ପାକିସ୍ତାନ ଭାରତ ଉପରେ ହମଲା କଲା ବୋଲି ଭାବିଲି : ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ପ୍ରତ୍ୟକ୍ଷଦର୍ଶୀଙ୍କ ପ୍ରତିକ୍ରିୟା

Published By : Prameya-News7 Bureau | June 19, 2025 IST

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ଆଜି (୧୯ଜୁନ) ସପ୍ତାହେ ପୂରିଛି, କିନ୍ତୁ ସେହି ଯନ୍ତ୍ରଣାସିକ୍ତ ଦୃଶ୍ୟ , ସେହି ଭୟଙ୍କର କ୍ଷଣ ଲୋକଙ୍କ ମନ ହୃଦୟରେ ଆଜି ବି ଜୀବନ୍ତ ରହିଛି। ୨୪୨ ଜଣ ଲୋକଙ୍କ ବ୍ୟତୀତ ଭିଜେ ମେଡିକାଲ କଲେଜର ଛାତ୍ର ଓ ଷ୍ଟାଫ୍‌ର ଲୋକେ ମଧ୍ୟ ଏଥିରେ ପ୍ରଭାବିତ ହୋଇ ଥିଲେ। ଦୁର୍ଘଟଣା ପରେ ବଞ୍ଚିଥିବା ଲୋକେ ଆଜି ବି ସେହି ଦିନକୁ ମନେପକାଇ ଥରି ଉଠନ୍ତି। ଏହି କ୍ରମରେ ଭିଜେ ମେଡିକାଲ କଲେଜର ଜଣେ ଛାତ୍ର ସେହି ଦ୍ୱିପ୍ରହରରେ ହୋଇଥିବା ଦୁର୍ଘଟଣାର ଅନୁଭବକୁ ସେୟାର କରିଛନ୍ତି। ଏନଡିଟିଭିକୁ ସେ କହିଛନ୍ତି , ମୁଁ ଭାବିଲି ଯେ ପାକିସ୍ତାନ ଭାରତ ଉପରେ ମିସାଇଲ ହମଲା କରି ଦେଲା।

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ସପ୍ତାହ ପରେ ଆଜି ଭିଜେ ମେଡିକାଲ କଲେଜର ଛାତ୍ର କେଶବ ଭଡାନା ଏହି ଦୃଶ୍ୟର ଆଖି ଦେଖା କଥା ଶୁଣାଇଛନ୍ତି। ସେ କହିଛନ୍ତି, ମେଡିକାଲ କଲେଜର କାନ୍ଥ ଯେତେବେଳେ ଖସିବାକୁ ଲାଗିଲା ଏବଂ ବହୁ ମାତ୍ରାରେ ଭଗ୍ନାବଶେଷ ଖସିଲା, ତ ସେ ସେତେବେଳେ ଏହା କୌଣସି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଥିବାର ଭାବି ନଥିଲୁ। ଏହା ପରିବର୍ତ୍ତେ, କ୍ଷତି ଓ ବିସ୍ଫୋରଣର ଭଳି ଶବ୍ଦ ଶୁଣି ସେ ଭାବିଲେ କି ପାକିସ୍ତାନ ଭାରତ ଉପରେ ହମଲା କରିଥିବ ଏବଂ ଏକ ମିସାଇଲ ମାଡ଼ କରିଥିବ ଯାହା ଅନ୍ତତଃ କଲେଜ୍‌ ପରିସରରେ ଖସିଛି। ଫରିଦାବାଦର ଏମବିବିଏସର ଦ୍ୱିତୀୟ ବର୍ଷର ଛାତ୍ର କହିଛନ୍ତି, ଏହା ଦ୍ୱିପ୍ରହରର ଭୋଜନର ସମୟ ଥିଲା। ସମୟ ପାଖାପାଖି ଦ୍ୱିପ୍ରହର ୧.୩୦, ମୁଁ ନିଜର ବନ୍ଧୁଙ୍କ ସହ ମେସ୍‌ରେ ଭୋଜନ କରୁଥିଲି। ସେତେବେଳେ ହଠାତ୍‌ କାନ୍ଥ ଖସି ପଡ଼ିବାର ଲାଗିଲା ଏବଂ ଛାତ ତଳକୁ ଆସିବାକୁ ଲାଗିଲା। ପ୍ରଥମେ ତ ଏମିତି ଲାଗିଲା ଯେମିତି ଧୂଳ ଝଡ଼। ଏହାପରେ ଆମେ ଭାବିଲୁ କି, ଏହା ଭୂକମ୍ପ। 

ଷ୍ଟୁଡେଣ୍ଟମାନେ ଆହୁରି କହିଛନ୍ତି, ଏହି ସମୟରେ ମୁଁ ଭାବିଲି ଯେ, ପାକିସ୍ତାନ ମିସାଇଲରେ ହମଲା କରି ଥିବ। ମୁଁ ଭୟରେ ନିଜ ହାତରେ ମୁହଁକୁ ଢାଙ୍କି ଦେଲି। ଯେମିତି ହିଁ ମୁଁ ନିଜ ହାତକୁ ମୁହଁରୁ ହଟାଇଲି, ଦେଖିଲି ଉପରୁ ସୁଟକେସ୍‌ ଖସୁଛି। ସେତେବେଳେ ମୁଁ ଭାବିଲି ନିଶ୍ଚୟ ଏହା ଏକ ବିମାନ ଦୁର୍ଘଟଣା ହୋଇଥିବ। 

କହି ରଖୁଛୁ କି ,୧୨ ଜୁନରେ ଅହମ୍ମଦାବାଦ ବିମାନ ବନ୍ଦରରୁ ଉଡ଼ାଣ ଭରିବାର କିଛି ହିଁ ସେକେଣ୍ଡ ପରେ, ବୋଇଂ ଡ୍ରିମଲାଇନର ୭୮୭-୮ର ଏୟାର ଇଣ୍ଡିଆ ଏଆଇ-୧୭୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଅଧିକାରୀଙ୍କ ଅନୁସାରେ , ଦ୍ୱିପ୍ରହର ସମୟ ପାଖାପାଖି ୧.୩୦ରେ ଉଡ଼ାଣ ଭରିବାର ପରେ ପରେ ବିମାନର ଉଚ୍ଚତା ହ୍ରାସ ପାଇବାରେ ଲାଗିଲା। ଏହା ମେଘାନୀନଗର ଅଞ୍ଚଳରେ ଭିଜେ ମେଡିକାଲ କଲେଜର ଡାକ୍ତରଙ୍କ ହଷ୍ଟେଲ କ୍ୱାର୍ଟରରେ ଯାଇ ଧକ୍କା ହୋଇ ଥିଲା। ଏହାପରେ ବଡ଼ ବିସ୍ଫୋରଣ ହେଲା। ଏହା ଚାରିପାଖେ ନିଆଁ ସହ କଳା ଧୂଆଁର ଆସ୍ତରଣ ଘେରି ଗଲା। ଅହମ୍ମଦାବାଦର ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ କହିଛି ଯେ, ପାଇଲଟ ଉଡ଼ାଣ ଭରିବାର ତୁରନ୍ତ ପରେ 'ମେଡେ' ଜରୁରିକାଳୀନ କଲ୍‌ ଜାରି କରି ଥିଲେ, ଯାହା ଏକ ପୂର୍ଣ୍ଣ ଜରୁରିକାଳୀନ ସଙ୍କେତ ଦେଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.