LIVE TV

ଯେଉଁଠି ଅଛ ସେଇଠି ହିଁ ରହି ଥାଅ : ଦାର୍ଜିଲିଂ ଦୁର୍ଘଟଣା ପରେ ପର୍ଯ୍ୟଟକଙ୍କୁ ମମତା ବାନାର୍ଜୀଙ୍କ ପରାମର୍ଶ

NEWS7
Flood-Hit Darjeeling

କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଦାର୍ଜିଲିଂରେ ହୋଇଥିବା ବିନାଶକାରୀ ବନ୍ୟା ଓ ଭୂସ୍ଖଳନରେ ଖୁବ୍‌ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହି ଦୁର୍ଘଟଣାରେ ଅତି କମ୍‌ରେ ୧୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ବାନାର୍ଜୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି , ମୁଁ ଏହି କଥାରେ ବହୁତ ଚିନ୍ତିତ ଯେ, କାଲି ରାତିରେ କିଛି ଘଣ୍ଟାରେ ହଠାତ୍‌ ହୋଇଥିବା ପ୍ରବଳ ବର୍ଷା ଓ ବାହାରୁ ଆମ ରାଜ୍ୟରେ ନଦୀର ଜଳର ଅତ୍ୟଧିକ ପ୍ରବାହ କାରଣରୁ ଉତ୍ତର ବଙ୍ଗଳା ଓ ଦକ୍ଷିଣ ବଙ୍ଗଳ ଉଭୟର ଅନେକ ଅଞ୍ଚଳ ବନ୍ୟା ପ୍ରଭାବକୁ ଆସି ଯାଇଛି। ସେ ପର୍ଯ୍ୟଟକୁ ପରାମର୍ଶ ଦେଇଛନ୍ତି ଯେ, ଯେବେସୁଦ୍ଧା ସେମାନଙ୍କୁ ସୁରକ୍ଷିତ ବାହାର କରାଯାଇ ନାହିଁ ,ସେପର୍ଯ୍ୟନ୍ତ ଯେଉଁଠି ଅଛ, ସେଠାରେ ରହି ଥାଅ।

ସେ ଆହୁରି କହିଛନ୍ତି , କାଲି ରାତିରେ ଉତ୍ତର ବଙ୍ଗଳାରେ ୧୨ ଘଣ୍ଟାରେ ହଠାତ୍‌ ୩୦୦ ମିମିରୁ ଅଧିକ ବର୍ଷା ହୋଇଛି ଏବଂ ଏହାସହ ସଂକୋଶ ନଦୀରେ ପାଣିର ଅତ୍ୟଧିକ ପ୍ରବାହ ହୋଇଛି ଏବଂ ଏହାସହ ଭୂଟାନ ଓ ସିକ୍କିମରୁ ନଦୀର ପାଣି ବି ବହି ଯାଇଛି। ଏଥିରେ ବିପର୍ଯ୍ୟୟ ଘଟିଛି। ସେ ଆହୁରି କହିଛନ୍ତି ଯେ , ଆମେ ଏହା ଜାଣି ଖୁବ୍‌ ଦୁଃଖିତ ଓ ମର୍ମାହତ ଯେ, ପ୍ରବଳ ବର୍ଷା ଓ ନଦୀରେ ଆସିଥିବା ବନ୍ୟା କାରଣରୁ ଆମେ ଆମର କିଛି ଭାଇ ଭଉଣୀଙ୍କୁ ହରାଇ ଦେଇଛେ। ମୁଁ ମୃତକ ପରିବାର ପ୍ରତି ନିଜର ସମବେଦନା ଜଣାଉଛି। ଦୁଇଟି ଲୁହାର ବ୍ରିଜ୍‌ ଭୁଶୁଡ଼ି ଯାଇଛି। ଅନେକ ରାସ୍ତା କ୍ଷତିଗ୍ରସ୍ତ ହୋଇଛି।ବନ୍ୟା ଆସିଯାଇଛି। ଦାର୍ଜିଲିଂ , କଲିମ୍ପୋଙ୍ଗ , ଜଳପାଇଗୁଡ଼ି , ଅଲିପୁରଦ୍ୱାର ଜିଲ୍ଲାରେ ବଡ଼ ସ୍ତରରେ ଭୂମି  ଜଳମଗ୍ନ ହୋଇ ଯାଇଛି। ବିଶେଷ ରୂପେ ମିରିକ ,ଦାର୍ଜିଲିଂ , କଲିମ୍ପୋଙ୍ଗ , ଜଳପାଇଗୁଡ଼ି, ମାଟିଗାଡା ଓ ଅଲିପୁରଦ୍ୱାରରେ ଖୁବ୍‌ କ୍ଷୟକ୍ଷତି ହେବାର ଖବର ଆସିଛି।

ମମତା ବାନାର୍ଜୀ ଆହୁରି କହିଛନ୍ତି – ମୁଁ କାଲି ରାତିରୁ ହିଁ ଚବିଶ ଘଣ୍ଟା ସ୍ଥିତି ଉପରେ ନଜର ରଖିଛି। ମୁଁ ମୁଖ୍ୟ ସଚିବ , ପୁଲିସ ମହାନିର୍ଦ୍ଦେଶକ , ଉତ୍ତର ବଙ୍ଗଳାର ଜିଲ୍ଲା ଓ ପୁଲିସ ଅଧିକ୍ଷକଙ୍କ ସହ ଭର୍ଚୁଆଲ ବୈଠକ କରିଛି ଏବଂ ଏହି ବୈଠକରେ ଗୌତମ ଦେବ ଓ ଅନିତ ଥାପାଙ୍କ ଭଳି ଲୋକ ପ୍ରତିନିଧିମାନେ ମଧ୍ୟ ସାମିଲ ହୋଇଛନ୍ତି।