LIVE TV

ପ୍ରେମକୁ ସ୍ବୀକାର କଲେନି ଘରଲୋକ, ପ୍ରେମିକା ସହ ଘରୁ ଗୋଡ଼ କାଢ଼ିଲେ ପ୍ରେମୀଯୁଗଳ : ବାଟରେ ଛକି ବସିଥିଲା ଯମ

NEWS7
state-cabinet-minister-rajendra-dholakia-promoted-the-retired-teacher

ବୌଦ୍ଧ ୨: ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହେଲେ ପ୍ରେମୀ ଯୁଗଳ । ଘଟଣାସ୍ଥଳରେ ପ୍ରେମିକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରେମିକା ଗୁରୁତର ହୋଇଛନ୍ତି । ମୃତ ପ୍ରେମିକ ଛତ୍ରଙ୍ଗ ଗ୍ରାମର ଅମୂଲ୍ୟ ବେହେରା ଓ ଗୁରୁତର ପ୍ରେମିକା ଭାବପୁର ଗ୍ରାମର ବୋଲି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପଇଦାଭୂଇଁ ବଡଯୋରନାଳ ନିକଟରେ ଦୁର୍ଘଟଣା । କୁହାଯାଉଛି ଯେ, ଶନିବାର ବିଳମ୍ବିତ ରାତିରେ ଉଭୟେ ଘରୁ ଫେରାର ମାରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ହରଭଙ୍ଗା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି

ପ୍ରେମ କଲେ କିନ୍ତୁ ବିବାହ ପାଇଁ ଘର ଲୋକେ ରାଜି ହେଲେ ନାହିଁ ରାତାରାତି ଘରୁ ଫେରାର ମାରିଲେ ପ୍ରେମୀଯୁଗଳ । ହେଲେ ନିୟତିରେ ଲେଖା ଥିଲା କିଛି ଅଲଗା । ଉଭୟଙ୍କ ଭାଗ୍ୟରେ ଲେଖା ନଥିଲା ସାଥିହୋଇ ଜୀବନ ବିତାଇବା । ପ୍ରେମିକା ସାଙ୍ଗରେ ସାରାଜୀବନ ବିତାଇବା ଆଶାରେ ପ୍ରେମିକାଙ୍କୁ ନେଇ ଅମୂଲ୍ୟ ଘରୁ ଗୋଡ଼ କାଢ଼ିଥିବା ବେଳେ ବାଟରେ ଛକି ବସିଥିଲା ଯମ । ରାସ୍ତାରେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା ଦୁର୍ଘଟଣାର ଶିକାର ହେଲେ ଉଭୟ ପ୍ରେମୀଯୁଗଳ ଏହି ଦୁର୍ଘଟଣାରେ ପ୍ରେମିକାକୁ ଅଧାବାଟରେ ଏକା କରି ଆରପାରିକୁ ଚାଲିଗଲା ପ୍ରେମିକ । ଘଟଣାସ୍ଥଳରେ ହିଁ ପ୍ରେମିକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରେମିକା ଗୁରୁତର ଭାବେ ହରଭଙ୍ଗା ମେଡିକାଲରେ ଜୀବନ ଆଉ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଛତ୍ରଙ୍ଗ ଗାଁର ଅମୂଲ୍ୟ ବେହେରା ଭାବପୁର ଗ୍ରାମର ଯୁବତୀଙ୍କୁ ଭଲ ପାଉଥିଲେ ବିବାହ କରିବା ପାଇଁ ଘର ଲୋକଙ୍କୁ କହିଥିଲେ ହେଲେ ଘରଲୋକ କୁଆଡେ ଏମାନଙ୍କ ବିବାହକୁ ନେଇ ଅରାଜି ହୋଇଥିଲେ । ଯେଉଁଥି ପାଇଁ ଉଭୟେ ମନସ୍ଥ କଲେ ଘରୁ ପଳାଇ ବିବାହ କରି ସାଥିହୋଇ ଜୀବନ ବିତାଇବେଶନିବାର ବିଳମ୍ବିତ ରାତିରେ ଉଭୟେ ଘରୁ ଫେରାର ମାରୁଥିବା ବେଳେ ହରଭଙ୍ଗା ଥାନା ପଇଦାଭୂଇଁ ବଡଯୋରନାଳ ନିକଟ ବୁଲାଣିରେ ବାଇକ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ଏହି ଦୁର୍ଘଟଣାରେ ପ୍ରେମିକ ଅମୂଲ୍ୟ ବେହେରାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ପ୍ରେମିକାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ହରଭଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି ସେଠାରେ ସେ ଜୀବନ ଆଉ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ସେପଟେ  ଘଟଣାସ୍ଥଳରେ ହରଭଙ୍ଗା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।