ମସ୍କ ମାଲେମାଲ : ପ୍ରଥମ ବ୍ୟକ୍ତି ଭାବେ ଏତେ ସମ୍ପତ୍ତିର ମାଲିକ, ପଛରେ ପଡିଗଲେ ବଡ ବଡ କୋଟିପତି

NEWS7
stay-away-from-whatsapp-warns-telegram-founder

ନୂଆଦିଲ୍ଲୀ, ୨୧/୧୨: ଧନୀ ଏବେ ଆହୁରି ଧନୀ । ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ସମ୍ପତ୍ତି ଆହୁରି ବୃଦ୍ଧି ପାଇଛି । ୟୁଏସ କୋର୍ଟଙ୍କ ଏକ ନିଷ୍ପତ୍ତି ମସ୍କଙ୍କୁ ମାଲାମାଲ କରିଦେଇଛି । ସେ ଇତିହାସର ପ୍ରଥମ ବ୍ୟକ୍ତି ଭାବେ ୭୦୦ ବିଲିୟନ ଡଲାର ସମ୍ପତ୍ତିର ମାଲିକ ହୋଇଛନ୍ତି । ମସ୍କଙ୍କ ଦରମାକୁ ନେଇ କୋର୍ଟଙ୍କ ଏକ ରାୟ ପରେ ଏପରି ଖବର ସାମ୍ନାକୁ ଆସିଛି ।

ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ଡେଲାଓ୍ୱେର୍ କୋର୍ଟ ମସ୍କଙ୍କ ୨୦୧୮ ଦରମା ସମ୍ବନ୍ଧୀୟ ଏକ ମାମଲାରେ ରାୟ ଦେଇଥିଲେ । ଯାହା ତଳ କୋର୍ଟଙ୍କ ରାୟର ବିପରୀତ ଥିଲା । ତେବେ ଉପର କୋର୍ଟଙ୍କ ରାୟ ପରେ ମସ୍କଙ୍କ ସମ୍ପତ୍ତି ବୃଦ୍ଧି ପାଇ ୭୪୯ ବିଲିୟନ ଡଲାର ହୋଇଯାଇଛି । ଯେଉଁଥିରେ ୧୩୯ ବିଲିୟନ ଡଲାରର ଷ୍ଟକ୍ ରହିଛି । ଯାହା ପୂର୍ବରୁ ୫୬ ବିଲିୟନ ଡଲାର ରହିଥିଲା ।

୨୦୧୮ରେ ମସ୍କଙ୍କୁ ଉଚ୍ଚା ଦରମା ଦେବାକୁ ଟେସଲାର ସେୟାର ହୋଲଡର୍ ସହମତି ପ୍ରକାଶ କରିଥିଲେ । କିନ୍ତୁ ରିଚାର୍ଡ ଟରନେଟାନମାକ ଜଣେ ସେୟାର ହୋଲ୍ଡର ଏହା ବିରୋଧରେ କୋର୍ଟରେ କେସ୍ କରିଥିଲେ । ଯାହାର ଶୁଣାଣି କରି କୋର୍ଟ ଦରମା ବୃଦ୍ଧି ଉପରେ ରୋକ୍ ଲଗାଇ ଦେଇଥିଲେ ।

କଣ କହିଲେ ଉପର କୋର୍ଟ

ଡେଲଓ୍ୱେର୍ କୋର୍ଟ କହିଛନ୍ତି ଯେ, ଦରମା ମାମଲାରେ ପୂର୍ବରୁ ମସ୍କଙ୍କୁ ନେଇ ଦିଆଯାଇଥିବା ରାୟ ଭୁଲ ଅଟେ । ଯାହା ସମ୍ପୂର୍ଣ୍ଣ ଭାବେ ଅନୁଚିତ । ତଳ କୋର୍ଟ ୨୦୧୮ରେ ଦରମା ବୃଦ୍ଧି ପ୍ରସଙ୍ଗକୁ ଅବିଶ୍ୱସନୀୟ କହିଥିଲେ । ଏବେ ନୂଆ ରାୟ ଆସିବା ପରେ ମସ୍କ ପୁରା ମାଲାମାଲ ହୋଇଯାଇଛନ୍ତି । ସେ ସବୁଠୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି । ଏହାସହ ଦ୍ୱିତୀୟ ଧନୀଙ୍କ ଠାରୁ ମସ୍କଙ୍କ ସମ୍ପତ୍ତି ଢେର ଅଧିକ ।

ସବୁଠୁ ବଡ ଦରମା

ନଭେମ୍ବରରେ ଟେସଲା ସେୟାରହୋଲ୍ଡର ମାନେ ମସ୍କଙ୍କୁ ୧ ଟ୍ରିଲିୟନ ଡଲାରର ଦରମାକୁ ମଞ୍ଜୁରି ପ୍ରଦାନ କରିଥିଲେ । ମସ୍କଙ୍କ ଅନେକ ଯୋଜନାକୁ ସେମାନେ ସମର୍ଥନ କରିଥିଲେ । କେବଳ ଇଲେକ୍ଟ୍ରିକାଲ୍ ନୁହେଁ ବରଂ ରୋବୋଟିକ୍ସ ମାମଲାରେ ସବୁଠୁ ଆଗରେ ବୋଲି କହିଥିଲେ ।