‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ : ୧ କିଲୋମିଟର ଲମ୍ବର ପତାକା ଧରି ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା

Published By : Prameya-News7 Bureau | August 15, 2025 IST

ବିନିକା ୧୫।୮: ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନରେ ସାରା ଦେଶରେ ଚାଲିଥିବା ‘ହର୍ ଘର୍ ତିରଙ୍ଗା’ ଅଭିଯାନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସୁକାନ୍ତି ଗ୍ରୁପ୍ ଅଫ୍ ଏଜୁକେଶନ୍ ପକ୍ଷରୁ ୧ କିଲୋମିଟର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି । ସୁବର୍ଣ୍ଣପୁର ବ୍ଲକ ଛକରୁ ଏହି ଶୋଭାଯାତ୍ରା ବାହାରି ଆମ୍ବେଦକର ଛକ, କଚେରି ଛକ, ବସ୍‌ଷ୍ଟାଣ୍ଡ ଦେଇ ନଳିନୀ ଛକ ଠାରେ ପହଞ୍ଚିଥିଲା । ପ୍ରାୟ ୧ କି.ମି. ଲମ୍ବ ବିଶିଷ୍ଟ ଏହି ପତାକାକୁ ଛାତ୍ରଛାତ୍ରୀ ମାନେ ଧରି ଶୋଭାଯାତ୍ରା କରିଛନ୍ତି । ଭାରତ ମାତା କୀ ଜୟ ନାରା ଦେଇ ଜାତୀୟତାର ପ୍ରତୀକ ତ୍ରିରଙ୍ଗା ପତାକାକୁ ସମ୍ମାନ ଜଣାଇ ଏହି କାର୍ଯ୍ୟକ୍ରମ କରାଯାଇଛି ।

You Can Read:

ବ୍ରେକ୍ ମାରିବାରୁ ଭାରସାମ୍ୟ ହରାଇଲା କାର୍ : ୬ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.