ଆନ୍ଧ୍ର ଉପକୂଳରୁ ବହୁଛି ସାମୁଦ୍ରିକ ପବନ, କମିଲା ତାପମାତ୍ରା; ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

Published By : Prameya-News7 Bureau | May 11, 2024 IST

ଭୁବନେଶ୍ଵର: ଆନ୍ଧ୍ର ଉପକୂଳରୁ ସାମୁଦ୍ରିକ ପବନ ଆସୁଥିବାରୁ ରାଜ୍ୟରେ କମିଛି ଗ୍ରୀଷ୍ମ ପ୍ରବାହ। ଦକ୍ଷିଣ, ପୂର୍ବରୁ ମଧ୍ୟ ବହୁଛି ପବନ। ୧୮ ତାରିଖ ଯାଏଁ ଏଭଳି ପାଗ ରହିବ। ଉପକୂଳ ଅଞ୍ଚଳରେ ୩୨ରୁ ୩୬ ଡିଗ୍ରୀ ଯାଏଁ ରହିବ ତାପମାତ୍ରା। ୧୮ ତାରିଖରୁ ବଢ଼ିବ ତାପମାତ୍ରା। ରାଜ୍ୟ ଉପରେ କାଳ ବୈଶାଖୀର ପ୍ରଭାବ ମଧ୍ୟ ରହୁଥିବାରୁ ୨ରୁ ୪ଡିଗ୍ରୀ କମିଛି ତାପମାତ୍ର। 

Also read: କେମିତି ମଲେ ବାର୍ ଗାର୍ଲ ? ସନ୍ଦେହରେ ପୁରୁଷ ବନ୍ଧୁ,ପୋଲିସର ତନାଘନା

ଦିନ ଦୁଇଟା ଯାଏଁ  ଗ୍ରୀଷ୍ମ ରହିଲେ ମଧ୍ୟ  କାଳ ବୈଶାଖୀ ପ୍ରଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ଆକାଶ ମେଘାଛନ୍ନ ରହୁଛି। ବିଗତ ୨୪ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ରାଜନଗରରେ ସର୍ବାଧିକ ୧୦୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳରେ ମଧ୍ୟ ବର୍ଷା ହୋଇଛି। ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, ମୟୁରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ,ଅନୁଗୁଳ, ଢେଙ୍କାନାଳ,କେନ୍ଦ୍ରାପଡ଼ା ଜ଼ିଲ୍ଲା କୁ ବର୍ଷା ହେବାନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। 

ସେହିପରି ୧୪ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେହିପରି ନୂଆପଡାରେ ସର୍ବାଧିକ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ତେବେ ପବନ ପ୍ରବାହିତ ଓ କାଳ ବୈଶାଖୀର ପ୍ରଭାବ ରହୁଥିବା ଯୋଗୁଁ ତାପମାତ୍ରାରେ ପରିବର୍ତ୍ତନ ହୋଇଥିବା ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି।

  • Weather
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.