ବଜାରକୁ ଆସିଲା ନୂଆ ‘କିଆ ସେଲଟୋସ ୨୦୨୬’, ପୁରୁଣା ତୁଳନାରେ ନୂଆ ମଡେଲ ଆହୁରି ଅଧିକ ବଡ଼

NEWS7
success-mantra-according-to-bhagbat-gita-and-chankya

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଲୋକପ୍ରିୟ କାର୍ ନିର୍ମାତା କମ୍ପାନି କିଆ, ପ୍ରାୟ ୬ ବର୍ଷ ତଳେ ଭାରତୀୟ ବଜାରରେ ଏଣ୍ଟ୍ରି କରିଥିଲା। କମ୍ପାନି ଦେଶରେ ମୁଖ୍ୟତଃ ଏସୟୁଭି ସେଗମେଣ୍ଟରେ କାର୍ ଲଞ୍ଚ କରୁଥିବାବେଳେ, କିଆର ପ୍ରାୟ ସବୁ ମଡେଲ ବେଶ୍ ଲୋକପ୍ରିୟ ହୋଇପାରିଛି। ଆଉ ଏହି ଧାରାକୁ ବଜାୟ ରଖିବା ସହ ଭାରତରେ ଏହାର ମାର୍କେଟକୁ ଆହୁରି ବିସ୍ତାର କରିବାକୁ ଯାଇ, କମ୍ପାନି ଲଞ୍ଚ କରିଛି ଏହାର ଲୋକପ୍ରିୟ କାର୍ ସେଲଟୋସର ନୂଆ ଜେନେରେସନ।

ଏହି ସେକେଣ୍ଡ ଜେନେରେସନ ସେଲଟୋସରେ ରହିଛି, ଆକର୍ଷଣୀୟ ଲୁକ୍ ସହ ଦମଦାର ଇଞ୍ଜିନ ଓ ତା’ ସାଙ୍ଗକୁ ଭଳିକି ଭଳି କନେକ୍ଟେଡ ଫିଚର୍ସ। ଖାଲି ସେତିକି ନୁହେଁ କାର୍ ପୁରୁଣା ସେଲଟୋସ ତୁଳନାରେ ଅଧିକ ବଡ଼। ନୂଆ କିଆ ସେଲଟୋସର ଡିଜାଇନ ଖୁବ୍ ଆକର୍ଷଣୀୟ କରାଯାଇଛି। ଏଥିରେ ଆଲଏ ହ୍ବିଲ୍, ଗ୍ଲସ ବ୍ଲାକ ଟାଇଗର ନୋଜ ଗ୍ରୀଲ, ଏଲଇଡି ଡିଆରଏଲ ଏବଂ ନୂଆ କନେକ୍ଟେଡ ଏଲଇଡି ଲ୍ୟାମ୍ପସ ଦିଆଯାଇଛି।

ତେବେ ଫିଚର୍ସ କଥା କହିଲେ ନୂଆ ସେଲଟୋସର ଇଣ୍ଟିରିୟର ପୁରୁଣା ତୁଳନାରେ ସଂପୂର୍ଣ୍ଣ ଅଲଗା। କାର୍ର କ୍ୟାବିନ ପୂର୍ବ ତୁଳନାରେ ଅଧିକ ମଡର୍ଣ୍ଣ ଫିଚର୍ସ ସହ ଯୁକ୍ତ। ଏସୟୁଭିରେ ଡୁଆଲ ସ୍କ୍ରିନ ସେଟଅପ ଦିଆଯାଇଛି। ଯେଉଁଥିରେ ଇନଫୋଟେନମେଣ୍ଟ ସ୍କ୍ରିନ ଏବଂ ଡିଜିଟାଲ କ୍ଲଷ୍ଟର ରହିଛି। ସେହିଭଳି ଓ୍ବାୟାରଲେସ ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ କାର୍ ପ୍ଲେ, ଡ୍ରାଇଭରଙ୍କ ପାଇଁ ନୂଆ ଷ୍ଟିୟରିଂ ହ୍ବିଲ ଡିଜାଇନ, ନୂଆ ସ୍ବିଚ୍ ଡିଜାଇନ ଏବଂ ହେଡ ଅପ୍ ଡିସପ୍ଲେ ଦିଆଯାଇଛି।

ଅନ୍ୟ ଇଣ୍ଟିରିୟରରେ ଆମ୍ବିଏଣ୍ଟ ଲାଇଟିଂ, ଡୁଆଲ- ଟୋନ କ୍ଲାଇମେଟ କଣ୍ଟ୍ରୋଲ ଏବଂ ଡୁଆଲ- ପାନ୍ ପାନୋରାମିକ ସନରୁଫ୍ ରହିଛି। ନୂଆ ଜେନେରେସନ ସେଲଟୋସ ୧୦ଟି କଲରରେ ଉପଲବ୍ସ। ସିକ୍ୟୁରିଟି ଫିଚର୍ସ କଥା କହିଲେ କାର୍ରେ ଲେଭଲ-୨ ADAS ସହ ୨୪ ସିକ୍ୟୁରିଟି ଫିଚର୍ସ ରହିଛି। ଏହି କାର୍ ଗ୍ଲୋବାଲ କେ୩ ପ୍ଲାଟଫର୍ମ ତିଆରି ହୋଇଛି। ଏହି ପ୍ଲାଟଫର୍ମ ଉଚ୍ଚ କ୍ଷମତା ସଂପନ୍ନ ଷ୍ଟିଲ ଏବଂ ଉଚ୍ଚମାନର କମ୍ପୋନେଟର ବ୍ୟବହାର କରିଥାଏ। ଯାହା ଉତ୍ତମ କ୍ରାସ୍ ପ୍ରୋଟେକ୍ସନ ପ୍ରଦାନ କରିଥାଏ।

ଏହି କାର୍ ୪ ଟି ଭାରିଆଣ୍ଟ HTE, HTK, HTX ଏବଂ GTXରେ ଆସିବ । ଏହି ଭାରିଆଣ୍ଟରେ କମ୍ପାନି କିଛି ଭିନ୍ନ ଭିନ୍ନ ପ୍ୟାକେଜ ମଧ୍ୟ ଦେଉଛି। ସେହିଭଳି , ନୂଆ ସେଲଟୋସରେ ଭିନ୍ନ ଭିନ୍ନ ଟ୍ରାନ୍ସମିଶନ ମିଳିବ। ଯେଉଁଥିରେ ମାନୁଆଲ ଗିୟରବକ୍ସ, ଆଇଏମଟି ଅର୍ଥାତ ବିନା କ୍ଲଚ୍ର ମାନୁଆଲ, ସିଭିଟି ଅଟୋମେଟିକ ଏବଂ ଟର୍କ- କନଭର୍ଟର ଅଟୋମେଟିକ। ଇଞ୍ଜିନ କଥା କହିଲେ ଏହାର ପେଟ୍ରୋଲ ଇଞ୍ଜିନ୍ରେ ୧୧୫-୧୬୦ପିଏସ ପାଓ୍ବାର ଏବଂ ୧୪୪- ୨୫୩ ଏନଏମ୍ର ଟର୍କ ମିଳିବ। ସେହିଭଳି ଡିଜେଲ ଇଞ୍ଜିନରେ ୧୧୬ ପିଏସ ପାଓ୍ବାର ଏବଂ ୨୫୦ଏନଏମ ଟର୍କ ଉତ୍ପନ୍ନ ହୋଇଥାଏ। କାର୍ର ମୂଲ୍ୟ ୨୦୨୬ ଜାନୁଆରୀ ୨ରେ ଘୋଷଣା କରାଯିବ। ତେବେ ଅନୁମାନ କରାଯାଉଛି କାର୍ର ମୂଲ୍ୟ ୧୨- ୨୦ ଲକ୍ଷ ଟଙ୍କା ମଧ୍ୟରେ ରହିପାରେ।