ନା ଖାଦ୍ୟ ଖାଇଲେ, ନା ପୋଲିସ ସହ କଥା ହେଲେ, ରାତିସାରା କେବଳ ଗୋଟିଏ କଥା କହି ଚାଲିଥିଲେ..

Published By : Prameya-News7 Bureau | June 10, 2025 IST

ମଧ୍ୟପ୍ରଦେଶ ୧୦/୦୬: ସାରା ଦେଶକୁ ଦୋହଲାଇ ରଖିଛି ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା । ଯାହାର କାରଣ ହେଉଛି ୧୭ ଦିନ ପରେ ରାଜାଙ୍କ ପତ୍ନୀ ସୋନମ ରଘୁବଂଶୀଙ୍କର ହଠାତ୍ ମିଳିଯିବା, ତାହା ପୁଣି ମେଘାଳୟର ସିଲଙ୍ଗରୁ ୧୧୬୨ କିଲୋମିଟର ଦୂର ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲାରୁ  । 


ସୋନମଙ୍କ ଉପରେ ସ୍ୱାମୀ ରାଜାଙ୍କୁ ହତ୍ୟା କରିବାର ଅଭିଯୋଗ ଲାଗିଛି । ପ୍ରେମିକଙ୍କ ସହ ମିଶି ସୁପାରି କିଲରର ସାହାଯ୍ୟ ନେଇ ସ୍ବାମୀଙ୍କୁ ହତ୍ୟା କରିଛନ୍ତି ସୋନମ । ସୋନମଙ୍କୁ ଏବେ ପୋଲିସ ଉତ୍ତର ପ୍ରଦେଶରୁ ବିହାର ଏବଂ ତା'ପରେ କୋଲକାତା ଦେଇ ଗୌହାଟି-ସିଲଂ ନେଉଛି । ତେବେ ଆଶ୍ଚର୍ଯର ବିଷୟ ହେଉଛି ପୋଲିସ ସହ ସୋନମର ଏତେ ସମୟ ଯାତ୍ରା ଭିତରେ ସେ ସଂପୂର୍ଣ୍ଣ ନୀରବ ଥିଲେ । ନା କିଛି ଖାଦ୍ୟ ଖାଇଥିଲା ନା କାହା ସହ କଥା ହୋଇଥିଲେ । କେବଳ ଚୁପ୍ ରହିଥିଲେ ଗାଡିରେ । 


ସୂଚନା ଥାଉକି, ଗିରଫ ପରେ ଯେତେବେଳେ ଶିଲଂ ପୋଲିସ ସୋନମଙ୍କୁ ସାଙ୍ଗରେ ନେଇଯାଉଥିଲା । ସୋନମ ଏତେ ସମୟ ଯାତ୍ରାରେ କିଛି ପଦୁଟିଏ କଥା ହୋଇନଥିଲେ। ପଚରାଯିବାରୁ ସେ କହି ଚାଲିଥିଲେ ଯେ ମୋର ମୁଣ୍ଡବିନ୍ଧା ହେଉଛି। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଯେତେବେଳେ ତାଙ୍କୁ ଖାଇବାକୁ କୁହାଯାଇଥିଲା । ସେ ସିଧାସଳଖ ମନା କରିଦେଇଥିଲେ। ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ସେ କିଛି ଖାଇନଥିଲେ। 


also read..

ସୋନମଙ୍କୁ ଭେଟିବାକୁ ଗାଜିପୁରରେ ପହଞ୍ଚିଲେ ତାଙ୍କ ଭାଇ , ମିଡ଼ିଆକୁ କହିଲେ ...

ସୋନମ ଏହା ମଧ୍ୟ କହିଥିଲେ ଯେ ତାଙ୍କର ପ୍ରବଳ ମୁଣ୍ଡବିନ୍ଧା ହେଉଛି । ଆଉ ଯନ୍ତ୍ରଣା ସହିହେଉନି । ଶିଲଂ ପୋଲିସ ବିଶ୍ରାମ ନେବା ସହ କିଛି ଖାଦ୍ୟ ପାଇଁ ରାସ୍ତାରେ ଅନେକ ଥର ଅଟକାଇବାକୁ ଚେଷ୍ଟା କରିଥିଲା । ହେଲେ ଜିଦ୍‌ରେ ଅଟଳ ଥିଲେ ସୋନମ । ପୋଲିସ ବାରମ୍ୱାର କଥା ହେବାକୁ ଚେଷ୍ଟା କଲାବେଳେ ସେ ସମ୍ପୂର୍ଣ୍ଣ ନୀରବ ରହିଥିଲେ । ପ୍ରତ୍ୟେକ ଥର ସେ ସମାନ କଥା କହୁଥିଲେ ଯେ ମୋର ମୁଣ୍ଡବିନ୍ଧା ହେଉଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.