ପୁରୀ ୧୪।୦୭ : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଶୈବପୀଠରେ ଲାଗିଛି କାଉଡ଼ିଆଙ୍କ ଭିଡ଼ । ଏହିକ୍ରମରେ ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଲୋକନାଥ ମନ୍ଦିରରେ ଲାଗିଛି କାଉଡ଼ିଆଙ୍କ ଭିଡ଼ । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଭକ୍ତ ଭଗବାନଙ୍କର ହୋଇଛି ମିଳନ। ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଲୋକନାଥ ମନ୍ଦିରରେ ରାତିରୁ ଲାଗିଛି କାଉଡ଼ିଆ ଭକ୍ତଙ୍କ ଭିଡ। ପ୍ରଶାସନ ପକ୍ଷରୁ କରାଯାଇଥିବା ବ୍ୟାରିକେଡ ଦେଇ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରିବା ପରେ ଜଳଲାଗି କରୁଛନ୍ତି। ବିଶ୍ବାସ ରହିଛି ଶ୍ରାବଣ ମାସର ଚାରି ସୋମବାରରେ ଜଳଲାଗି କଲେ ନିଜର ମନୋସ୍କାମନା ପୂରଣ ହୋଇଥାଏ। ତେବେ ଶ୍ରୀଲୋକନାଥଙ୍କ ପୀଠରେ କାଉଡ଼ିଆ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।