ଜନ୍ମମାଟିରେ ୩ ଦିନ ରହି ଫେରିଲେ ମହାମହିମ: ଗାଁ ଲୋକଙ୍କୁ ଭେଟିଲେ, ସମସ୍ୟା ଶୁଣିଲେ

NEWS7
student-protest-in-college-in-gajapati

କରଞ୍ଜିଆ ୦୬/୦୨: ୩ ଦିନିଆ ମୟୂରଭଞ୍ଜ ଗସ୍ତ ସାରି ଭୁବନେଶ୍ୱର ଫେରିଛନ୍ତି ମହାମହୀମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ ଶେଷକରି ଗୁରୁବାର ଅପରାହ୍ନରେ ଯଶିପୁର ଯାଇ ସେଠାରୁ ସଡ଼କ ପଥରେ ଶିମିଳିପାଳର ଗୁଡୁଗୁଡ଼ିଆ ଠାରେ ପହଞ୍ଚି ରାତ୍ରୀଯାପନ କରିଥିଲେ ରାଷ୍ଟ୍ରପତି । ତେବେ ଭୁବନେଶ୍ୱର ଫେରିବା ପୂର୍ବରୁ ସକାଳେ ଏକ ବିଶେଷ କାର୍ଯ୍ୟକ୍ରମରେ ସେ ଗୁଡୁଗୁଡ଼ିଆ, ଅଷ୍ଟକୁଆଁରୀ, ବାରେହିପାଣି ଇତ୍ୟାଦି ପଞ୍ଚାୟତର ଶତାଧିକ ବାସିନ୍ଦାଙ୍କ ସହିତ ସେମାନଙ୍କ ବିଭିନ୍ନ ମୌଳିକ ସମସ୍ୟା ଓ ଜୀବନ ଶୈଳୀ ବିଷୟରେ ଆଲୋଚନା କରିଛନ୍ତି ।

ବିଶେଷକରି ଜଙ୍ଗଲର ଆଭ୍ୟନ୍ତରୀଣ ଇଲାକାରେ କଷ୍ଟସାଧ୍ୟ ଜୀବନ ବଞ୍ଚୁଥିବା ଲୋକେ ନିଶ୍ଚିତ ଭାବରେ ମୁହଁ ଖୋଲି ନିଜର ଅଧିକାର ଓ ସମସ୍ୟା ବିଷୟରେ ସରକାରଙ୍କୁ ଅବଗତ କରାଇବା ଉଚିତ୍ ଏବଂ ଶିକ୍ଷାକୁ ଜୀବନର ସବୁଠାରୁ ବଡ଼ ଶକ୍ତି ଭାବରେ ଗ୍ରହଣ କରିବା ଦରକାର ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ରାଷ୍ଟ୍ରପତି ।

​​​​​​​

ବଣଜଙ୍ଗଲର କଠୋର ପରିସ୍ଥିତିରେ ଘର ସଂସାର କରୁଥିବା ମାଆମାନଙ୍କୁ ଚୁପ୍ ନରହି ମୁହଁଖୋଲି ନିଜ ଅଧିକାର ସାବ୍ୟସ୍ତ କରିବା ଶିଖନ୍ତୁ ନହେଲେ ଏହିଭଳି ଅବହେଳିତ ହୋଇ ବଞ୍ଚିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ମହାମହିମ । ଅନେକ କଷ୍ଟ କରି ପାଠ ପଢିବା ପରେ ମଧ୍ୟ ବେରୋଜଗାର ଯୁବକ ଯୁବତୀମାନେ ନିଜ ଭିତରେ ଥିବା କଳା ଓ ଦକ୍ଷତା ସାହାଯ୍ୟରେ ଆତ୍ମନିର୍ଭର ହେବା ଶିଖିବା ନିହାତି ଜରୁରୀ ବୋଲିସେ ତାଙ୍କ ବକ୍ତବ୍ୟରେ କହିଛନ୍ତି।

ଆହୁରି ବି ଶିମିଳିପାଳର ଅଭ୍ୟନ୍ତର ଅଞ୍ଚଳରେ ଯୋଗାଯୋଗ ଏକ ମୁଖ୍ୟ ସମସ୍ୟା ହୋଇ ରହିଥିବାରୁ ବି ଏସ୍ ଏନ ଏଲ୍ ନୂତନ କରି ସ୍ଥାପନ କରିଥିବା ୧୪ଟି ୪G ମୋବାଇଲ ଟାୱାରକୁ ଆଭାଷୀ ମାଧ୍ୟମରେ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି । ଏହାଦ୍ବାରା ୪ଟି ପଞ୍ଚାୟତର ୨୬ଟି ଗାଆଁ ଏବେ ଡିଜିଟାଲି କନେକ୍ଟ୍ ହୋଇ ପାରିଛି ବୋଲି କହିଛନ୍ତି ବି ଏସ ଏମ ଏଲ୍ ର ଅଧିକାରୀ।

also read..

​​​​​​​ମହାନଦୀ ପ୍ରସଙ୍ଗରେ ବିଜେଡିକୁ ଆହ୍ୱାନ, ଆଲୋଚନା ପାଇଁ ରେଡି ହୁଅ