ଶିମଲାରେ ହଠାତ୍‌ ବିଗିଡିଲା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ , ହସ୍ପିଟାଲରେ ହେଲେ ଭର୍ତ୍ତି

Published By : Prameya-News7 Bureau | June 07, 2025 IST

ଶିମଲା :  କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ସ୍ୱାସ୍ଥ୍ୟ ହଠାତ୍‌ ବିଗିଡ଼ି ଯାଇଛି। ଯେଉଁଥି ପାଇଁ ତାଙ୍କୁ ଶିମଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବିକ, ସୋନିଆ ଗାନ୍ଧୀ ଶିମଳା ଗସ୍ତରେ ଅଛନ୍ତି। ଏହି ସମୟରେ ଶନିବାର ହଠାତ୍‌ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇ ଯାଇଛି। ସେଥିପାଇଁ ତାଙ୍କୁ ଶିମଲାର ଆଇଜିଏମସି ହସ୍ପିଟାଲକୁ ନିଆଯାଇଛି।

ସୋନିଆ ଗାନ୍ଧୀ ନିଜର ଝିଅ ପ୍ରିୟଙ୍କା ଗାନ୍ଧୀଙ୍କ ସହ ୨ ଜୁନ୍‌ରେ ହିଁ ଶିମଲା ଆସିଥିଲେ। ସେ ଏଠାରେ ଛରାବଡାରେ ପ୍ରିୟଙ୍କା ଗାନ୍ଧୀଙ୍କ ଘରେ ରହିଥିଲେ। ସୂଚନା ଆଧାରରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମଧ୍ୟ ନିଜର ଉନା ଜିଲ୍ଲାର ଗସ୍ତ ଅଧାରୁ ସ୍ଥଗିତ ରଖି ଶିମଲା ଅଭିମୁଖେ ବାହାରିଛନ୍ତି।

ସୂଚନା ମୁତାବିକ, ଶିମଲାରେ ରହଣି ବେଳେ ଶନିବାର ( ୭ଜୁନ) ଦିନ ସୋନିଆ ଗାନ୍ଧୀଙ୍କର ସ୍ୱାସ୍ଥ୍ୟ ହଠାତ୍‌ ବିଗଡ଼ି ଯାଇଥିଲା। ଏଥିଯୋଗୁଁ ତାଙ୍କୁ ତୁରନ୍ତ ଶିମଲା ସ୍ଥିତ ଇନ୍ଦିରା ଗାନ୍ଧୀ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (ଆଇଜିଏମସି)ରେ ଭର୍ତ୍ତି କରାଯାଇଛି। ୪ଦିନ ପୂର୍ବେ ସେ ବ୍ୟକ୍ତିଗତ ଗସ୍ତରେ ଶିମଲା ନିକଟରେ ଛରାବଡା ସ୍ଥିତ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଘରେ ପହଞ୍ଚି ଥିଲେ , ଶେଠାରେ ସେ ଆରାମରେ  ରହୁ ଥିଲେ। 

ଶନିବାର ହଠାତ୍‌ ସୋନିଆ ଗାନ୍ଧୀଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଯାଞ୍ଚ ପାଇଁ ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମକୁ ମୁତୟନ କରାଯାଇଛି। ହସ୍ପିଟାଲ ପ୍ରଶାସନ ଅନୁସାରେ, ତାଙ୍କର ସ୍ୱତନ୍ତ୍ର ଅନୁଧ୍ୟାନ କରାଯାଉଛି। ରୋଗର କାରଣ ସଠିକ୍‌ ଭାବେ ଜାଣିବା ପାଇଁ ତାଙ୍କର ଏମଆରଆଇ ସହ ଅନ୍ୟ ଆବଶ୍ୟକୀୟ ପରୀକ୍ଷା କରାଯାଉଛି। ପରୀକ୍ଷଣ ରିପୋର୍ଟ ଆସିବା ପରେ ଆଗାମୀ ଚିକିତ୍ସା ଜନିତ କାର୍ଯ୍ୟ ସ୍ଥିର କରାଯିବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.