ଆକାଶରେ ଉଡି ବୁଲି ହେବ ଓଡ଼ିଶାର ତୀର୍ଥସ୍ଥଳ, ହେଲିଟ୍ୟାକ୍ସି ଯୋଜନା ନେଇ କେନ୍ଦ୍ର ନିକଟରେ ରାଜ୍ୟର ପ୍ରସ୍ତାବ

Published By : Prameya-News7 Bureau | August 25, 2025 IST

ଭୁବନେଶ୍ୱର ୨୫/୦୮: ଶସ୍ତାରେ ହେଲିକପ୍ଟରରେ ବୁଲିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଇଛନ୍ତି ହେଲିଟ୍ୟାକ୍ସି ଯୋଜନା । ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି, ହେଲିଟାକ୍ସି ଯୋଗେ ସାଧାରଣ ଲୋକ କମ ଖର୍ଚ୍ଚରେ ହେଲିକପ୍ଟରରେ ଉଡ଼ିପାରିବେ । ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି । 

ଭୁବନେଶ୍ୱରରୁ ଯାଇ ପୁରୀ, କୋଣାର୍କ, ଚିଲିକା, ତାରାତାରିଣୀ ଏବଂ ଗୋପାଳପୁର ଯାଇପାରିବେ ସାଧାରଣ ଲୋକ । ଏଥିପାଇଁ ପୁରୀରେ ଏୟାରପୋର୍ଟ ଲାଗି ରାଜ୍ୟ ସରକାର ଜମି ଯୋଗାଇଦେଇଛନ୍ତି । ପରିବେଶ ମଞ୍ଜୁରୀ ମଧ୍ୟ ମିଳିଛି । କେନ୍ଦ୍ର ମନ୍ତ୍ରୀଙ୍କ ଦୟା ହେଲେ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ବାହୁଦାରେ ଗ୍ରୀନ ଏୟାରପୋର୍ଟ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣଙ୍କ ନିବେଦନ କରାଯାଇଛି । 

ଏଠାରେ ଏୟାରପୋର୍ଟ କରାଗଲେ ଆନ୍ଧ୍ର ଓଡିଶା ମଧ୍ୟରେ ଯୋଗାଯୋଗ ସୁଗମ ହେବ । ଆହୁରି ବି  ଝାରସୁଗୁଡା, ରାଉରକେଲା ଏୟାରଲାଇନ ବନ୍ଦ ହେବା ନେଇ ମନ୍ତ୍ରୀ ବିଭୁତି ଜେନାଙ୍କ ଉଦବେଗ ପ୍ରକାଶ କରିଛନ୍ତି । ଖବର ନ ଦେଇ ବନ୍ଦ କରିବାରୁ ଆମେ ଅସୁବିଧାର ସମ୍ମୁଖୀନ ହେଲୁ । ଏହାକୁ ଶୀଘ୍ର ଚାଲୁ କରିବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ନିବେଦନ କରିଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.