇଛି। ଏବେ ସୁଧୀର ଚୌଧୁରୀଙ୍କ ନେତୃତ୍ୱରେ ସମାଚାର କାର୍ଯ୍ୟକ୍ରମ ସହିତ ଡିଡି ଭାରତୀୟ ସାମ୍ବାଦିକତାରେ ଗୋଲ୍ଡେନ ଷ୍ଟାଣ୍ଡାର୍ଡ ପୁଣି ହାସଲ କରିବାକୁ ଉଦ୍ୟମ କରିବ। 

ଏଥି ପାଇଁ ପ୍ରସାର ଭାରତୀଙ୍କ ଭିଜନ ସମ୍ପୂର୍ଣ୍ଣ ସ୍ପଷ୍ଟ, ଦୂରଦର୍ଶନର ବିଶ୍ୱସନୀୟତା, ପହଞ୍ଚ ଓ ପ୍ରଭାବକୁ ପୁଣି ଫେରାଇ ଆଣିବା, ଯାହା କେବେ ଲକ୍ଷଲକ୍ଷ ଭାରତୀୟଙ୍କ ଲାଗି ପସନ୍ଦର ସମାଚାର ଗନ୍ତବ୍ୟ ଥିଲା ଓ ଏହି ପ୍ରୟାସରେ ଚୌଧୁରୀ ନିଶ୍ଚିତ ରୂପେ ଆଦର୍ଶ ବିକଳ୍ପ। ତିନି ଦଶନ୍ଧୀରୁ ଅଧିକ ସମୟର ଉଜ୍ଜ୍ୱଳ କ୍ୟାରିୟରରେ ଚୌଧୁରୀ ତାଙ୍କର ନିଡର ରିପୋର୍ଟିଂ ସହିତ ଜାତୀୟ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଗଭୀର ଅନ୍ତର୍ଦୁଷ୍ଟି ଲାଗି ଜଣା ଯାଆନ୍ତି। ନ୍ୟୁଜ୍ ରୁମରେ ତାଙ୍କର ଉପସ୍ଥିତି ନା କେବଳ ରାଜନୈତିକ ଚର୍ଚ୍ଚାକୁ ଆକାର ଦେଇଛି ତାଙ୍କ ଗହନ କାହାଣୀ ଦର୍ଶକଙ୍କୁ ଖବର ସହିତ ବାନ୍ଧି ରଖିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.