ଭୁବନେଶ୍ୱର ୦୩/୦୭: ବିଶ୍ୱବିଖ୍ୟାତ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସୁଦର୍ଶନ ପଟ୍ଟନାୟକଙ୍କ 'ଏକ୍ସ' ହ୍ୟାକ୍ ହୋଇଛନ୍ତି । ୫ ଦିନ ହେବ ପୂର୍ବର ଟ୍ୱିଟର ଓ ଏକ୍ସ ହ୍ୟାକ୍ ହୋଇଛି । ଏ ନେଇ ସେ ରାଜ୍ୟ ପୁଲିସ ସାଇବର ସେଲ୍ରେ ଏ ନେଇ ଅଭିଯୋଗ କରିଛନ୍ତି ।
ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ 'ଏକ୍ସ' ହ୍ୟାକ୍ ନେଇ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ''ମୁଁ ଓଡ଼ିଶା ପୁଲିସର ସାଇବର୍ ସେଲ୍ରେ ଏହ ବିଷୟରେ ଅନୌପଚାରିକ ଅଭିଯୋଗ ଦାଖଲ କରିଛି । ଏହା ସହିତ 'X'ସପୋର୍ଟ ଟିମ୍କୁ ମଧ୍ୟ ଜଣାଇଛି । ତଥାପି ଏପର୍ଯ୍ୟନ୍ତ ଆକାଉଣ୍ଟଟି ପୁନଃଉଦ୍ଧାର ହୋଇନାହିଁ । ଏହା ଦ୍ୱିତୀୟଥର ପାଇଁ ମୋର 'ଏକ୍ସ' ହ୍ୟାକ୍ ହୋଇଛି । ମୋ ପାଖରେ ସାରା ବିଶ୍ୱରୁ ଅନେକ ଅନୁସରଣକାରୀ ଅଛନ୍ତି, ଏବଂ ମୁଁ ଆକାଉଣ୍ଟର ଦୁର୍ବ୍ୟବହାର ନେଇ ଗଭୀର ଚିନ୍ତିତ। ''