ପୁରୀ ୨୫।୦୫ : ପୁରୀ ସମୁଦ୍ରରେ ଜଳକ୍ରୀଡା ବେଳେ ଘଟିଲା ଅଘଟଣ। ସମୁଦ୍ର ମଝିରେ ଓଲଟି ପଡିଲା ଓ୍ବାଟର ସ୍ପୋର୍ଟସ ସ୍ପିଡ ବୋଟ୍। ଲାଇଟ ହାଉସ ନିକଟ ହୋଟେଲ ସୋନାର ବାଙ୍ଗଲା ସମ୍ମୁଖ ବେଳାଭୂମିରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ଖବର ଅନୁଯାୟୀ, ଓ୍ବାଟର ସ୍ପୋର୍ଟସ ସ୍ପିଡ ବୋଟରେ ସମୁଦ୍ର ମଝିରେ ଚାରିଜଣ ପର୍ଯ୍ୟଟକ ମଜା ନେଉଥିଲେ । ଏହି ସମୟରେ ସ୍ପିଡ ବୋଟ୍ ଟି ଭିରସାମ୍ୟ ହରାଇ ଓଲଟି ପଡିଥିଲା। ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ମାନେ ତୁରନ୍ତ ଗଭୀର ସମୁଦ୍ର ଭିତରକୁ ଯାଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ। ତେବେ ବଡ଼କଥା ହେଉଛି ପର୍ଯ୍ୟଟକମାନଙ୍କର କୌଣସି କ୍ଷତି ହୋଇନଥିଲେ ମଧ୍ୟ ଏକ ବଡ ଅଘଟଣରୁ ରକ୍ଷା ପାଇଛନ୍ତି।
ସେପଟେ ସମୁଦ୍ରରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ବେଳେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଓ୍ବାଟର ସ୍ପୋର୍ଟସ ସ୍ପିଡ ବୋଟ ଚଳାଇବା ନେଇ କୌଣସି ଅନୁମତି ନଥିବା ମଧ୍ୟ ଜଣାପଡିଛି।