କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଆତଙ୍କରାଜ, ସାମ୍ୱାଦିକଙ୍କୁ ଘେରିଲେ ଓ ଧମକ ଦେଲେ

Published By : Prameya-News7 Bureau | June 08, 2025 IST

ନୂଆଦିଲ୍ଲୀ: କାନାଡାରେ ଖଲିସ୍ତାନୀ ସମର୍ଥିତ ଆତଙ୍କୀଙ୍କ ଆତଙ୍କରାଜ । କାନାଡାର ଜଣେ ଜଣାଶୁଣା ମୁକ୍ତ ସାମ୍ୱାଦିକତା କରୁଥିବା ସାମ୍ୱାଦିକଙ୍କୁ ଆକ୍ରମଣ କରିଛନ୍ତି । ଦେଶର ଜଣାଶୁଣା ଇନଭେଷ୍ଟିଗେଟ୍ ଜର୍ଣ୍ଣାଲିଷ୍ଟ ମୋଚା ବେଜିର୍ଗନ ନିଜେ ଏହି ଦାବି କରିଛନ୍ତି । ରବିବାର ବେଙ୍କୁବରରେ ଆୟୋଜିତ ଏକ ରାଲିର ରିପୋର୍ଟିଂ ବେଳେ ଏହି ଆକ୍ରମଣ ହୋଇଥିବା ସେ କହିଛନ୍ତି । ସାମ୍ୱାଦିକ ମୋଚା ବେଜିର୍ଗନ କହିଛନ୍ତି ଯେ ତାଙ୍କର ସମ୍ୱାଦକୀୟ ଓ ଖଲିସ୍ତାନ ସହ ଜଡ଼ିତ ବିରୋଧ ପ୍ରଦର୍ଶନ ଉପରେ ପୂର୍ବ ରିପୋର୍ଟ ଯୋଗୁ ତାଙ୍କୁ ଟାର୍ଗେଟ୍ କରାଯାଇଛି । 

ମୋଚା ବେଜିର୍ଗନ କହିଛନ୍ତି, ସେ କେବଳ କାର୍ଯ୍ୟକ୍ରମ କଭର୍ କରିବାକୁ ଯାଇଥିଲେ, କିନ୍ତୁ ସେଠାରେ କିଛି ଖଲିସ୍ତାନୀ ତାଙ୍କୁ ଘେରି ପକାଇଥିଲେ । ପରେ ଧମକ ଦେବା ସହ ମୋବାଇଲ୍ ଛଡ଼ାଇ ନେଇଥିଲେ । ଏଏନ୍‌ଆଇକୁ ପ୍ରତିକ୍ରିୟା ଦେଇ ମୋଚା ବେଜିର୍ଗନ କହିଛନ୍ତି, ଏହି ଘଟଣା ବେଙ୍କୁବରରେ ଏକ ଖଲିସ୍ତାନୀ କାର୍ଯ୍ୟକ୍ରମ ବେଳେ ଘଟିଥିଲା । ସେଠାରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା କରିଥିବା ଲୋକଙ୍କୁ ସହିଦ ଦର୍ଶାଇ ସମ୍ମାନିତ କରାଯାଉଥିଲା । ଏହି ଘଟଣା ପାଇଁ ଏବେ ବି ଭୟଭୀତ ଥିବା ସେ କହିଛନ୍ତି ।

ମୋଚା ବେଜିର୍ଗନ ଏକ ଭିଡିଓରେ କହିଛନ୍ତି, 'ମୁଁ କାନାଡା, ବ୍ରିଟେନ, ଆମେରିକା, ନ୍ୟୁଜିଲାଣ୍ଡରେ ଖଲିସ୍ତାନ ବିରୋଧ ପ୍ରଦର୍ଶନକୁ କଭର୍ କରୁଛି । ମୋର ଏକମାତ୍ର ଲକ୍ଷ୍ୟ ମୁକ୍ତ ସ୍ୱାମ୍ୱାଦିକତା କରିବା ଓ ଯାହା କିଛି ଘଟୁଛି ତାକୁ ରେକର୍ଡ ଓ ରିପୋର୍ଟ କରିବା । କାରଣ ସମ୍ପାଦକ ଭାବେ ମୁଁ ସ୍ୱତନ୍ତ୍ର ଅଛି, ଏଥିପାଇଁ ଏହା କିଛି ଲୋକଙ୍କୁ ନିରାଶ କରୁଛି ।'

ସାମ୍ୱାଦିକ ଜଣକ ଅଭିଯୋଗ କରିଛନ୍ତି, ମୁକ୍ତ ଭାବେ ନକହିବା ପାଇଁ ଖଲିସ୍ତାନ ସମର୍ଥକ ତାଙ୍କୁ କିଣିବାକୁ ଚାହୁଁଥିଲେ ଓ ପ୍ରଭାବିତ କରିବାକୁ ଚାହୁଁଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଖଲିସ୍ତାନୀଙ୍କ ଦ୍ୱାରା ଡରାଇବା ଓ ଧମକାଇବାର କୌଣସି ପ୍ରଭାବ ପଡ଼ିବ ନାହିଁ । ତାଙ୍କର ମୁକ୍ତ ସାମ୍ୱାଦିକତା ପ୍ରଭାବିତ ହେବ ନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.