ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଆସିବ କୁନି ଅତିଥି, ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି କଲେ କନଫର୍ମ

NEWS7
sonu-sood-helped-physicall-handicapped-youth

ଭୁବନେଶ୍ୱର ୧୪। ୧୨; ଓଲିଉଡ ଲୋକପ୍ରିୟ ଦମ୍ପତି ସବ୍ୟସାଚୀ ମିଶ୍ର-ଅର୍ଚ୍ଚିତା ସାହୁ । ବର୍ତ୍ତମାନ ତାଙ୍କ ଘରକୁ ଆସିବ କୁନି ଅତିଥି। ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା । ଗତକାଲି ଅଭିନେତ୍ରୀ ଗର୍ଭବତୀ ଥିବା କନଫର୍ମ କରିଛନ୍ତି । ସୋସିଆଲ ମିଡିଆରେ ଏକ ସୁନ୍ଦର ଭିଡିଓ ସେୟାର କରି ତାଙ୍କ ଫ୍ୟାନ୍ସଙ୍କୁ ଗୁଡ ନ୍ୟୁଜ୍ ଦେଇଛନ୍ତି । ବିବାହର ୫ ବର୍ଷ ପରେ ଉଭୟ ପ୍ରଥମ ସନ୍ତାନର ପିତାମାତା ହେବାକୁ ଯାଉଛନ୍ତି । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

ସବ୍ୟ-ଅର୍ଚ୍ଚିତା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଖୁସି ଖବର ଦେଇଛନ୍ତି । ଭିଡିଓରେ ଦୁହେଁ ଲିଙ୍ଗରାଜ ମନ୍ଦିର ବାହାରେ ଭିଡ଼ିଓ ସୁଟ୍ କରିଛନ୍ତି । ଉଭୟ ମନ୍ଦିର ଆଡ଼କୁ ଚାହିଁ ଛିଡା ହୋଇଛନ୍ତି । ହାତରେ ଦୁଇଟି ଜୋତା ଧରିଥିବାର ଦେଖିବାକୁ ମିଳିଛି । ଏହି ଭିଡ଼ିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ''ଏକ ସୁନ୍ଦର ସିକ୍ରେଟ୍ ମେସେଜ୍ ସେୟାର କରୁଛୁ। ଏବେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ''ଏକ ସୁନ୍ଦର ସିକ୍ରେଟ୍ କଥା ବାଣ୍ଟୁଛୁ ।'' ଏହା ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କହିବାକୁ ଗଲେ , ୨୦୨୧ ମସିହା ମାର୍ଚ୍ଚ ୧ ରେ ସବ୍ୟସାଚୀ-ଅର୍ଚ୍ଚିତା ବିବାହ ବନ୍ଧନ ବାନ୍ଧି ହୋଇଥିଲେ । ସବ୍ୟସାଚୀଙ୍କର ଏହା ଦ୍ବିତୀୟ ବିବାହ ଥିଲା । ସବ୍ୟସାଚୀ ୨୦୦୮ରେ ସୀମା ମିଶ୍ରଙ୍କୁ ବିବାହ କରିଥିଲେ । ହେଲେ ଦୁହିଁଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ନଥିଲା । ୨୦୧୫ରେ ଦୁହେଁ ଅଲଗା ହୋଇଥିଲେ । ଏହା ପରେ ଅର୍ଚ୍ଚିତାଙ୍କ ସହ ପଡିଥିଲା ହାତଗଣ୍ଠି ହାତ । ବିବାହର ୫ ବର୍ଷ ପରେ ଉଭୟ ପିତାମାତା ହେବାକୁ ଯାଉଛନ୍ତି ।