ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ, ଏସ୍‌ପି କହିଲେ- ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ତଦନ୍ତ

Published By : Prameya-News7 Bureau | July 30, 2025 IST

ପୁରୀ ୩୦।୭: ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କର ଦିଲ୍ଲୀ ଏମ୍ସରେ ବୟାନ ରେକର୍ଡ ହୋଇଛି । ପୀଡ଼ିତାଙ୍କ ବୟାନ ରେକର୍ଡ କଲା ପୁରୀ ପୋଲିସ । କେସ୍‌ର ଆଇଓଙ୍କ ସହ ବଳଙ୍ଗା ଥାନା ଅଧିକାରୀ ଏବଂ ଜଣେ ମହିଳା ଡିଏସ୍‌ପି ପୀଡ଼ିତାଙ୍କ ବୟାନ ରେକର୍ଡ କରିଛନ୍ତି । ଏହାପରେ ସମଗ୍ର ଘଟଣା ପଛର କାରଣ ବିଷୟରେ ପୋଲିସ ପକ୍ଷରୁ ସାର୍ବଜନୀନ କରାଯିବ ବୋଲି ପୁରୀ ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି । 

ତେବେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସମସ୍ତ ଆଇନଗତ ଦିଗକୁ ଦୃଷ୍ଟିରେ ରଖାଯାଇ ତଦନ୍ତ କରାଯାଉଛି । ନାବାଳିକାଙ୍କର ଚିକିତ୍ସା ଜାରି ରହିଥିବାରୁ ପୋଲିସ ପକ୍ଷରୁ ଅତି ସତର୍କତାର ସହିତ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ଏସ୍‌ପି କହିଛନ୍ତି । 


You Can Read:

କେନ୍ଦ୍ରକୁ ଡେପୁଟେସନରେ ଯିବେ ଆଇପିଏସ୍ ଆର୍.ପି. କୋଚେ ଏବଂ ଯଶୱନ୍ତ କୁମାର ଜେଠୱା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.