ବାଲେଶ୍ବର ୧୨।୭: ବାଲେଶ୍ବର ଫକୀରମୋହନ କଲେଜରେ ଜଣେ ଛାତ୍ରୀ ନିଜ ଦେହରେ ଲଗାଇଲେ ନିଆଁ । ଛାତ୍ରୀ ଜଣକୁ ବିଭାଗର ଏଚଓଡି ଦୁର୍ବ୍ୟବହାର କରୁଥିଲେ । ନିର୍ଯାତନା ଦେଉଥିଲେ । ଏହାର ପ୍ରତିବାଦ କରି ନ୍ୟାୟ ଦାବି କରୁଥିଲେ ଛାତ୍ରୀ । ଶନିବାର କଲେଜରେ ଛାତ୍ରୀ ଜଣକ ଧାରଣାରେ ବସିଥିଲେ । ପରେ ନିଜେ ଆତ୍ମାହୂତୀ ଉଦ୍ୟମ କରି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଗୁରତର ଛାତ୍ରୀଙ୍କୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି । ଗୁରୁତର ଛାତ୍ରୀ ଇଣ୍ଟିଗ୍ରେଟଡ ବିଇଡିର ଦ୍ବିତୀୟ ବର୍ଷ ଛାତ୍ରୀ ବୋଲି ଜଣାପଡିଛି ।
ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ର ମଧ୍ୟ ଗୁରୁତର ହୋଇଛନ୍ତି । ତାଙ୍କୁ ମଧ୍ୟ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଏହି ଘଟଣା ନେଇ ଫକୀରମୋହନ ମହାବିଦ୍ୟାଳୟରେ ଉତ୍ତେଜନା ଦେଖାଯାଇଥିଲା । ଇଣ୍ଟିଗ୍ରେଟେଡ ବିଇଡି ବିଭାଗର ସମ୍ପୃକ୍ତ ଅଧ୍ୟାପକଙ୍କ ଗିରଫ ଦାବି କରିଥିଲେ ଛାତ୍ରଛାତ୍ରୀ । ଟାଉନ ଥାନା ପୋଲିସ ମହାବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ସହ ଅଧ୍ୟାପକଙ୍କୁ ହେପାଜତକୁ ନେଇଥିବା ଜଣାପଡିଛି ।
You Can Read:
ମୁଣ୍ଡଳୀ ବ୍ରିଜ୍ ଉପରୁ ମିଳିଲା ଗାଡ଼ି, କିନ୍ତୁ ମିଳୁନି ହେମନ୍ତଙ୍କ ପତ୍ତା