ତେଲ ଅଭିଭ୍ : ଇସ୍ରାଏଲ ସିରିଆ , ଲେବାନନ , ଗାଜା, ତେହରାନ ସମେତ ଅନେକ ଦେଶରୁ ଲଗାତାର ମୋର୍ଚ୍ଚା ଖୋଲିଛି। ଇରାନ ସହ ତ ଗତ ଦିନରେ ୧୨ଦିନର ଯୁଦ୍ଧ ଚାଲିଥିଲା। ଏହି ସମୟରେ ସେ ଇରାନର ରାଜଧାନୀ ତେହରାନ ଉପରେ ଖୁବ୍ ବୋମା ଓ ମିସାଇଲ ବର୍ଷା କରିଥିଲା। ଏବେ ସେ ୟେମେନରେ ବି ଏମିତି ସ୍ଥିତି କରିବାକୁ ଧମକ ଦେଇଛି। ଇସ୍ରାଏଲ ୟେମେନର ଉଗ୍ରବାଦୀ ଗ୍ରୁପ୍ ହୁତିକୁ ଟାର୍ଗେଟ୍ କରି ହମଲା କରିଛି। କେବଳ ଏତିକି ନୁହେଁ ଏହାର କହିବା ହେଲା ଯେ , ଯଦି ହୁତି ଗ୍ରୁପ୍ ଅସ୍ତ୍ରଶସ୍ତ୍ର ନଛାଡେ ତ ପୁଣି ୟେମେନର ସ୍ଥିତି ବି ତେହରାନ ଭଳି କରିଦିଆ ଯିବ। ଇସ୍ରାଏଲର ଡିଫେନ୍ସ ମିନିଷ୍ଟର ଇସ୍ରାଏଲ କାଟ୍ଜ ଏହି କଥା କହିଛନ୍ତି।
ୟେମେନର ସହର ହୋଦେଦାରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଜୋରଦାର ହମଲା କରିଛି। ଇସ୍ରାଏଲର କହିବାନୁସାରେ, ଆମର ଏହି ହମଲା ହୁତିର ଆତଙ୍କୀ ଠିକଣା ଉପରେ ହୋଇଛି। ଇସ୍ରାଏଲୀୟ ସେନାର କହିବାନୁସାରେ, ଆମେ ନିଜର ଆକ୍ସନ ବେଳେ ଫୁଏଲ ଟ୍ୟାଙ୍କ ଓ ଜାହାଜକୁ ଟାର୍ଗେଟ୍ କରାଯାଇଛି,ଯାହାର ବ୍ୟବହାର ବନ୍ଦର ପାଖରେ ହମଲା ବେଳେ କରାଯାଇଛି। ପୂର୍ବରୁ ବି ଇସ୍ରାଏଲ ପକ୍ଷରୁ ହୁଦେଦାକୁ ଟାର୍ଗେଟ୍ କରାଯାଇଛି। ଇସ୍ରାଏଲ ମିସାଇଲ ଓ ଡ୍ରୋନ୍ସ ମାଧ୍ୟମରେ ସହର ଉପରେ ହମଲା କରିଛି।
ଇସ୍ରାଏଲର କହିବାନୁସାରେ, ଏଠାରେ ହୁତିଙ୍କ ବଡ଼ ସ୍ତରରେ ଇରାନରୁ ଇମ୍ପୋର୍ଟ କରାଯାଇ ଥିବା ଅସ୍ତ୍ରଶସ୍ତ୍ରକୁ ରଖା ଯାଇଛି। ଏହା ବ୍ୟତୀତ ଏଠାରୁ ତାର କାର୍ଯ୍ୟକଳାପ ଚାଲିଥାଏ।
ଇସ୍ରାଏଲୀୟ ସେନା କହିଛି ଯେ , ଆମେ ସେହି ସ୍ଥାନ ଗୁଡ଼ିକୁ ଚିହ୍ନଟ କରିଥିଲୁ, ଯେଉଁଠାରେ ହୁତି ଆତଙ୍କୀ ଆକ୍ଟିଭ୍ ଥିଲେ। ସେଠାରେ ସେମାନେ ସ୍ଥାନ ପ୍ରସ୍ତୁତ କରିନେଇ ଥିଲେ। ହୁଦେଦାର ବନ୍ଦର ତାଙ୍କର ଆତଙ୍କୀ କାର୍ଯ୍ୟକଳାପର ଆଡ୍ଡା ହୋଇ ସାରିଥିଲା। ଏହା ବ୍ୟତୀତ ତାଙ୍କ ପକ୍ଷରୁ ବ୍ୟବହାର କରାଯାଉ ଥିବା ଅସ୍ତ୍ରଶସ୍ତ୍ରକୁ ମଧ୍ୟ ଟାର୍ଗେଟ୍ କରାଯାଇ ଥିଲା। ଇସ୍ରାଏଲ କହିଛି ଯେ ଯଦି ୟେମେନସ ତାଙ୍କୁ କଣ୍ଟ୍ରୋଲ ନକରେ ତ, ଏହାର ସ୍ଥିତି ବି ତେହରାନ ଭଳି କରିଦେବୁ। କାଟଜ କହିଛନ୍ତି ଯେ, ଇସ୍ରାଏଲ ଉପରେ ମିସାଇଲ ମାଡ଼ କରିବା ଗୁରୁତର ପରିଣାମ ଭୋଗିବାକୁ ହେବ। ଆମେ ଇସ୍ରାଏଲର ରକ୍ଷା ପାଇଁ ହମଲା ଜାରି ରଖିବୁ।