LIVE TV

'ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ'

NEWS7
state-budget-2

ଭୁବନେଶ୍ବର ୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂଆପଡ଼ା ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । କିଛି ପାୱାର ଶୋ କାମ ଦେବନି ସାଧାରଣ ଲୋକଙ୍କୁ ସାମିଲ କରି ନାଁ ନେବାକୁ ଚେଷ୍ଟା କରାଯାଉଛି । ଆମର କୌଣସି ନେତା ଅସନ୍ତୁଷ୍ଟ ନାହାନ୍ତି ଯେଉଁମାନେ ସେଠାରେ ଦାୟିତ୍ୱରେ ଥିଲେ ସେମାନେ କେହି ଯାଇନାହାନ୍ତି ସାଧାରଣ ଭୋଟରଙ୍କୁ ନେଇ ମିଶ୍ରଣ ପର୍ବ କରୁଛନ୍ତି

ଜିଲ୍ଲା ବାହାରର ଅନେକ ନେତା ବିଧାୟକ ଏବଂ ମନ୍ତ୍ରୀ ହୋଇଛନ୍ତି ସେଥିରେ କିଛି ଅସୁବିଧା ନାହିଁ କୌଣସି ଦଳ ମହିଳାଙ୍କୁ ସମ୍ମାନ ଦେଉନି, ଆଗକୁ ଛାଡ଼ୁନି ନବୀନ ବାବୁ ମହିଳାଙ୍କ ପାଇଁ ଅନେକ କିଛି କରିଛନ୍ତି ସେହି ଆଧାରରେ ମହିଳାଙ୍କୁ ଟିକେଟ୍ ଦିଆଯାଇଛି ସେ ଓଡ଼ିଶାର ନେତ୍ରୀ ବିଜେଡି ମହିଳା ଜନତା ଦଳର ସଭାନେତ୍ରୀ ଅଛନ୍ତି ​​​​​​​​​​​​​​

​​​​​​​ସୂଚନାଯୋଗ୍ୟ ଯେ, ଅତାବିରାର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଘୋଷଣା କରି ନବୀନ ପଟ୍ଟନାୟକ ରାଜ୍ୟ ରାଜନୀତିକୁ ଚମକାଇ ଦେଇଛନ୍ତି । ସ୍ନେହାଙ୍ଗିନୀ ଛୁରିଆ ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀରୁ ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିଲେ । ଆଉ ତାଙ୍କୁ ପ୍ରାର୍ଥୀ କରି ବିଜେଡି ମହିଳା କାର୍ଡ ଖେଳିଛି । ଅତାବିରାର ଝିଅ ଏବେ ନୂଆପଡ଼ା ରଣାଙ୍ଗନରେ ସମ୍ଭାଳିବେ ବିଜେଡିର ମୋର୍ଚ୍ଚା । ଏହା ପୂର୍ବରୁ ବିଜେଡି ପ୍ରାର୍ଥୀ ଦୌଡ଼ରେ ଥିଲେ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମହମ୍ମଦ ଆଦମ୍, ବିଜେଡିର ସାଧାରଣ ସଂପାଦକ ମନୋଜ ମିଶ୍ର ସହ ଆଉ କିଛି ନେତା । ତେବେ ଦଳ ସୁପ୍ରିମୋ ପୁରୁଖା ନେତ୍ରୀ, ରାଜନେତା ସ୍ନେହାଙ୍ଗିନୀଙ୍କ ଉପରେ କରିଛନ୍ତି ଭରସା ।

ଦକ୍ଷତା ସାଙ୍ଗକୁ ଆନୁଗତ୍ୟ ଉପରେ ବୋଧହୁଏ ଲାଗିଛି ଷ୍ଟାମ୍ପ । ଏକାଧିକ ଆଶାୟୀ ଥିଲେ ବି ବରିଷ୍ଠତା, ଅଭିଜ୍ଞତା, ଦକ୍ଷତା ଓ ଲୋକପ୍ରିୟତା ସ୍ନେହାଙ୍ଗିନୀଙ୍କୁ ଦଳ  ରଣାଙ୍ଗନରେ ଓହ୍ଲାଇଛି । ତେବେ ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରି ବଡ଼ ଗୋଟି ଚାଳନା କରିଛନ୍ତି ନବୀନ ପଟ୍ଟନାୟକ । ନୂଆପଡ଼ା ମାଟି ସହ ଜଡ଼ିତ ନଥିବା ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରି ବିଜେଡି ନୂଆପଡ଼ାର ରାଜନୈତିକ ସମୀକରଣ ବଦଳାଇବାକୁ ଅଣ୍ଟା ଭିଡ଼ିଛି । ଛୁରିଆ ଦଳର ଅନେକ ପଦରେ କାମ କରିବା ସହ ସାଙ୍ଗଠନିକ ଦାୟିତ୍ଵ ମଧ୍ୟ ସମ୍ଭାଳିଛନ୍ତି । ସବୁ ସମୀକରଣକୁ ଦୃଷ୍ଟିରେ ରଖି ଦଳ ମୁଖିଆ ସରପ୍ରାଇଜ୍ କାର୍ଡ ଖେଳିଛନ୍ତି ।

​​​​​​​​​​​​​​