ଆଧାର କାର୍ଡ ନଥିଲେ ବି ସ୍କୁଲରେ ଆଡମିସନ୍ କରିପାରିବେ ଛାତ୍ରଛାତ୍ରୀ

Published By : Prameya-News7 Bureau | June 11, 2025 IST

ଭୁବନେଶ୍ବର ୧୧ଆଧାର କାର୍ଡ ନଥିଲେ ସ୍କୁଲରେ ହେବ ଆଡ଼ମିସନ । ପରବର୍ତ୍ତୀ ସମୟରେ ଆଧାର କାର୍ଡ କରି ସ୍କୁଲରେ ଦାଖଲ କରିପାରିବେ ଛାତ୍ରଛାତ୍ରୀ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଯେଉଁ ପିଲାଙ୍କର ଆଧାର କାର୍ଡ ନାହିଁ ତାଙ୍କର କେମିତି ଆଧାର କାର୍ଡ ହୋଇପାରିବ ସେଥିପାଇଁ ସରକାର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ କହିଛନ୍ତି । 

ସେପଟେ ସ୍କୁଲ ଡ୍ରପ୍‌ ଆଉଟ୍ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସର୍ଭେ କରାଯାଇଛି । ଚାଇଲ୍ଡ ଟ୍ରାକିଂ ସର୍ଭେ ବିଭାଗ ତରଫରୁ କରାଯାଇଛି ।ପିଲା କେଉଁ କାରଣରୁ ଡ୍ରପ୍ ଆଉଟ୍ ହେଉଛନ୍ତି ଏବଂ ସ୍କୁଲକୁ ଯାଉନାହାନ୍ତି । ଏ ନେଇ ୧୮ ବର୍ଷ ବୟସର ପିଲା ମାନଙ୍କର ସର୍ଭେ କରାଯାଇଛି । ଡୋର୍ ଟୁ ଡୋର୍ ଯାଇ ଶିକ୍ଷକ ମାନେ ସର୍ଭେ କରିଛନ୍ତି । ସେହି ସର୍ଭେ ରିପୋର୍ଟ ଆସିଲା ପରେ ପଦକ୍ଷେପ ନେବେ ସରକାର । ସରକାର ରିପୋର୍ଟକୁ ଅଧ୍ୟୟନ କରି କ’ଣ କରାଗଲେ ଡ୍ରପ୍ ଆଉଟ୍ କମିବ, ସେହି ଅନୁସାରେ ପଦକ୍ଷେପ ନେବେ । ଏହାସହ ସରକାରଙ୍କ ପକ୍ଷରୁ ଏସ୍‌ସି ଏସ୍‌ଟି ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ କମାଇବା ପାଇଁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କରାଯାଇଛି । ତେଣୁ ସରକାରଙ୍କ ପଦକ୍ଷେପ ଯୋଗୁଁ ଚଳିତ ଥର ପ୍ରାଥମିକ ସ୍ତରରେ ଅଧିକ ପିଲା ଆଡ଼ମିଶନ କରିଛନ୍ତି ।


You Can Read:

ହଟିଲା ସମସ୍ତ କଟକଣା, ବିକ୍ରି ହୋଇପାରିବ ୫ ହଜାର ୨ଶହ ବର୍ଗଫୁଟ୍‌ର ପାର୍ଟ ପ୍ଲଟ୍ : ଖୁବ୍‌ଶୀଘ୍ର ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ !

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.