ସ୍ୱାସ୍ଥ୍ୟ ସଂକଟର ସମ୍ମୁଖୀନ ହେବ ବାଂଲାଦେଶ, ହିଂସା ପରେ ଦାଉ ସାଧିବ ଯୌନ ରୋଗ !

NEWS7
special-camp-inaugurated-by-soa-nss-in-bhola-village

ନୂଆଦିଲ୍ଲୀ: ବଡ଼ ସ୍ୱାସ୍ଥ୍ୟ ସଂକଟର ସମ୍ମୁଖୀନ ହେବ ବାଂଲାଦେଶ। ହିଂସା ପରେ ଦାଉ ସାଧିବ ଯୌନ ରୋଗ। ଜନସଂଖ୍ୟାରେ ହେବ ବଡ଼ ବିସ୍ଫୋରଣ।ରାଜନୈତିକ ଅସ୍ଥିରତା ଦେଇ ଗତି କରୁଛି ଢାକା। ଏହି ସଙ୍କଟ ନୀରବରେ ଲକ୍ଷ ଲକ୍ଷ ଜୀବନକୁ ପ୍ରଭାବିତ କରିବାକୁ ଯାଉଛି। ଗର୍ଭନିରୋଧକ ପଦ୍ଧତିରୁ ବଞ୍ଚିତ ହେବେ ବାଂଲାଦେଶର ଲୋକ। ଚେତାବନୀ ଦେଇଛନ୍ତି ବିଶେଷଜ୍ଞ। କହିଛନ୍ତି ଆଗାମୀ ସପ୍ତାହଗୁଡ଼ିକରେ ବଡ଼ ଜନସଂଖ୍ୟା ଏବଂ ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବ ଦେଶ।

ବାଂଲାଦେଶରେ ଆଗାମୀ କିଛି ଦିନ ଭିତରେ କଣ୍ଡୋମ୍ର ଷ୍ଟକ୍ ପ୍ରାୟ ଶେଷ ହେବାର ସ୍ଥିତିରେ ପହଞ୍ଚିଛି। ପରିସ୍ଥିତି ଏତେ ଗମ୍ଭୀର ଯେ ଆଗାମୀ ବର୍ଷର ଆରମ୍ଭରେ ଅତି କମ୍ରେ ମାସେ ପର୍ଯ୍ୟନ୍ତ କଣ୍ଡୋମ୍ ବିକ୍ରି ବନ୍ଦ ହେବାର ଆଶଙ୍କା ରହିଛି। ବାଂଲାଦେଶ ଏହାର କଣ୍ଡୋମ ଆବଶ୍ୟକତା ପାଇଁ ବିଦେଶୀ ଆମଦାନୀ ଉପରେ ନିର୍ଭରଶୀଳ। ଗତ କିଛି ବର୍ଷ ମଧ୍ୟରେ ବାଂଲାଦେଶରେ ଗର୍ଭନିରୋଧକର ଯୋଗାଣ କ୍ରମାଗତ ଭାବରେ ହ୍ରାସ ପାଇଛି। ଆଉ ଏବେପାଣ୍ଠିଓ କର୍ମଚାରୀଙ୍କଅଭାବଏହି ବ୍ୟବସ୍ଥାକୁ ଆହୁରୀ ସଙ୍ଗୀନ କରିଦେଇଛି।

ପରିବାର ଯୋଜନା ମହାନିର୍ଦ୍ଦେଶାଳୟ (DGFP)ସାରା ଦେଶରେ ପାଞ୍ଚ ପ୍ରକାରର ଗର୍ଭନିରୋଧକ ମାଗଣାରେ ବଣ୍ଟନ କରେ। ଏଥିରେ କଣ୍ଡୋମ,ଓରାଲ ଟାବଲେଟ, IUD,ଇଞ୍ଜେକ୍ସନ ଏବଂ ଇମ୍ପ୍ଲାଣ୍ଟ ରହିଛି। କିନ୍ତୁ ବର୍ତ୍ତମାନ ଏହି ଔଷଧର ପର୍ଯ୍ୟାପ୍ତ ଷ୍ଟକ୍ ରଖିବା DGFPପାଇଁ କଷ୍ଟକର ହୋଇପଡ଼ିଛି। ଜାତୀୟ ଗର୍ଭନିରୋଧକ ରିପୋର୍ଟ ତଥ୍ୟ ବି ଚିନ୍ତାଜନକ। ଗତ ଛଅ ବର୍ଷ ମଧ୍ୟରେବାଂଲାଦେଶରେକଣ୍ଡୋମ ଯୋଗାଣ୫୭%ହ୍ରାସପାଇଛି। ଅନ୍ୟାନ୍ୟ ଗର୍ଭନିରୋଧକ ମେଡିସନ ଯୋଗାଣରେ ବି ସମାନ ସ୍ଥିତି। ଓରାଲ ମେଡିସିନ ୬୩%, IUD ୬୪%,ଇଞ୍ଜେକ୍ସନ ୪୧% ଏବଂ ଇମ୍ପ୍ଲାଣ୍ଟ ୩୭% ହ୍ରାସ ପାଇଛି। ଡିସେମ୍ବର2025ସୁଦ୍ଧା, DGFP ପାଖରେ କେବଳ ୩୯ ଦିନର କଣ୍ଡୋମ,୩୩ ଦିନର ଇମ୍ପ୍ଲାଣ୍ଟ ଏବଂ ୪୫ ଦିନର IUDଅଛି। ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ଏହି ଷ୍ଟକ୍ ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି।

DGFPର ଲଜିଷ୍ଟିକ୍ସ ଏବଂ ଯୋଗାଣ ୟୁନିଟ୍ ନିର୍ଦ୍ଦେଶକ ଅବଦୁର ରଜାକ ଏହି ସଙ୍କଟକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେଔଷଧ କ୍ରୟ ସମ୍ବନ୍ଧୀୟ ଏକ ଆଇନଗତ ମାମଲାଚାଲିଛି। ଯେପର୍ଯ୍ୟନ୍ତ ଏହି ମାମଲା ସମାଧାନ ନହୁଏ,ନୂତନ ଔଷଧ କିଣିବା ଅସମ୍ଭବ। ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏହି ଆଇନଗତ ସମସ୍ୟା ସମାଧାନ ହେବା ପୂର୍ବରୁ କଣ୍ଡୋମ ଷ୍ଟକ୍ ଶେଷ ହୋଇଯିବ।

ପରିବାର ନିୟୋଜନ କର୍ମୀଙ୍କ ଅଭାବ ଏହି ସମସ୍ୟାକୁ ଆହୁରି ଜଟିଳ କରୁଛି। ଏହି କର୍ମୀମାନେ ବାଂଲାଦେଶର ଗର୍ଭନିରୋଧକ ବଣ୍ଟନ ବ୍ୟବସ୍ଥାର ମେରୁଦଣ୍ଡ।DGFPମହାନିର୍ଦ୍ଦେଶକ କହିଛନ୍ତି ଯେ ଆଇନଗତ ବାଧା ଯୋଗୁଁ ପ୍ରମୁଖ ପଦବୀରେ ନିଯୁକ୍ତି ବନ୍ଦ କରାଯାଇଛି। ଫଳସ୍ୱରୂପ,ଦେଶର ବହୁ ଭାଗରେ ଲୋକଙ୍କ ପାଇଁ ଗର୍ଭନିରୋଧକ ଔଷଧ ଉପଲବ୍ଧ ହୋଇପାରୁନି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀଅନେକ ମେଡିକାଲ୍ ଷ୍ଟୋର ଏହି ଅଭାବର ସୁଯୋଗ ନେଉଛନ୍ତି। ସ୍ଥାନୀୟ ଏବଂ ପ୍ରିମିୟମ୍ ବ୍ରାଣ୍ଡ୍ ଉଭୟ କଣ୍ଡୋମର ମୂଲ୍ୟ ଆକାଶଛୁଆଁ ହୋଇଛି। ଏପରିକି ସ୍ଥାନୀୟ ମୂଲ୍ୟ ପ୍ରତି ପ୍ୟାକେଟ୍ ୫୦ ଟଙ୍କା ହୋଇଛି। ପ୍ରିମିୟମ୍ ବ୍ରାଣ୍ଡ ୨୫୦ ଟଙ୍କା ହୋଇଛି। ବାଂଲାଦେଶ ଏହାର ଆବଶ୍ୟକତାର ପ୍ରାୟ ୯୦% ବିଦେଶରୁ ଆମଦାନିକରେ।ମାଲେସିଆ ଏବଂ ଭିଏତନାମରୁ ସର୍ବାଧିକ ପରିମାଣର କଣ୍ଡୋମ୍ଆମଦାନି କରନ୍ତି। ଭାରତ ମଧ୍ୟ ବାଂଲାଦେଶକୁ ବହୁ ପରିମାଣର କଣ୍ଡୋମ୍ ଏବଂ ଅନ୍ୟାନ୍ୟ ଗର୍ଭନିରୋଧକ ସାମଗ୍ରୀ ରପ୍ତାନି କରେ। ସେହିପରି ଚୀନ୍ ଏବଂ ଥାଇଲ୍ୟାଣ୍ଡ ପ୍ରିମିୟମ୍ ଏବଂ ସ୍ୱାଦଯୁକ୍ତ କଣ୍ଡୋମର ପ୍ରମୁଖ ଯୋଗାଣକାରୀ। କିନ୍ତୁ ବର୍ତ୍ତମାନ ସ୍ଥିତିରେ କଣ୍ଡୋମର ଅଭାବ ଏହାର ସିଧାସଳଖ ପ୍ରଭାବ ଦେଶର ପରିବାର ନିୟୋଜନ କାର୍ଯ୍ୟକ୍ରମ ଉପରେ ପଡ଼ିବ।