ଭଦ୍ରକରେ ମିଳିଲା ଅଲୌକିକ ପଥର, ବୈତରଣୀ ନଦୀ ବନ୍ୟାପାଣିରେ ଭାସୁଛି

Published By : Prameya-News7 Bureau | July 07, 2025 IST

ଭଦ୍ରକ ୭।୭: ବନ୍ୟା ପାଣିରେ ଭାସୁଛି ପଥର । ପାଣିକୁ ପଥର ଫିଙ୍ଗିବା ସତ୍ତ୍ଵେ ବୁଡୁ ନାହିଁ । ପାଣିରେ ଭାସୁଥିବା ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଷେଣ୍ଢପୁର ନିକଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ସୂଚନାଯୋଗ୍ୟ ଯେ, ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟା ପାଣି ଆସିଛି । ଧାମନଗର ବ୍ଲକ୍ ଷେଣ୍ଢପୁର ଠାରେ ବନ୍ୟାପାଣିରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବନ୍ୟା ପାଣିରେ କିଛି ଜିନିଷ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ସେହି ଜିନିଷ ନିକଟକୁ ଯିବା ପରେ ତାହା ଏକ ପଥର ବୋଲି ଜାଣିବାକୁ ପାଇଥିଲେ । 

ପରେ ସେହି ପଥରଟିକୁ ପାଣିରେ ଫିଙ୍ଗି ଦେଇଥିଲେ ଲୋକ । କିନ୍ତୁ ଆଶ୍ଚର୍ଯ୍ୟର କଥା ପଥରଟି ବୁଡିଲା ନାହିଁ । ଏହି ପଥରଟିକୁ ଦେଖିବାକୁ ଲୋକଙ୍କ ମଧ୍ୟରେ କୌତୁହଳ ପ୍ରକାଶ ପାଇଛି । ଲୋକେ ଏହାକୁ ଏକ ଅଲୌକିକ ଘଟଣା ବୋଲି ମଧ୍ୟ କହୁଛନ୍ତି ।

You Can Read:

ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ, ଜୁଲାଇ ୨୪ରୁ ଆରମ୍ଭ ହେବ ପାଠପଢ଼ା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.