ଶଶି ଥରୁରଙ୍କ ପୁଅକୁ ଚାକିରିରୁ କାଢିଦେଲା ଓ୍ୱାଶିଂଟନ୍ ପୋଷ୍ଟ, ୧୨ ବର୍ଷ ଧରି କରୁଥିଲେ କାମ

NEWS7
student-died-and-one-injured-in-nilagiri-accident

ନୂଆଦିଲ୍ଲୀ,|୦୨ : ଚାକିରିରୁ ବିଦା ହେଲେ କଂଗ୍ରେସ ନେତାଙ୍କ ପୁଅ । କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁରଙ୍କ ପୁଅ ଇଶାନ ଥରୁରଙ୍କୁ ଚାକିରିରୁ ବାହାର କରିଦିଆଯାଇଛି । ନିକଟରେ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସଙ୍କ ନିୟନ୍ତ୍ରଣରେ ଥିବା ଓ୍ୱାଶିଂଟନ୍ ପୋଷ୍ଟ୍ ଏକ ତୃତୀୟାଂଶ କର୍ମଚାରୀଙ୍କୁ ଛଟେଇ କରିଛି । ଏହାମଧ୍ୟରେ ଇଶାନ ରହିଛନ୍ତି । କାରଣ କମ୍ପାନୀ ବିଶ୍ୱର ଅନେକ ସ୍ଥାନରେ ଥିବା ଏହାର ବ୍ୟୁରୋକୁ ବନ୍ଦ କରିବା ସହ ଅନେକ ପ୍ରକାଶନକୁ ବନ୍ଦ କରିଦେଇଛି ।

ଇଶାନ ଓ୍ୱାଶିଂଟନ ପୋଷ୍ଟର ଅନ୍ତର୍ଜାତୀୟ ଖବର ପୃଷ୍ଠାରେ କାର୍ଯ୍ୟ କରୁଥିଲେ । ତେବେ ତାଙ୍କ ଛଟେଇ ନେଇ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ୮୦୦ରୁ ଅଧିକ ସାମ୍ବାଦିକଙ୍କୁ ଚାକିରିରୁ ବିଦା ହେବାକୁ ପଡିଛି । ନିଜ ସୋସିଆଲ ମିଡିଆ ପୋଷ୍ଟରେ ଇଶାନ କହିଛନ୍ତି ଯେ, ଏକ ଖରାପ ଦିନ । ଗଣ ଛଟେଇ ପରେ ଦିନ ଖରାପ ବୋଲି ସେ ଲେଖିଛନ୍ତି । ଏହାସହ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଓ୍ୱାଶିଂଟନ ପୋଷ୍ଟର କାର୍ଯ୍ୟାଳୟରେ ଏକ ପୋଷ୍ଟର ରହିଛି । ଏଥିରେ ଅନ୍ଧାରରେ ଗଣତନ୍ତ୍ର ମରିଯାଏ ବୋଲି ଉଲ୍ଲେଖ ରହିଛି ।

ଏହି ଖବରଟିକୁ ପଢନ୍ତୁ...

ଭାରତ ରାଜନୀତି କରୁଛି...'ବୟକଟ ଟିମ୍ ଇଣ୍ଡିଆ'ର କାରଣ କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଅନ୍ୟ ଏକ ପୋଷ୍ଟରେ ସେ ନିଜର ଛଟେଇ ନେଇ ସ୍ପଷ୍ଟ କରିଛନ୍ତି । ଏହାସହ ଲେଖିଛନ୍ତି ଯେ, ଏହା ତାଙ୍କ ହୃଦୟକୁ ଭାଙ୍ଗି ଦେଇଛି । ତାଙ୍କୁ ଚାକିରିରୁ କାଢି ଦିଆଯାଇଛି । ଆହୁରି ବହୁତ ଭଲ କର୍ମଚାରୀଙ୍କୁ ବିଦା ହେବାକୁ ପଡିଛି । ଅନେକ ଅନ୍ତର୍ଜାତୀୟ ସ୍ତମ୍ବ ଲେଖୁଥିବା ସାମ୍ବାଦିକ ଆଉ କାର୍ଯ୍ୟାଳୟରେ ନାହାଁନ୍ତି । ୧୨ ବର୍ଷ ହେଲା ଅନେକ ସମ୍ପାଦକଙ୍କ ସହ ସେ କାମ କରିଛନ୍ତି । ସେମାନେ ମଧ୍ୟ ଆଉ ଚାକିରିରେ ନାହାଁନ୍ତି ।

ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ୨୦୧୭ ମସିହା ଜାନୁଆରୀ ମାସରୁ ସେ ଅନ୍ତର୍ଜାତୀୟ ପୃଷ୍ଠାରେ କାର୍ଯ୍ୟ କରୁଥିଲେ । ଯାହା ତାଙ୍କୁ ଆମେରିକାକୁ ଭଲଭାବେ ବୁଝିବାରେ ସାହାଯ୍ୟ କରିଥିଲା । ଏଥିପାଇଁ ସେ ଲକ୍ଷ ଲକ୍ଷ ପାଠକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଓ୍ୱାଶିଂଟନ ପୋଷ୍ଟ ଶହଶହ ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ ବିଦା କରିଛନ୍ତି । ଏନେଇ ସମ୍ପାଦକ ମ୍ୟାଟ୍ ମୁରେ କହିଛନ୍ତି ଯେ, ନିଷ୍ପତ୍ତି କଷ୍ଟଦାୟକ କିନ୍ତୁ ଦରକାରୀ । ନୂଆ ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବା କାରଣରୁ ଏପରି ନିଷ୍ପତ୍ତି ନିଆଯାଇଛି ।