ବହୁତ ଦିନ ହେଲା ଛୁଟି ମାଗୁଥିଲା...ମିଳିଲାନି ବୋଲି ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରିଦେଲା ଗାର୍ଡ

NEWS7
sources-claim-sonia-took-shocking-decision-know-what

ଗାଜିଆବାଦ: ସିକ୍ୟୁରିଟି ଗାର୍ଡକୁ ଛୁଟି ନଦେଇ ଜୀବନ ହରାଇଲେ ବ୍ୟାଙ୍କ ମ୍ୟାନେଜର । ଗାର୍ଡ ବ୍ୟାଙ୍କ ମ୍ୟାନେଜରଙ୍କ ଛାତିକୁ ଗୁଳି କରି ହତ୍ୟା କରିଛି । ପ୍ରଥମେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ହତ୍ୟାକାରୀ ଗାର୍ଡ ଫେରାର ହୋଇଯାଇଛି ।

Also Read: କୂଅରେ ୪ ଝିଅଙ୍କୁ ଫିଙ୍ଗି ମାରିଲା ମା’; ବେକରେ ରଶି ଲଗାଇ କଲା ଆତ୍ମହତ୍ୟା

ଏହି ଘଟଣା ଗଜିଆବାଦର ଲୋନି ପୋଲିସ ଷ୍ଟେସନ ଅଞ୍ଚଳର ବଳରାମ ନଗର ଅଞ୍ଚଳରେ ଥିବା ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କରେ ଘଟିଛି । ବ୍ୟାଙ୍କ ମ୍ୟାନେଜରଙ୍କୁ ଜଣେ କାର୍ଯ୍ୟରତ ଗାର୍ଡ ଗୁଳି କରିଦେଇଥିଲା । ଆହତ ବ୍ୟାଙ୍କ ମ୍ୟାନେଜରଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ, ସୋମବାର ଦିନ ୧:୪୫ ସମୟରେ ବ୍ୟାଙ୍କର ଗାର୍ଡ ରବୀନ୍ଦ୍ର ହୁଡା ବ୍ୟାଙ୍କ ମ୍ୟାନେଜର ଅଭିଷେକ ଶର୍ମାଙ୍କୁ ଗୁଳି କରିଦେଇଥିଲା । ମ୍ୟାନେଜରଙ୍କ ଛାତିରେ ଗୁଳି ବାଜିଥିଲା ଏବଂ ତାଙ୍କୁ ଏକ ମୋଟରସାଇକେଲରେ ହସ୍ପିଟାଲକୁ ନିଆଯାଇଥିଲା । ସେପଟେ ଗୁଳି ଶବ୍ଦ ଶୁଣି ବ୍ୟାଙ୍କରେ କାମ କରୁଥିବା ଅନ୍ୟ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କେହି କିଛି ବୁଝିବା ପୂର୍ବରୁ ଗାର୍ଡ ରବୀନ୍ଦ୍ର ହୁଡା ଅପରାଧ ଘଟାଇ ପଳାଇ ଯାଇଥିଲା । ଏସିପି ଜ୍ଞାନ ପ୍ରକାଶ ରାୟ କହିଛନ୍ତି ଯେ, ବ୍ୟାଙ୍କ ଗାର୍ଡ ରବୀନ୍ଦ୍ର ହୁଡା ବାଗପତର ବାସିନ୍ଦା। କିଛି ଦିନ ହେଲା ଛୁଟିକୁ ନେଇ ମ୍ୟାନେଜରଙ୍କ ସହ ରବୀନ୍ଦ୍ରଙ୍କର ବିବାଦ ଲାଗି ରହିଥିଲା । ଫଳରେ ରବୀନ୍ଦ୍ର ଏଭଳି ଚରମ ନିଷ୍ପତ୍ତି ନେଇଥିଲା ବୋଲି କୁହାଯାଉଛି । ଏସିପି ଜ୍ଞାନ ପ୍ରକାଶ କହିଛନ୍ତି ଯେ, ଘଟଣା ପରେ ଗାର୍ଡ ଘଟଣାସ୍ଥଳରୁ ଖସି ପଳାଇଥିଲା ଏବଂ ତାକୁ ଖୋଜିବା ପାଇଁ ପୋଲିସ ଟିମ୍ ଗଠନ କରିଛି। ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ।