ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ,ଚିତ୍ରାଙ୍କନ ମାଧ୍ୟମରେ ସଚେତନତା ବାର୍ତ୍ତା ବାଣ୍ଟିଲେ କୁନି କୁନି ପିଲା

Published By : Prameya-News7 Bureau | July 29, 2024 IST

ବାରିପଦା ୨୯/୭:ଜଙ୍ଗଲକୁ ସୁରକ୍ଷା ଦେବା ସହ ବାଘ ବଞ୍ଚାଇବା । ଚିତ୍ରାଙ୍କନ ମାଧ୍ୟମରେ ଏମିତି ବାର୍ତ୍ତା ବାଣ୍ଟିଛନ୍ତି କୁନି କୁନି ପିଲା । ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ବାରିପଦା ଲାଲବଜାର ସ୍ଥିତ ସ୍କୁଲ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟ ପରିସରରେ ବାଘ ସୁରକ୍ଷା ପାଇଁ ସଚେତନତାର ବାର୍ତ୍ତା ଦେବା ଲକ୍ଷ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଛି । ପରିବେଶ ପ୍ରହରୀ ସଂସ୍ଥା ସମେତ ସ୍କଲ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟ ସାମିଲ ହୋଇଥିଲା । ପ୍ରତିଯୋଗିତାରେ ୨୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ  କରିଥିଲେ ।

ଶିମିଳିପାଳ ଓ ବାଘ ସୁରକ୍ଷା ନିମନ୍ତେ ସ୍ଲୋଗାନକୁ ନେଇ କୁନି କୁନି ପିଲାମାନେ ଚିତ୍ରାଙ୍କନ ମାଧ୍ୟମରେ ନିଜର ସଚେତନତାର ବାର୍ତ୍ତା ଦେଇଥିଲେ । ୫ଗୋଟି ବିଭାଗରେ ପ୍ରତିଯୋଗିତା ହୋଇଥିବା ବେଳେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ପରିବେଶ ପ୍ରହରୀ ସଂସ୍ଥା ପକ୍ଷରୁ ଜଙ୍ଗଲ ସୁରକ୍ଷା କରି ପାଣିପାଗ ପରିବର୍ତ୍ତନକୁ ରୋକିବା ପାଇଁ କାର୍ଯ୍ୟ କରୁଥିବା ବେଳେ ପିଲାମାନଙ୍କ ଜରିଆରେ ସଚେତନତା ବାର୍ତ୍ତା ପ୍ରଦାନ କରିବାକୁ ଉଦ୍ୟମ କରାଯାଇଛି।

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.