Live Live
LIVE

ରାଜ୍ୟସଭା ମଇଦାନରେ ରହିଲେ ୫ ପ୍ରାର୍ଥୀ, ନାମାଙ୍କନ ପ୍ରତ୍ୟାହାରର ସମୟସୀମା ଶେଷ

NEWS7
special-traffic-mobility-plan-to-be-made-for-earha-yatra

ଭୁବନେଶ୍ବର ୯।୩: ରାଜ୍ୟସଭା ରେସ୍‌ରେ ରହିଲେ ୫ ପ୍ରାର୍ଥୀ । ୪ ଆସନ ପାଇଁ ରହିଲେ ୫ ପ୍ରାର୍ଥୀ । ରାଜ୍ୟସଭା ନିର୍ବାଚନ ନାମାଙ୍କନ ପ୍ରତ୍ୟାହାର ସମୟସୀମା ଶେଷ ହୋଇଛି । କୌଣସି ପ୍ରାର୍ଥୀ କଲେନି ନାମାଙ୍କନ ପ୍ରତ୍ୟାହାର । ଫଳରେ ଏବେ ରାଜ୍ୟସଭା ରେସ୍‌ରେ ମୋଟ୍ ୫ ପ୍ରାର୍ଥୀ ରହିଲେ ।​​​​​​​

ସୋମବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ କୌଣସି ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନାହାନ୍ତି । ଚତୁର୍ଥ ଆସନ ପାଇଁ ଭୋଟ୍ ସଂଗ୍ରହ କରିବାରେ ଲାଗିଛନ୍ତି ସ୍ବାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟ ଏବଂ ଡାକ୍ତର ଦତ୍ତେଶ୍ବର ହୋତା । ନିଜ ସପକ୍ଷକୁ ଆଣିବା ପାଇଁ କସରତ ଆରମ୍ଭ କରିଦେଇଛନ୍ତି । ବିଜେପି ଦିଲ୍ଲୀପ ରାୟଙ୍କୁ ଜିତାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି । କେମିତି ଦିଲ୍ଲୀପ ରାୟ ଅଧିକ ଭୋଟରେ ଜିତିବେ ସେନେଇ ରାଜ୍ୟ କାର୍ଯ୍ୟାଳୟରେ ଘନ ଘନ ବୈଠକ ବସି ରଣନୀତି ପ୍ରସ୍ତୁତ କରିଛି ଦଳ । ରାଜ୍ୟସଭା ନିର୍ବାଚନ ପାଇଁ ଚନ୍ଦ୍ରଶେଖର ବାବନକୁଲେଙ୍କୁ ପର୍ଯବେକ୍ଷକ ନିୟୁକ୍ତ କରିଛି ଦଳ । ଖୁବ୍‌ଶୀଘ୍ର ଓଡ଼ିଶା ଆସି ବିଧାୟକ ମାନଙ୍କ ସହ ବୈଠକ କରିବେ ।​​​​​​​

​​​​​​​ ଏ ଖବର ବି ପଢ଼ନ୍ତୁ:- ଓଡ଼ିଶା ଲୋକସେବା ଭବନରେ ଖାଲି ପଡିଛି ବିଭିନ୍ନ ପଦବୀ, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର

ସେପଟେ ବିଜେଡି ଓ କଂଗ୍ରେସ ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ଜିତାଇବା ପାଇଁ ଅଣ୍ଟା ଭିଡିଛନ୍ତି । ନବୀନ ନିବାସରେ ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ବୈଠକ ବସି ମନାଇବାକୁ ଉଦ୍ୟମ କରାଯାଉଛି । ସେପଟେ କଂଗ୍ରେସ ମଧ୍ୟ ନିଜ ଭୋଟ୍ କିଭଳି ରହିବ ବିଧାୟକ ମାନଙ୍କ ସହ ବୈଠକ କରି ରଣନୀତି ପ୍ରସ୍ତୁତ କରିଛି ।

ସେପଟେ ଦିଲ୍ଲୀପ ରାୟଙ୍କୁ ଜିତିବା ପାଇଁ ୮ଟି ଭୋଟ୍ ଆବଶ୍ୟକତା ରହିଛି । ଦିଲ୍ଲୀପଙ୍କ ନଜରରେ ରହିଛି ବିଜେଡି ଓ କଂଗ୍ରେସର ଅସନ୍ତୁଷ୍ଟ ନେତା ଏବଂ ବିଭିନ୍ନ ଦଳରେ ଥିବା ସମ୍ପର୍କୀୟଙ୍କ ଉପରେ । ଦିଲ୍ଲୀପ ଯୋଗାଯୋଗ ବି ଆରମ୍ଭ କରିଦେଇଛନ୍ତି । ବିଜେପି ମଧ୍ୟ ଦିଲ୍ଲୀପଙ୍କୁ ଜିତାଇବା ପାଇଁ ବିଭିନ୍ନ ରଣକୌଶଳ ଆରମ୍ଭ କରିଦେଇଛି । ଦିଲ୍ଲୀପଙ୍କ ସଂପର୍କୀୟ ଅରବିନ୍ଦ ମହାପାତ୍ରଙ୍କ ଭୋଟ୍ ମଧ୍ୟ ତାଙ୍କ ସପକ୍ଷକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି ବିଜେଡି ବିଧାୟିକା ସୁବାସିନି ଜେନାଙ୍କ ମନ୍ତବ୍ୟ ଗୋଳମାଳିଆ ସୃଷ୍ଟି କରିଛି । ନବୀନ ଦତ୍ତେଶ୍ବର ହୋତାଙ୍କୁ କମନ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଏପଟେ ସୁବାସିନି କହିଛନ୍ତି ସମୟ ଦେଖି ନିଷ୍ପତ୍ତି ନେବି ।

​​​​​​​ ଏ ଖବର ବି ପଢ଼ନ୍ତୁ:- ଓଡ଼ିଶା ଲୋକସେବା ଭବନରେ ଖାଲି ପଡିଛି ବିଭିନ୍ନ ପଦବୀ, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର

ତେବେ ସବୁ ଦଳ ପାଇଁ ଚତୁର୍ଥ ଆସନ ସମ୍ମାନର ପ୍ରଶ୍ନ ହୋଇଥିବାରୁ ସମ୍ମାନ ବଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିସାରିଛନ୍ତି । କିଏ ବାଜି ମାରୁଛି ମାର୍ଚ୍ଚ ୧୬ ତାରିଖରେ ଜଣାପଡିବ ।