ନବୀନ ନିବାସରେ ରାଜ୍ୟସଭା କସରତ : ଡାକ୍ତର ଦତ୍ତେଶ୍ବର ହୋତା ପହଞ୍ଚିବା ପରେ ବଢ଼ିଲା ଚର୍ଚ୍ଚା

NEWS7
special-camp-inaugurated-by-soa-nss-in-bhola-village

ଭୁବନେଶ୍ବର ୨୮।୨: ନବୀନ ନିବାସରେ ରାଜ୍ୟସଭା କସରତ । ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି । ଡାକ୍ତର ଦତ୍ତେଶ୍ବର ହୋତା ନବୀନ ନିବାସରେ ପହଞ୍ଚିବା ପରେ ବଢ଼ିଲା ଚର୍ଚ୍ଚା । ପୂର୍ବରୁ ପିସିସି ସଭାପତି ମଧ୍ୟ ଦତ୍ତେଶ୍ବର ହୋତାଙ୍କ ନାଁ ନେଇଥିଲେ । ସେପଟେ ଲଗାତାର ଦ୍ବିତୀୟ ଦିନରେ ନବୀନ ନିବାସରେ ଅଛନ୍ତି ଦଳର ସମସ୍ତ ବିଧାୟକ । ବିଧାୟକଙ୍କ ସହ ଆଲୋଚନା ପରେ ଘୋଷଣା ହୋଇପାରେ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ।

​​​​​​​ଏ ଖବର ବି ପଢ଼ନ୍ତୁ:- କିଏ ହାତେଇବେ ରାଜ୍ୟସଭା ଚତୁର୍ଥ ଆସନ, ରାଜ୍ୟ ରାଜନୀତିରେ ଚାଲିଛି ରଣନୀତି

କିଏ ହାତେଇବେ ରାଜ୍ୟସଭା ୪ର୍ଥ ଆସନ । ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଏହି ପ୍ରଶ୍ନ ଏବେ ସବୁ ରାଜନୈତିକ ଦଳଙ୍କୁ ଘାରିଲାଣି । ଯେହେତୁ ୪ର୍ଥ ସିଟ୍ ପାଇଁ କାହା ପାଖରେ ବି ସଂଖ୍ୟା ନାହିଁ ସେଥିପାଇଁ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡି ଭିତରେ ଟଣାଓଟରା ଚାଲିଛି । ଏହାରି ଭିତରେ କଂଗ୍ରେସ ରାଜ୍ୟସଭା ଫର୍ମ କିଣି ଗୁଗୁଲି ଫିଙ୍ଗିଛି । କଂଗ୍ରେସ ବିଜେଡିକୁ ସମର୍ଥନ ଦେବାକୁ ରାଜିଥିବା ବେଳେ ବିଜେଡି କିନ୍ତୁ କାର୍ଡ ଖୋଲୁନି । ଗତକାଲିଠୁ ବିଜେଡି ରାଜ୍ୟସଭା ପାଇଁ ୬ ସେଟ୍ ଫର୍ମ କିଣିସାରିଛି । ଏହାସହ ଚତୁର୍ଥ ସିଟ୍ ହାତେଇବ ବୋଲି ଦମ୍ଭ ଦେଖାଇଛି ଦଳ । ପିଏସି କମିଟିରେ ବିଚାର ବିମର୍ଶ ହୋଇ ରଣନୀତି ସରିଛି, ଖୁବଶୀଘ୍ର ନାମ ଘୋଷଣା ହୋଇଯିବ ବୋଲି ବିଜେଡ଼ି କହିଛି ।

ଏ ଖବର ବି ପଢ଼ନ୍ତୁ:- ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର, ବିଭିନ୍ନ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ବ ସଚିବ

ଏପଟେ ଶାସକ ଦଳ ବିଜେପି ନିଜର କାର୍ଡ ଖୋଲୁନି । ଦଳର କୋର କମିଟି ବୈଠକ ପରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ସଂସଦୀୟ ବୋର୍ଡକୁ ପଠାଯାଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଭେଟିବା ପରେ ରାଜ୍ୟସଭା ନେଇ ଚର୍ଚ୍ଚା ବଢିଛି । ଦିନେ ଦୁଇ ଦିନ ଭିତରେ ସଂସଦୀୟ ବୋର୍ଡରେ ବିଜେପି ପ୍ରାର୍ଥିଙ୍କ ନାମ ଚୂଡାନ୍ତ ହୋଇପାରେ ବୋଲି କୁହାଯାଉଛି । କିନ୍ତୁ ଚତୁର୍ଥ ଆସନକୁ ନେଇ ବିଜେପି କନଫିଡେଣ୍ଟ ଥିବାବେଳେ ବିଜେଡି ସମର୍ଥନ ପାଇଁ ପ୍ରତିଶ୍ରୁତି ମିଳିଛି ନା ନାହିଁ ତାହା ଅସ୍ପଷ୍ଟ ରହିଛି ।​​​​​​​