LIVE TV

ଫିଲ୍ମ ସେଟ୍‌ରେ ଆହତ ହେଲେ ଶ୍ରଦ୍ଧା କପୁର, ସୁଟିଂ ବନ୍ଦ କଲେ ନିର୍ମାତା

NEWS7
sonam-kapoor-trolled-for-flant-her-baby-bump-on-the-streets-of-london

ନୂଆଦିଲ୍ଲୀ ୨୨।୧୧; ବଲିଉଡ ଷ୍ଟାର ଶ୍ରଦ୍ଧା କପୁରଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି। ଫିଲ୍ମ ସେଟରେ ଅଭିନେତ୍ରୀ ଆହତ ହୋଇଛନ୍ତି। ଶ୍ରଦ୍ଧା ବର୍ତ୍ତମାନ "ଇଥା" ପାଇଁ ସୁଟିଂ କରୁଛନ୍ତି। ସୁଟିଂ ସମୟରେ ସେ ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କର ଗୋଡ଼ ଭାଙ୍ଗିଯାଇଥିବା ରିପୋର୍ଟ ଆସିଛି। ତଥାପି, ଅଭିନେତ୍ରୀଙ୍କ ଟିମ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ।

ସୁଟିଂ ବନ୍ଦ

ରିପୋର୍ଟ ଅନୁଯାୟୀ, ଶ୍ରଦ୍ଧା କପୁର ତାଙ୍କ ଆଗାମୀ ଫିଲ୍ମ "ଇଥା" ପାଇଁ ଏକ ଲାବଣୀ ଡ୍ୟାନ୍ସର ସୁଟିଂ କରୁଥିଲେ। ନୌବାରୀ ଶାଢ଼ି, ଭାରୀ ଅଳଙ୍କାର ଏବଂ ଏକ କମରପଟି ପିନ୍ଧି ଶ୍ରଦ୍ଧା ସୁଟିଂ ସମୟରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ରିପୋର୍ଟ ଅନୁଯାୟୀ ଶ୍ରଦ୍ଧାଙ୍କ ଆଘାତ ଯୋଗୁଁ ସୁଟିଂ କିଛି ଦିନ ପାଇଁ ବନ୍ଦ କରାଯାଇଛି। ଟିମ୍ ଦୁଇ ସପ୍ତାହ ମଧ୍ୟରେ ପୁଣି କାମ ଆରମ୍ଭ କରିବ।

ଶ୍ରଦ୍ଧା କପୁରଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇ ପଡିଛନ୍ତି। ତାଙ୍କ ଟିମ୍ ଏପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସୂଚନା ଦେଇନାହିଁ। ଫିଲ୍ମଟି ମଡ୍ ଆଇଲ୍ୟାଣ୍ଡରେ ସୁଟିଂ କରାଯାଉଥିଲା। ଶ୍ରଦ୍ଧା କପୁର ସେଠାରେ ଡ୍ୟାନ୍ସ ଏବଂ ଅନେକ ଭାବପ୍ରବଣ ସିନ୍ ଶୁଟ୍ କରିଥିଲେ। ନିର୍ମାତା ତାଙ୍କ ଆଘାତ ଯୋଗୁଁ ସୁଟିଂ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଶ୍ରଦ୍ଧା ଶୀଘ୍ର ସୁସ୍ଥ ହୋଇ ପୁଣି ଥରେ ଫିଲ୍ମ ସୁଟିଂକୁ ଫେରିବେ ବୋଲି ଆଶା କରାଯାଉଛି।