ସବୁ ବିଶ୍ବବିଦ୍ୟାଳୟ ଓ କଲେଜରେ ଖୋଲିବ ସ୍ୱତନ୍ତ୍ର ଶକ୍ତିଶ୍ରୀ ସେଲ୍, ବଛାଯିବ ଶକ୍ତିଶ୍ରୀ ସାଥି

Published By : Prameya-News7 Bureau | August 09, 2025 IST

ଭୁବନେଶ୍ବର ୯।୮: ସବୁ ବିଶ୍ବବିଦ୍ୟାଳୟ ସହ ସରକାରୀ ଓ ବେସରକାରୀ କଲେଜରେ ଖୋଲିବ ସ୍ୱତନ୍ତ୍ର ଶକ୍ତିଶ୍ରୀ ଏମପାୱାରମେଣ୍ଟ ସେଲ୍ । ବଛାଯିବ ଶକ୍ତିଶ୍ରୀ ସାଥି । ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସବୁ ବିଶ୍ବବିଦ୍ୟାଳୟ କୁଳପତି ଏବଂ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି । 

ଶକ୍ତିଶ୍ରୀ ସଶକ୍ତ ସେଲ୍ ବର୍ଷ ତମାମ ସ୍ଥାୟୀ ଭାବେ କାର୍ଯ୍ୟ କରିବ । ମହିଳା ସୁରକ୍ଷିତ କ୍ୟାମ୍ପ୍ ଦେବା ସହ ବର୍ଷ ତମାମ ବିଭିନ୍ନ କର୍ମଶାଳା ଆୟୋଜିତ କରିବ । ପ୍ରତ୍ୟକ ଝିଅଙ୍କୁ ୬ ଦିନିଆ ସେଲ୍ଫ ଡିଫେନ୍ସ ଟ୍ରେନିଂ ଦେବା ପରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରିବ । ଏହି ସେଲ୍‌ର ଉଦ୍ଦେଶ୍ୟ ହେଉଛି ସୁରକ୍ଷା, ସଶକ୍ତ କରିବା ସହ ସୁରକ୍ଷିତ ପରିବେଶ ଯୋଗାଇବା । ଏହା ବ୍ୟତୀତ ଶକ୍ତିଶ୍ରୀ ସାଥିରେ ପୀୟର୍ସ ଲିଡର ଚୟନ କରାଯିବା ପାଇଁ ନିର୍ଦ୍ଦେଶ ହୋଇଛି ।

You Can Read:

ବିରଳ ଫ୍ଲାପସେଲ୍ କଇଁଛ ଶିକାର ଅଭିଯୋଗ, ଜଣଙ୍କୁ ଗିରଫ କଲା ମାଲକାନଗିରି ବନ ବିଭାଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.