LIVE TV

ପୋଲିସ ଏସ୍ଆଇ କେଳେଙ୍କାରୀ ମାମଲା, ପୁରା ସ୍କାମରେ ଖୋଳତାଡ଼ କରିବ ସିବିଆଇ

NEWS7
statement-of-naba-das-wife-minati-das-recorded

ବ୍ରହ୍ମପୁର ୧୭।୧୧ : ପୋଲିସ ଏସ୍‌ଆଇ କେଳେଙ୍କାରୀ ମାମଲା। ପୁରା ସ୍କାମର ଖୋଳତାଡ଼ କରୁଛି ସିବିଆଇ ଟିମ୍‌ । ଏହିକ୍ରମରେ ସୋମବାର ଦିନ ତଦନ୍ତକାରୀ ଟିମ୍‌ ବ୍ରହ୍ମପୁରରେ ପହଞ୍ଚି ତଦନ୍ତକୁ ତ୍ୱରାନ୍ୱିତ କରିବ। ପୂର୍ବରୁ ମାମଲାର ତଦନ୍ତ କରୁଥିବା ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବେ ।

ସେହିପରି ଦୁର୍ନୀତିରେ ସଂପୃକ୍ତ ଦଲାଲମାନଙ୍କ ରିମାଣ୍ଡ ପାଇଁ ଅଦାଲତରେ ଆବେଦନ କରିବ।  ସିବିଆଇ ତଦନ୍ତକାରୀ ଦଳ ଶନିବାର ଦିନ ମାମଲା ସଂକ୍ରାନ୍ତୀୟ କାଗଜପତ୍ର ଯାଞ୍ଚ କରିଥିଲେ। ଆଗାମୀ ଦିନରେ କେଉଁମାନଙ୍କୁ ଜେରା ପାଇଁ ଡକାଯିବ । ଏନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି ।  ୭ ଜଣ ଦଲାଲଙ୍କୁ ଜେରା କରିବାକୁ ସିବିଆଇ ପୂର୍ବରୁ ଯୋଜନା ରଖିଥିଲା। ଏବେ ମାମଲାରେ ମୂଳରୁ ତଦନ୍ତ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ସିବିଆଇ । ତେଣୁ କିଛି ଗିରଫ ଆଶାୟୀଙ୍କୁ ମଧ୍ୟ ପଚରାଉଚରା ପାଇଁ ଯୋଜନା କରୁଛି ସିବିଆଇ। କାହିଁକି ନା, ଆଶାୟୀମାନେ ସିଧାସଳଖ କାହାକୁ ଲାଞ୍ଚ ଦେଇଥିଲେ ? କେଉଁ ଦଲାଲ ସହ ସେମାନେ ଡିଲ୍‌ କରିଥିଲେ ? ଏସବୁର ସ୍ପଷ୍ଟ ତଥ୍ୟ ଆଶାୟୀମାନେ ହିଁ ଦେଇପାରିବେ। ତେଣୁ ଆଗାମୀ ଦିନରେ ୧୨ ଜଣ ଆଶାୟୀଙ୍କୁ ଜେରା ପାଇଁ ଡକାଯିବ ବୋଲି ସୂଚନା ମିଳିଛି । ସୋମବାର ସିବିଆଇ ଦଳ ବ୍ରହ୍ମପୁରରେ ମାମଲାରେ ଅଭିଯୋଗାକାରୀ ଥିବା ଡିଏସ୍‌ପିଙ୍କ ସହ ଆଲୋଚନା କରିବେ। ଆଶାୟୀମାନେ ଯାଉଥିବା ବସ୍‌କୁ ପିଛା କରି ଆନ୍ଧ୍ରପ୍ରଦେଶ ଯାଇଥିବା ପୋଲିସ ଅଧିକାରୀମାନଙ୍କୁ ମଧ୍ୟ ପଚରାଉଚରା କରିପାରେ । ଏହାପରେ ସିଲିକନ ଟେକଲ୍ୟାବ କଲ୍ୟାବ ସଂସ୍ଥାର ସିଇଓ ସୁରେଶ ନାୟକ ଓ ପଞ୍ଚସପ୍ଟ ଟେକ୍ନୋଲୋଜି/ଫ୍ରଣ୍ଟଟେକର ନିର୍ଦ୍ଦେଶକ ତଥା ମାଷ୍ଟରମାଇଣ୍ଡ ଶଙ୍କର ଓ ଅନ୍ୟତନ କାର୍ପଟଦାର ମୁନା ସହ ୭ ଜଣଙ୍କୁ ରିମାଣ୍ଡରେ ଆଣିବାକୁ ସିବିଆଇ ଅଦାଲତରେ ଆବେଦନ କରିବ ।