ସାହାଜଟ ଆଶ୍ରମ ବିଦ୍ୟାଳୟରେ ଅଘଟଣ, ଶ୍ରେଣୀରୁ ମିଳିଲା ଛାତ୍ରର ମୃତଦେହ

Published By : Prameya-News7 Bureau | July 17, 2025 IST

ନୂଆପଡା ୧୭/୦୭: ନୂଆପଡା ଜିଲ୍ଲା କୋମନା ବ୍ଲକ ସାହାଜଟ ଆଶ୍ରମ ବିଦ୍ୟାଳୟରେ ଅଘଟଣ । ଶ୍ରେଣୀ ଗୃହରୁ ମିଲିଲା ଅଷ୍ଟମ ଶ୍ରେଣୀ ଛାତ୍ରର ମୃତଦେହ । ବିଦ୍ୟାଳୟ ପରିସରରେ ଥିବା ଏକ ଗଛରେ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । 

ତେବେ ହତ୍ୟା ନା ଆତ୍ମହତ୍ୟା ତାହା ଏବେ ସନ୍ଦେହ ଘେରରେ । ଘଟଣା ସ୍ଥଳରେ ନୂଆପଡା SDPO ସହ କୋମନା ପୋଲିସର ତଦନ୍ତ ଆରମ୍ଭ। ମୃତକ ହେଉଛନ୍ତି ଖଡ଼ିଆଳ ଥାନା ବଡ଼ମହେଶ୍ୱର ଗ୍ରାମର ଅଶ୍ୱିନୀ ଦାସ ବନଛୋର । 

ସୂଚନା ଥାଉକି, ମୃତ ଛାତ୍ର ଜଣକ ଡେସକୁଲାରରେ ପାଠ ପଢ଼ୁଥିଲେ । ତେବେ ବେଆଇନ ଭାବରେ ହଷ୍ଟେଲରେ ରହୁଥିବା ଅଭିଯୋଗ ହୋଇଛି । ଏବେ କାହିଁକି ଏପରି ଅଘଟଣ ଘଟିଛି ତାହା ଏବେ ସନ୍ଦେହ ଘେରରେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.